ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯିବାପରେ ବଦଳିଗଲା ସହରର ପରିବେଶ, ହେଇଗଲା ଏଇ ଅବସ୍ଥା- ଫଟୋ ଦେଖନ୍ତୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତାଜ ଯାତ୍ରା ପାଇଁ ଚମକାଇ ଥିବା ଖେରୀୟା ଏୟାରପୋର୍ଟରୁ ତାଜମହଲ ଯାଏ ରାସ୍ତାରୁ କିଛି ଘଣ୍ଟା ପରେ ଚମକ ଅଦୃଶ୍ୟ ହୋଇଗଲା । ରାସ୍ତା ଧୋଇବା, ଅତିକ୍ରମଣ ହଟେଇବା, ସଫସୁତରା ଅଭିଯାନ ଯେମିତି ସବୁ ଥମିଯାଇଛି 15 କିମି ଲମ୍ବା ଭିଆଇପି ରୁଟର ଡିଭାଇଡର ଓ କିନରା ଉପରେ ରଖାହୋଇଥିବା ଫୁଲ କୁଣ୍ଡିଆ ମଙ୍ଗଳବାର ସକାଳୁ ଅଦୃଶ୍ୟ ହୋଇଯାଇଥିଲା । ଏମିତିବି ରାସ୍ତାର ଦୁଇ ପଟେ ଥିବା ଟ୍ରମ୍ପ ଓ ମୋଦିଙ୍କ ଫ୍ଲେକ୍ସ ସୋମବାର ରାତିକୁ ହିଁ ଉତାରି ନିଆଯାଇଥିଲା ।

କେବଳ ୟୁନିପୋଲ ଉପରେ ହୋଡିଂ ବାକି ଅଛି ଦୁଇ ଦିନ ସଫସୁତରା ଓ ଫୁଲ କୁଣ୍ଡିଆ ସବୁ ଦେଖି ଲୋକ ଆଶ୍ଚର୍ଯ୍ୟ ଥିଲେ ହେଲେ ମଙ୍ଗଳବାରକୁ ଆଗପରି ସ୍ଥିତି ଦେଖି ସମସ୍ତେ ଚକିତ ହେଇଗଲେ ।

ଟ୍ରମ୍ପଙ୍କ ଯିବାର କିଛି ସମୟ ପରେ ହିଁ ପୁଣି ଅତିକ୍ରମଣ ହୋଇଗଲା । ଷ୍ଟ୍ରିଟ ଲାଇଟ ଉପରେ ଭାରତ ଓ ଆମେରିକାର ପତାକାକୁ ଛାଡ଼ି ସବୁକିଛି ହଟେଇଦିଆଯାଇଥିଲା । ସେ ଯେଉଁ ଭିଆଇପି ରୁଟରେ ଆସିଥିଲେ, ସେ ଯିବା ପରେ 12 ଘଣ୍ଟା ବିତୁ ବିତୁ ,ସକାଳ 7 ଟାରୁ ରାସ୍ତାରେ ଅତିକ୍ରମଣ ଆରମ୍ଭ ହେଇଗଲା । ଘରର ଗେଟ ସାମ୍ନାରେ 7 ଟା ଠେଲା ଗାଡ଼ି ଲାଗିଗଲା ।

ଫତେହାବାଦ ରାସ୍ତା କଡ଼ରେ ଆବର୍ଜନା ପକେଇବା ଆରମ୍ଭ କରି ଦେଇଥିଲେ । ଫତେହାବାଦ ରୋଡରେ ସ୍ମାର୍ଟ ସିଟିହେବା ପାଇ ଖୋଳାଯାଇଥିଲା, ଟ୍ରଂପଙ୍କ ପାଇଁ ଏହାକୁ ବନ୍ଦ କରି ଟାଇଲ ଲଗାଯାଇଥିଲା, ଯାହା ଦୁଇ ଦିନ ରେ ଖସି ଯାଇଥିଲା । ପୁଣି କାମ ଆରମ୍ଭ କରିଥିଲେ ।

ଅରୁଣ ପ୍ରକାଶ, ନଗର ଆୟୁକ୍ତ , ଆମେ ସମସ୍ତେ ପରିଶ୍ରମ କରି ଦିନରାତି ଲଗେଇ ଏୟାରପୋର୍ଟରୁ ତାଜମହଲ ଯାଏ ପରିଷ୍କାର ଓ ଅତିକ୍ରମଣ ହଟେଇବା ସମେତ ସବୁ ବ୍ୟବସ୍ଥା କରିଅଛୁ । ହେଲେ ଏହାକୁ ସ୍ଥିର ରଖିବା ଲୋକଙ୍କ ଦାୟିତ୍ଵ । ମୋ ସହର ଓ ମୋ ଦାୟିତ୍ଵର ଭାବନା ଯେ ଯାଏ ଲୋକଙ୍କ ମନରେ ଆସିନି ସେ ଯାଏ ଆମ କାମ ଖରାପ୍ ହେଇ ରହିବ ।

ଏ କାମରେ ଆପଣଙ୍କ ପଇସା ଖର୍ଚ୍ଚ ହୋଇଛି, ଏହାକୁ ସ୍ଥିର ରଖିବାର କର୍ତ୍ତବ୍ୟ ନିଭାନ୍ତୁ । ଆମେ କେତେ ଦିନ ଏମିତି ଆବର୍ଜନା ଅପରିଷ୍କାର ପରିବେଶ ରଖିବା, ଲୋକେ ସହଯୋଗ କରନ୍ତୁ, ଭଲ କାମ ହେଉଛି ତ ଭଲ ହେଇ ରହିବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *