ଅନଲାଇନ ଗେମ କଲା କୁନି ନିରୀହ ଛୁଆଙ୍କୁ ଅନାଥ, ସମ୍ପୁର୍ଣ୍ଣ ଖବର ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ଆଜିକାଲି ପ୍ରାୟ ଯୁବ ପିଢୀ ମାନେ ସମସ୍ତେ ଅନ ଲାଇନରେ ଗେମରେ ମାତିଛନ୍ତି । କିଛି ଲୋକଙ୍କୁ ଲାଗୁଛି ଘରେ ବସି ଟଙ୍କା ରୋଜଗାର କରିବାର ଏହା ଏକ ସହଜ ଉପାୟ ଅଟେ । କିନ୍ତୁ ଏଥିରେ ନେକ ବିପଦ ରହିଛି ତାହା କେହି ଭାବୁ ନାହାନ୍ତି । ଅନ ଲାଇନ ଗେମ ଏକ ଜୁଆ ଖେଳ ଭଳି । ଏଥିରେ ମଣିଷ ସବୁବେଳେ ଜିତିବ ବୋଲି କିଛି ମାନେ ନାହି । ଯେଉଁ ଯାଏଁ ମଣିଷ ଏହି ଖେଳରେ ଟଙ୍କା ଜିତୁଥିବ ସେ ପର୍ଯ୍ୟନ୍ତ ସବୁ କିଛି ଠିକ ହାଲିଥିବା । କିନ୍ତୁ ଥରେ ଏହି ଗେମ ରେ ହାରିବା ପରେ ମଣିଷ ବିଚଳିତ ହୋଇ ଯାଇଥାଏ । ଏଥର ହାରିଗଲା ଆସନ୍ତା ବାଜି ଜିତିବି ବୋଲି ଟଙ୍କା ଉପରେ ଟଙ୍କା ଲଗାଇ ଚାଲିଥାଏ ।

ଆଉ ଧୀରେ ଧୀରେ ଟଙ୍କା ହରାଇ ବସାଇଥାଏ । କିଛି ଏଭଳି ଏକ ଘଟଣା ସାମନାକୁ ଆସିଛି । ଏହି ଘଟଣା ଟି ଏହୁଛି ଚେନ୍ନାଇ ର ଜଣେ ବିବାହିତା ମହିଳା ଅନ ଲାଇନ ଗେମ ରମି ରେ ସାଢେ ୭ ଲକ୍ଷ ଟଙ୍କା ଲଗାଇଥିଲେ । ଖେଳରେ ଟଙ୍କା ଲଗାଇବା ପାଇଁ ମହିଳା ଜଣକ ତାଙ୍କ ଭଉଣି ଙ୍କ ଠାରୁ ଟଙ୍କା ଉଧାର ନେଇଥିଲେ ।

ଆଉ ଅନ ଲାଇନ ଗେମ ରେ ଟଙ୍କା ଲଗାଇ ପୁରା ସାଢେ ୭ ଲକ୍ଷ ତାଙ୍କ ହରାଇ ଆତ୍ମହତ୍ୟା କରିଛନ୍ତି । ୩୮ ବର୍ଷୀଯା ଏହି ମହିଳାଙ୍କ ନାମ ହେଉଛି ଭବାନୀ ଥିଲା । ସେ ମୋନାଲି ନ୍ୟୁଟାଳ ରେ ରହୁଥିଲେ । ତାଙ୍କର ୨ଟି ପିଲା ଅଛନ୍ତି । ପିଲାଙ୍କର ବୟସ ୩ ବର୍ଷ ଓ ୧ ବର୍ଷ । ସ୍ଵାମୀ ଏକ ପ୍ରାଇଭେଟ କମ୍ପାନୀ ରେ ଚାକିରି କରନ୍ତି । ଭବାନୀ ମଧ୍ୟ ଏକ ପ୍ରାଇଭେଟ କମ୍ପାନୀ ରେ ଚାକିରି କରୁଥିଲେ ।

କୋରୋନା ଲକ ଡାଉନ ସମୟରେ ଘରେ ରହି ଅହଡିକ ଟଙ୍କା ରୋଜଗାର କରିବା ଆଶା ରେ ଅନ ଲାଇନ ଗେମ ଜୁଆ ଖେଳିବା ଆରମ୍ଭ କରିଥିଲେ । ଧୀରେ ଧୀରେ ଏହି ଗେମ ର ନିଶା ଭବାନୀଙ୍କୁ ଚଢିଥିଲା । ଦିନକୁ ଦିନ ସେ ଅଧିକରୁ ଅଧିକ ଟଙ୍କା ଗେମରେ ଲଗାଇବାକୁ ଲାଗିଲେ । ଏପର୍କିଇ ସେ ତାଙ୍କ ପାଖରେ ଥିବା ସୁନା ଗହଣା କୁ ବିକ୍ରି କରି ଟଙ୍କା ଆଣି ଅନ ଲାଇନ ଗେମରେ ଲଗାଇଥିଲେ ।

ପରେ ଭଉଣୀ ଙ୍କ ଠାରୁ ସାଢେ ୭ ଲକ୍ଷ ଟଙ୍କା ଅନାଇ ଜେମରେ ଲଗାଇବା ପରେ ହାରିଥିଲେ । ଟଙ୍କା ହରାଇବା ପରେ ସେ ନିଜକୁ ସମ୍ଭାଳି ନ ପାରି ଏତେ ବିଚଳିତ ହୋଇଥିଲେ କି ସେ ଆତ୍ମହତ୍ୟା କରିବାକୁ ନିସ୍ପତି ନେଇଥିଲେ ।

ଅନ ଲାଇନ ଗେମରେ ଟଙ୍କା ହରାଇ ନିଜେ ସିନା ଜୀବନ ହାରିଦେଲେ କିନ୍ତୁ ମା ଭରସାରେ ଥିବା ଦୁଇ ଛୁଆ ସବୁ ଦିନ ପାଇଁ ମା ଛେଉଣ୍ଡ ହୋଇଗଲେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଅନ ଲାଇନ ଗେମର ଏଭଳି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *