ତୀର୍ଥ ଯାତ୍ରାରେ ଯାଇଥିଲେ କିନ୍ତୁ ଫେରିଲେ ଶବ ହୋଇ ବନ୍ଧୁଗଣ ଗୋଟେ ଗାଁ ରୁ ଉଠିଲା ୨୬ କୋକେଇ ଆଉ ଏହି ଦୃଶ୍ୟ କେତେ ହୃଦୟ ବିଦରାକ ତାହାକୁ ଶବ୍ଦ ରେ କହି ହେବ ନାହି । କିନ୍ତୁ ଏହି ଦୃଶ୍ୟ ଦେଖିବା ପରେ ଆପଣଙ୍କ ଆଖିରୁ ନିଶ୍ଚୟ ଲୁହ ବୋହି ଆସିବ । ଆଉ ଆପଣ ମଧ୍ୟ କହିବେ ଭଗବାନ ଏମିତି ଦୁଖ କାହାକୁ ନ ଦିଅନ୍ତୁ । କାରଣ ଏକା ସହ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ 26 କୋକେଇ ଉଠିବା ପରେ ସେହି ଗାଁ ର ଅବସ୍ଥା କଣ ଥିବ ତାହା ଆପଣ ମାନେ ଭାବି ପାରୁଥିବେ ।
୨୬ ଶବ ଶ୍ମଶାନ ଅଭିମୁଖେ ଯାଉଛି ଆଉ ଗାଁ ରେ କାନ୍ଦ ବୋବାଳିର ଶବ୍ଦ ସୁଭୂଛି । କିଏ କେବେ ଭାବି ନ ଥିଲେ କି ଚିନ୍ତା କରି ନ ଥିଲେ ଏଭକି ଘଟଣା ଘଟିବ ବୋଲି । ତୀର୍ଥ କରିଆବାକୁ ଯାଇ ପୂଣ୍ୟ କରିବାକୁ ଯାଇଥିଲେ । ପରିବାର ପାଇଁ ମଙ୍ଗଳ ମନାସିବାକୁ ଯାଇଥିଲେ । କିନ୍ତୁ ସବୁ କିଛି ସରିଗଲା । କାରଣ ଏମାନେ ଯାଇଥିଲେ ତୀର୍ଥ ଯାତ୍ରା ହେଲେ ସେମାନଙ୍କର ଶେଷ ଯାତ୍ରା ହେଲା ।
ଘରକୁ ସମସ୍ତେ ଫେରିଲେ କିନ୍ତୁ ମଣିଷ ନୁହେଁ ବରଂ ଶବ ହୋଇ । ଆଉ ଆତ୍ମୀୟ ସ୍ଵଜନକୁ ହରାଇ ପୁରା ପରିବାର କାନ୍ଦି କାନ୍ଦି ମାଟିରେ ମୁଣ୍ଡ ବାଡଉଛନ୍ତି । ହେଲେ ଏମାନେ ଉଠୁ ନାହାନ୍ତି କି ଆଉ କେବେ ଉଠିବେ ନାହି । ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ କିନ୍ତୁ ଗୋଟେ ଗାଁ ରେ ଏକାବେଳେ ୨୬ ଜଣ ପ୍ରାଣ ହରାଇବାର କଷ୍ଟକୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ ।
ପରିବାର ଲୋକଙ୍କୁ ହରାଇ ପିଲା ଠାରୁ ବୁଢା ସମସ୍ତେ କାନ୍ଦି କାନ୍ଦି ନୟାନ୍ତ ହେଲେଣି । ଯେମିତି ଏକା ସାଙ୍ଗରେ ଦହଡି ହୋଇ ତୀର୍ଥ ଯାତ୍ରାକୁ ବାହାରିଥିଲେ ଠିକ ସେମିତି ଶବ ହୋଇ ଏମାନେ ସାଙ୍ଗ ହୋଇ ଶ୍ମଶାନ ଘାଟକୁ ବାହରାଇଛନ୍ତି । ଯାହା ଆପଣ ମାନେ ଏହି ଭିଡିଓରେ ଦେଖିପାରିବେ କେମିତି ଥିଲା ସୋଭାଯାତ୍ରାର ଦୃଶ୍ୟ ।
ସ୍ବାମୀଙ୍କୁ ହରାଇ ସ୍ତ୍ରୀ ଏମତି କାନ୍ଦୁଛି ଯେ ତାକୁ ସାନ୍ତ୍ଵନା ଦେବା ପାଇଁ ପାଖରେ ଆଉ କେହି ନାହାନ୍ତି । କାରଣ ସାନ୍ତ୍ଵନା ଦେବା ପାଇଁ ଯିଏ ଥିଲା ସେ ନିଜେ ଶବ ହୋଇଗଲା । ଆଉ ଏହି ଦୃଶ୍ୟ ଆପଣ ମାନେ ମଧ୍ୟ ଦେଖନ୍ତୁ କେମିତି କାନ୍ଦି କାନ୍ଦି ମହିଳା ଜଣକ ମାଟିରେ ଗଡୁଛନ୍ତି ।
ସତରେ ଏହି ଦୃଶ୍ୟ ଦେଖିଲେ ଛାତି ଥଋ ଉଠୁଛି । କିନ୍ତୁ ବିଧିର ବିଧାନ କିଛି ଲଗା ରହିଥିଲା । ସେଥିପାଇଁ ତ ଏକା ସାଙ୍ଗରେ ଚାଲିଗଲା ୨୬ ଜୀବନ । ଏହି ଘଟଣା ଟି ଗତ ରବିବାର ଦିନ ଉତ୍ତରାଖଣ୍ଡ ରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ୨୬ ଜଣଙ୍କର ପ୍ରାଣ ଯାଇଛି । ଏମିତି ଏବେ ୨୬ ଜଣଙ୍କର ଏକା ସାଙ୍ଗରେ ଶବ ଦାହ ମଧ୍ୟ ହେଲା ।
ଏ ଦୃଶ୍ୟ ଯିଏ ଦେଖୁଛି ସେ କହୁଛି ଭଗବାନ ଏମିତି ଦୁଖ କାହାକୁ ନ ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।