୯୪ବର୍ଷ ବୁଢୀ ମହିଳା କଲେ ଏମିତି କାରନାମା, ବଡ ଉଦ୍ୟୋଗପତି ଆନନ୍ଦ ମହିଁନ୍ଦ୍ରାଙ୍କୁ ବି କରିବାକୁ ପଡିଲା ତାରିଫ

ମହିଁନ୍ଦ୍ରା କମ୍ପାନୀ ଏଗଜିକ୍ୟୁଟିବ ଚେୟରମେନ ଆନନ୍ଦ ମହିଁନ୍ଦ୍ରା ସବୁବେଳେ ସୋଶିଅଲ ମିଡିଆ ରେ ଚର୍ଚା ର ବିଷୟରେ ରହି ଥାନ୍ତି, ଆନନ୍ଦ ମହିଁନ୍ଦ୍ରା ପ୍ରାୟତଃ ଟ୍ଵିଟର ରେ ଲୋକଙ୍କୁ ପ୍ରେରିତ କରିବା ପାଇଁ ବହୁତ ପ୍ରକାର କାହାଣୀ ଶେୟର କରନ୍ତି । ବର୍ତମାନ ରେ ଆଉ ଥରେ ଆନନ୍ଦ ମହିଁନ୍ଦ୍ରା ୯୪ବର୍ଷ ଗୋଟେ ମହିଳାଙ୍କ ଭିଡିଓ ଦେଇଛନ୍ତି ଏବଂ ସେହି ମହିଳାଙ୍କୁ ଏଣ୍ଟରପ୍ରେନ୍ୟୋର ଅଫ ଦ ଇୟର ମଧ୍ୟ କହିଛନ୍ତି ।

ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ

କୁହା ଯାଉଛି ଯେ ମହିଳା ଏହି ବୟସରେ ଆସିଲା ପରେ ମଧ୍ୟ ଗୋଟେ ବ୍ୟବସାୟ ଆରମ୍ଭ କରିଛନ୍ତି, ଏହି ୯୪ବର୍ଷ ମହିଳାଙ୍କ ନା ହରଭଜନ କୌର ଅଟେ ସେ ଚଣ୍ଡୀଗଡ ନିବାଶି ଅଟନ୍ତି । ହରଭଜନ କୌର ନିଜ ଘରୁ ବ୍ୟବସାଇକ ଅନୁଯାଇ ବେସନ ବର୍ଫି ବନେଇବା କାମ କରୁଛନ୍ତି, ହରଭଜନ ନିଜ ଝିଅକୁ କହି ଥିଲେ ସେ ନିଜେ ରୋଜଗାର କରିବା ପାଇଁ ଚାହନ୍ତି ଏବଂ ଚାରି ବର୍ଷ ଆଗରୁ ଏହି ବ୍ୟବସାୟ ଆରମ୍ଭ କଲେ ।

ଡକ୍ଟର ମଧୁ ଏହି ଭିଡିଓ କୁ ଶେଯରକାରୀ ଲେଖି ଛନ୍ତି, “ଏଠାରେ ଗୋଟେ କାହାଣୀ ଅଛି ଯାହା ଆପଣଙ୍କୁ ଆଶା ଦବ ଏବଂ ପ୍ରେରିତ ।” ହରଭଜନଙ୍କ ତାରିଫ ରେ ଆନନ୍ଦ କହିଛନ୍ତି ଯେ କୌଣସି କାମ ଆରମ୍ଭ କରିବା ପାଇଁ ଜୀବନ ରେଖା ଦେଖିବା ଉଚିତ ନୁହ ବୋଲି ଏହି ମହିଳା ଆମ ସମସ୍ତଙ୍କୁ ଦେଖେଇଛନ୍ତି ସେ ନିଜ ସପନ ସାକାର କରିବା ପାଇଁ ନିଜ ବୟସ ଦେଖିଲେ ନାହିଁ ନଚେତ ସେ ବି କେବେ ଏତେ ବଡ ନିଷ୍ପତ୍ତି କରି ପାରି ନଥାନ୍ତେ ।

ମନ ଓ ସ୍ଵାଭିମାନ ବଳବାନ ଥିଲେ ସବୁ କାର୍ଯ୍ୟ ସହଜ ଅଟେ । ହରଭଜନଙ୍କ ଏହି ଭିଡିଓ କୁ ବହୁତ ପସନ୍ଦ କରା ଯାଉଛି ଓ ଏହି ଭିଡିଓ କୁ ୮୭ହଜାର ଠାରୁ ଅଧିକ ଲୋକ ଦେଖି ସାଇଲେଣି । ଗୋଟେ ଟ୍ଵିଟର ୟୁଜର ଲେଖିଛନ୍ତି ଏହା ପରେ ମୁଁ ଚଣ୍ଡୀଗଡ ଗଲେ ହରଭଜନଙ୍କ ବେସନ ବର୍ଫି ନିଶ୍ଚିନ୍ତ ଖାଇବି । ଏବଂ ଅନ୍ୟ ଗୋଟେ ୟୁଜର ଲେଖିଛନ୍ତି “ଯୁନୁନ ଏବଂ ଦୃଢ ସଂକଲ୍ପ ଜୀବନ ରେ କିଛି କରିବା ପାଇଁ ପ୍ରେରିତ କରି ଥାଏ ଓ କୌଣସି କାମ କରିବା ପାଇଁ ବୟସ ସୀମା ନଥାଏ ।”

Leave a Reply

Your email address will not be published. Required fields are marked *