Anubhab ଓ Barsha ବିବାଦ ନେଲା ନୂଆ ମୋଡ, ଫସିଗଲେ ବର୍ଷା ! କୋର୍ଟ ନଯାଇ ଆଉ ଲୁଚିପାରିବେନି

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାରା ମାନେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଅନେକ କଳାକାର ମାନେ ନିଜର ଅଭିନୟ ସହ ନିଜର ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ସୋସିଆଲ ମିଡିଆମିଦାରେ ରହିଥାନ୍ତି । କିଛି ଅଭିନେତା ଓ ଅଭିନେତ୍ରୀ ମାନେ ପରସ୍ପର ସହ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ ଖୁସିରେ ସମୟ ଅତିବାହିତ କରୁଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜ ପାର୍ଟନର ଠାରୁ ଅଲଗା ହୋଇ ସାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଓଲିଉଡ ଯୋଡି ବିଷୟରେ କହିବାକୁ ଯାଉଛୁ ଯେଉଁ ଏମାନେ ବହୁତ ଜଲ୍ଦି ଅଲଗା ହେବାକୁ ଯାଉଛନ୍ତି । ଆପଣ ମାନେ ଓଲିଉଡ ସ୍ପୁଉର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଅନେକ ଓଡିଆ ଫିଲ୍ମ ଏକାଠି ଅଭିନୟ କରିବାର ନଜର ଆସିଛନ୍ତି । ୨୦୧୪ ରେ ଦୁହେଁ ପରସ୍ପର ସହ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ଦୁହେଁ ପରସ୍ପର ତହରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି ।

ଏଥିପାଇଁ ଦୁହେଁ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି । କୋର୍ଟ ରେ ଅନେକ ଶୁଣାଣୀ ହୋଇଥିଲେ ମଧ୍ୟ ଏ ଯାଏଁ କୌଣସି ସଠିକ ନିଷ୍ପତି ନିଆଯାଇ ନାହି । ଏହି ସମସ୍ମାୟ ମଧ୍ୟରେ ବର୍ଷା ଅନୁଭବଙ୍କ ସହ ରହିବାକୁ ଚାହୁଁଛନ୍ତି କିନ୍ତୁ ଅନୁଭବ ତାଙ୍କ ସହ ରହିବାକୁ ମନା କରି ଦେଇଛନ୍ତି । ତେବେ ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ଦୁହିଙ୍କର ପାରିବାରିକ ମାମଲାରେ ଏକ ବାଟ ବାହାରିଛି । ଅନୁଭବଙ୍କ ତ୍ଵରିତ ଶୁଣାଣୀକୁ ନେଇ ହାଇ କୋର୍ଟ ଦେଇଥିବା ଶୁଣାଣୀକୁ ନେଇ ଖୁବ ଜୋରସୋରରେ ଚର୍ଚ୍ଚା ଚାଲିଛି ।

ଦୁହିଙ୍କର ଛାଡପତ୍ର ମାମଲାର ଶୁଣାଣୀ ବହୁତ ଜଲ୍ଦି ପରିବାର ଅଦାଲତରେ ହେବ ବୋଲି ସୂଚନା ମିଳିଛି । ଏହି କଥା ଶୁଣିବା ପରେ ଅନୁଭବ ବହୁତ ଖୁସି ଥିବା ବେଳେ ବରଷାଙ୍କ ମନ କଥା ଏ ଯାଏଁ ଜଣାପଡି ନାହି । ବର୍ଷା ଅନୁଭବଙ୍କ ଠାରୁ ଅଲଗା ହେବା ପାଇଁ ଚାହୁଁ ନାହାନ୍ତି ବୋଲି ଜଣା ପଡୁଛି । ବର୍ତ୍ତମାନ ବର୍ଷା ନିଜ ଫିଲ୍ମ “ବିଜୟନୀ” ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ବହୁତ ଜଳଦୀ ରିଲିଜ ହେବାକୁ ଯାଉଛି । କଟକରେ ଏହି ଫିଲ୍ମର ଶୁଭାରମ୍ଭ ହେବା ପରେ ବର୍ଷ ଖୁବ ଜୋରସୋରରେ ଫିଲ୍ମ ସୁଟିଂରେ ଲାଗି ପଡିଛନ୍ତି ।

ଆସନ୍ତା ସପ୍ତାହରେ କୋର୍ଟର ନିସ୍ପତି କଣ ହେବ ଭାବି ବର୍ଷା ଚିନ୍ତାରେ ଅଛନ୍ତି ବୋଲି ଜଣା ପଡିଛି । ବର୍ଷାଙ୍କ ଏହି ନୂଆ ଫିଲ୍ମ “ବିଜୟନୀ” ରିଲିଜ ହେବାକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ଅପେକ୍ଷାରେ ଅଛନ୍ତି । ଆଶା କରୁଛୁ ତାଙ୍କ ନୂଆ ଫିଲ୍ମ ବହୁତ ଭଲ ହୋଇଥିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *