ମା’ Aparajitaଙ୍କ ପାଇଁ ଗୀତା ଗଇଲେ ପୁଅ Babushan, ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଷ୍ଟାରଙ୍କ ଘରୋଇ କଳି ବିବାଦ ଲାଗି ରହିଛି । କହିବାର ଅର୍ଥ ହେଉଛି ଓଡିଆ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବାବୁସାନ ମହାନ୍ତି ଓ ପ୍ରେମିକା ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ଲାଗି ରହିଛି । ତେବେ ସମୟ କର୍ମରେ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଦୁହିଙ୍କର ସଂପର୍କକୁ ନେଇ । ତେବେ ଏହାରି ମଧ୍ୟରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ବାବୁସାନ ମା ଅପରାଜିତା ଗାଇଥିବା ଗୀତ କୁ ନିଜେ ସଂଗୀତ ଦାନ କରିଛନ୍ତି ।

ତେବେ ଅଭିନେତ୍ରୀ ଅପରାଜିତା ମହାନ୍ତି ସିନେ ଉଶ୍ଚବ ରେ ଯୋଗ ଦେଇଛନ୍ତି ଆଉ ସେଠାରେ ଆଙ୍କରିଙ୍ଗ କରୁଛନ୍ତି ଅଭିନେତା ବୁଦ୍ଧାଦିତ୍ୟ । ବୁଦ୍ଧାଦିତ୍ୟ ଅପରାଜିତା ଙ୍କ ବିଷୟରେ କହିଛନ୍ତି ମ୍ୟାଡମ ଜଣେ ଭଲ ମଣିଷ ହେବା ସହ ଗୀତ ଗାଇଥାନ୍ତି ଓ ଲେଖିଥାନ୍ତି ମଧ୍ୟ । ସେ ଗୀତ କୁ ସଂଗୀତରେ ରଚିଛନ୍ତି ଓ କଣ୍ଠ ଦାନ କରିଛନ୍ତି ଆମ ସମସ୍ତଙ୍କର ପ୍ରିୟ ବାବୁସାନ ମହାନ୍ତି ।

ଏହା ପରେ ବୁଦ୍ଧାଦିତ୍ୟ ବାବୁସାନ ଙ୍କୁ ସ୍ଟେଜ ଉପରକୁ ଆମନ୍ତ୍ରଣ କରୁଛନ୍ତି ସେହି ଗୀତ ଗାଇବା ପାଇଁ । ବାବୁସାନ ସ୍ଟେଜ ଉପରକୁ ଆସି ଗାଉଛନ୍ତି କି ତୁମେ ଉଛୁଳା ନଦୀର ଜନ୍ହ ମୋ କାଗଜ ଡଙ୍ଗାରେ ଭାସି ଯାଉଥିବା ଜ୍ୟୋସ୍ନା ରେ ଭିଜା ସ୍ଵପ୍ନ ତୁମେ ପରି ରାଇଜର ଗଳ୍ପ । ମୁଁ ଆଇ ମା କୋଳରେ ସୋଇ ଶୁଣୁଥିବା ଶିଶୁର ଅଝଟ ମନ ତୁମେ କୁହୁକିନି କନ୍ୟା ମୋର ମୁଁ ସାତ ତାଳେ ଥିବା ସାତ ଫରୁଆର ବାଟ ବଣା ଭଅର ତୁମେ ଉଜୁଳା ନଦୀର ଜନ୍ହ ।

ସତରେ ବାବୁସାନ ଏତେ ସୁନ୍ଦର ଭାବେ କଣ୍ଠ ଦାନ କରିଛନ୍ତି ମା ଙ୍କର ଏହି ଗୀତ ଲେଖା କୁ ଯାହା ହୃଦୟ କୁ ଛୁଇଁ ଯାଇଛି । ସେଠାରେ ବସିଥିବା ଓଡିଆ କଳାକାର ମାନେ ବାବୁସାନଙ୍କର ଗୀତ କୁ ତାରିଫ କରିଛନ୍ତି । ତେବେ ବାବୁସାନ ଗୀତ ଗାଇଥାନ୍ତି ତାହା ସମତେ ଜାଣିଛନ୍ତି । କାରଣ ସେ ଅନେକ ଫିଲ୍ମ ରେ କଣ୍ଠ ଦାନ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ବର୍ତ୍ତମାନ ସମୟରେ ଯେଉଁ ବିବାଦ ଲାଗି ରହିଛି ତାହାରି ଭିତରେ ବାବୁସାନଙ୍କର ଏହି ଗୀତ ର ଭିଡିଓ ଭାଇରାଲ ହେବା ପରେ ଲାଗୁଛି ମା ଅପରାଜିତା ଙ୍କୁ ସେ ସମ୍ମାନ କରିଥାନ୍ତି ଆଉ ତାଙ୍କର ସବୁ କଥା ମାନିଥାନ୍ତି ମଧ୍ୟ । ବାବୁସାନ ଙ୍କୁ ଦେଖିଲେ ଲାଗୁ ନାହି ସେ ଅଝଟ ହୋଇଥିବେ କି ଏମିତି ଖରାପ ରାସ୍ତା କୁ ଯାଇ ପାରିବେ ।

ତେବେ ସେ ଯାହା ବି ହେଉ ବାବୁସାନ ଗାଇଥିବା ଏହି ଗୀତ ଟି ସତରେ ପ୍ରଶଂସା ଯୋଗ୍ୟ ଅଟେ । ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନ ଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *