ଆପଣଙ୍କ ପିଲା ପାଠ ପଢୁ ନାହିଁ କି ତେବେ ପଢା ଘରେ ରଖନ୍ତୁ ଏହି ସବୁ ଜିନିଷ ଆଉ ଦେଖନ୍ତୁ ଚମତ୍କାର ।

ବନ୍ଧୁଗଣ ଅନେକ ସମୟରେ ଦେଖାଯାଏ କି ପିଲା ମାନେ ଯେତେ କଠିନ ପରିଶ୍ରମ କରିଲେ ବି ତାର ପାଠ ଭଲ ହୁଏ ନାହିଁ । ଓ ତାକୁ ପରିଶ୍ରମର ଫଳ ଭଲ ଭାବେ ମିଳେ ନାହିଁ । କ୍ଯାରିୟର ଗଢିବାର ଅନେକ ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ । ପିଲା ଯେତେ ପଢିଲେ ବି ତାର ମନେ ରୁହେନି । ତେବେ ଏହାର ମୁଖ୍ୟ କାରଣ ଘରେ ଥିବା ବାସ୍ତୁ ଦୋଷ ହୋଇଥାଏ । ଆଜି ଆମେ ଜାଣିବା ଏମିତି କିଛି ଟିପ୍ସ ବିଷୟରେ ଯାହାକୁ ବାସ୍ତୁ ଅନୁଯାୟୀ ଘରେ ରଖିଲେ ପିଲାଙ୍କର ପାଠ ପଢାରେ କିଛି ସମସ୍ଯା ରହିବା ନାହିଁ ।

1- ସରସ୍ଵତୀ ମା ଙ୍କ ମୂର୍ତ୍ତି : ଆପଣ ମାନେ ଜାଣିଥିବେ ମା ସରସ୍ଵତୀ ହେଉଛନ୍ତି ବିଦ୍ୟାଧାତ୍ରୀ । ତାଙ୍କର ମୂର୍ତ୍ତି ପିଲାଙ୍କ ପଢା ଘରେ ରଖିଲେ ପିଲାଙ୍କୁ ମା ସରସ୍ଵତିଙ୍କ ଆଶୀର୍ବାଦ ମିଳିଥାଏ । ଯାହା ଫଳରେ ପିଲାଙ୍କର ପାଠ ଭଲ ହୋଇଥାଏ । ଏହା ସହ ଘରର ବାସ୍ତୁ ଦୋଷ ଦୂର ହୁଏ ଓ ପିଲା ମାନେ ଅନ୍ୟମନସ୍କ ରୁହନ୍ତିନି ।

2- ବୀଣା ; ଘରେ କୌଣସି ପିଲା ଯେତେ ପଢିଲେ ବି କିଛି ବି ପାଠ ମନେ ରହୁ ନାହିଁ ତେବେ ଘରେ ମା ସରସ୍ଵତୀଙ୍କ ନିକଟରେ ବୀଣା ରଖିବା ବୁଚିତ । ଏହା ଦ୍ଵାରା ସୁଖ ଶାନ୍ତି ଲାଭ ସହ ଘରେ ପଢୁଥିବା ପିଲାଙ୍କର ପାଠ ମନେ ରହିବ । ଏହା ପଢା ଘରର ନେଗେଟିଭ ଶକ୍ତି ଦୂର କରିଥାଏ । ଯାହା ଫଳରେ ପିଲାଙ୍କର କ୍ଯାରିୟରରେ ଉନ୍ନତି ହୋଇଥାଏ ।

3- ହଂସ : ହଂସ ର ମୁର୍ତ୍ତୀ ବା ଫୋଟୋ ଘରର ମୁଖ୍ୟ ଦ୍ଵାରରେ ରଖିଲେ ପିଲା ଅନ୍ୟମନସ୍କ ହୁଅନ୍ତି ନାହିଁ । ପାଠ ପଢାରେ ଅଧିକ ଧ୍ୟାନ ଦେଇଥାନ୍ତି । ହଂସ ମା ସରସ୍ଵତୀଙ୍କ ବାହନ ହୋଇ ଥିବାରୁ ବାସ୍ତୁ ଅନୁଯାୟୀ ଏହା ପାଠ ପଢା ପାଇଁ ଶୁଭ ହୋଇଥାଏ । ଏଣୁ ଘରେ ହଂସ ର ଫୋଟୋ ବା ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ ।

4- ମୟୂର ପଙ୍ଖ : ଘରେ ମୟୂର ପୁଛ ରଖିଲେ ବହୁତ ଶୁଭ ହୋଇଥାଏ । କାରଣ ଏହା ଦ୍ଵାରା ଘରେ ନେଗେଟିଭ ଶକ୍ତି ପ୍ରବେଶ କରିପାରେ ନାହିଁ । ଏହା ସହ ପିଲାଙ୍କ ମନ ଶାନ୍ତ ରହିବା ସହ ମନରେ ଅନ୍ୟ କିଛି ଚିନ୍ତା ଆସେ ନାହିଁ । ପିଲାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ଓ ପାଠ ପଢା ରେ ଉନ୍ନତି ଆସିବ । ଏଣୁ ମୟୂର ପଙ୍ଖ ଘରେ ରଖିବା ଉଚିତ ହୋଇଥାଏ ।

5- ପଦ୍ମ ଫୁଲ : ପଦ୍ମ ଫୁଲ ପିଲାଙ୍କ ପଢା ରେ ଅନେକ ମାତ୍ରାରେ ପ୍ରଭାବ ପକାଇଥାଏ । ପୂଜା ରେ ଅନ୍ୟ ଫୁଲ ସହ ପଦ୍ମ ଫୁଲର ବ୍ୟବହାର ନିଶ୍ଚୟ କରିବା ଉଚିତ । ଏହା ଦ୍ଵାରା ଶୁଭ ଫଳ ମିଳିଥାଏ । ପିଲା ମାନେ ମାନସିକ ଶାନ୍ତି ଅନୁଭବ କରିବା ସହ ଭଲ ପାଠ ମଧ୍ୟ ପଢିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *