ବହୁତ ଔଷଧୀୟ ଗୁଣ ଅଛି ଏହି ଅପରାଜିତା ଫୁଲର- ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ, ଏହି ସବୁ ବଡ ବଡ ରୋଗକୁ କରିଥାଏ ଠିକ୍

ଆମର ଆଖ ପାଖରେ ବହୁତ ଗଛ ଅଛି ଯାହା ଆମ ପାଇଁ ବହୁତ ଫାଇଦା ଦେଇଥାଏ । କିନ୍ତୁ ଠିକ୍ ସୁଚନା ନଥିବା କାରଣରୁ ଆମେ ସେହି ଗଛକୁ ନଜରକୁ ଆଣିନଥାଉ । ଏମିତି ଏକ ଅଛି ଅପରାଜିତା ଫୁଲ । ଏହି ଫୁଲ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଯାହାକୁ ଲୋକେ ନିଜ ବାଲକୋନୀରେ ସଜାଇଥାନ୍ତି । ଏହି ଫୁଲ କେବଳ ଆପଣଙ୍କ ଘରର ଶୋଭା ବଢାଇଥାଏ ତାହା ସହ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବି ଠିକ୍ ରଖିଥାଏ ।

ଯଦି ଆପଣଙ୍କ ଘରେ ଅପରାଜିତା ଫୁଲ ଅଛି ତେବେ ଜାଣନ୍ତୁ । କେଉଁ ଭଳି ଭାବେ ଆପଣ ସ୍ୱାସ୍ଥ୍ୟ ଓ ତ୍ୱଚାକୁ ଫାଇଦା ଦେଇପାରିବେ । ଏହି ଫୁଲ ସାପର ଶତ୍ରୁ ହୋଇଥାଏ । ଏହା ସାପର ବିଷକୁ ଶରୀରରୁ ବାହାର କରିଦେଇଥାଏ । ଏଥିପାଇଁ ଏହାର ଜଡର ପାଉଡର କରି ତାଙ୍କୁ ଘିଅରେ ମିଶାଇ ଖୁଆଇ ଦିଅନ୍ତୁ । ଏହାଦ୍ୱାରା ବିଷର କଷ୍ଟ ଶେଷ ହୋଇଯାଏ ।

ଏହା ପିଲିଆ ରୋଗୀଙ୍କ ପାଇଁ ବହୁତ ଫାଇଦା ଦେଇଥାଏ । ପିଲିୟା ରୋଗୀଙ୍କ ପାଇଁ ଅପରାଜିତା ଫୁଲର ମଞ୍ଜିକୁ ଅଧା ଗ୍ରାମ ପେଷିଥିବା ଚୂର୍ଣ୍ଣକୁ ଗରମ ପାଣି ସହ ଦିନରେ ଦୁଇଥର ପିଅନ୍ତୁ । ଏହା ପିଲିୟା ରୋଗକୁ ଦୂର କରିଦେବ । ଏହା ଛଡା ଏହାର ତେଲକୁ ନାକରେ ଲଗାଇଲେ ମାଇଗ୍ରେନ୍ କଷ୍ଟ ଶେଷ ହୋଇଯାଇଥାଏ ।

ଏହା ତ୍ୱଚା ପାଇଁ ବହୁତ ଫାଇଦା ଦେଇଥାଏ । ଏହା ତ୍ୱଚାରୁ କଳା ଚିହ୍ନ ବ୍ରଣକୁ ଦୂର କରିଦିଏ । ଏହାର ଜଡକୁ ଲହୁଣୀ ସହ ଲଗାଇଲେ ମୁହଁରୁ କଳା ଚିହ୍ନ ଦୂର ହୋଇଯାଏ । ଏହା ଧଳା ଦାଗ ଯେପରି ରୋଗକୁ ଜଲଦି ଠିକ୍ କରିଦିଏ । ଏହାର ଜଡର ଲେପ ଲଗାଇଲେ ଶରୀରରେ ଧଳା ଦାଗ ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *