ମାତ୍ର 2100 ଟଙ୍କାରେ ଏହି ସ୍କେଚକୁ କିଣି ଘରକୁ ନେଇ ଆସିଥିଲା ବ୍ୟକ୍ତି, କିନ୍ତୁ ବନିଗଲେ 368 କୋଟି ଟଙ୍କାର ମାଲିକ! କିନ୍ତୁ କେମିତି? ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

କେତେବେଳେ କାହାର ଭାଗ୍ୟ ଖୋଲିଯିବ ଏହା କେହି ବି କହି ପାରିବ ନାହିଁ । ବିଶେଷ କରି ଏହା ଲଟେରୀ କିଣୁଥିବା ଲୋକମାନଙ୍କ ସହ ଘଟିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହିଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଗୋଟିଏ ପୁରୁଣା ସ୍କେଚ ଯୋଗୁ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଛି । ଏହିଭଳି କିଛି ଚମତ୍କାର ହୋଇଛି ଆମେରିକାର ଏହି ବ୍ୟକ୍ତି ସହିତ । ବ୍ୟକ୍ତି ଜଣକ ୨୧୦୦ ଟଙ୍କାରେ ଗୋଟିଏ ଜିନିଷ କିଣି ଘରକୁ ନେଇ ଆସିଲା ଓ ପରେ ଜଣା ପଡିଲା କି ସେ ଯେଉଁ ଜିନିଷକୁ କିଣିଛି ତାର ମୂଲ୍ୟ କୋଟି କୋଟି ଟଙ୍କା ଅଟେ ।

ଆମେରିକାର ଯେଉଁ ବ୍ୟକ୍ତି ସହ ଏହା ହୋଇଛି ତାର ନାଁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ସେ ନିଜର ନାଁ ଗୋପନୀୟ ରଖିବାକୁ କହିଛନ୍ତି । କାରଣ ବର୍ତ୍ତମାନ ସେ ଅଚାନକ କୋଟିପତି ହୋଇ ଯାଇଛନ୍ତି । ଆମେରିକାର ଏହି ବ୍ୟକ୍ତି ଜଣକ ଦିନେ ଗୋଟିଏ ଆର୍ଟୱାର୍କ କିଣି ଘରକୁ ନେଇ ଆସିଲେ ଓ ଯାହାର ମୂଲ୍ୟ ୨୧୦୦ ଟଙ୍କା ଥିଲା । କିନ୍ତୁ ଏହାର ଅସଲ ମୂଲ୍ୟ ଜାଣି ସେ ଆଶ୍ଚର୍ଯ୍ୟ ହୋଇଗଲା ।

ସେ ଆର୍ଟୱାର୍କର ମୂଲ୍ୟ ୩୬୮ କୋଟି ଟଙ୍କା ଅଟେ । କହିଦେଉଛୁ କି ଏହି ବ୍ୟକ୍ତି ଜଣକ ଆମେରିକାର Massachusettsରେ ରୁହନ୍ତି । ଯିଏକି ନିଜର ନାଁ କହି ନାହାନ୍ତି । ସେ ଗୋଟିଏ ମା ଓ ଶିଶୁର ଫଟୋ ସ୍କେଚକୁ ଏମିତି ହିଁ ଆର୍ଟୱାର୍କ ସେଲରୁ କିଣି ଆଣିଲେ । ଯାହାର ମୂଲ୍ୟ ମାତ୍ର ୨୧୦୦ ଟଙ୍କା ଥିଲା ।

ରିପୋର୍ଟ ଅନୁସାରେ ବ୍ୟକ୍ତି ଜଣକ ଯେତେବେଳେ ଏହି ସ୍କେଚକୁ କିଣିଥିଲେ ସେହି ସମୟରେ ତାଙ୍କୁ ଏହା ବିଷୟରେ ଅନ୍ଦାଜ ନ ଥିଲା କି ଯେଉଁ ଫଟୋକୁ ସେ କିଣିଛନ୍ତି ତାର ମୂଲ୍ୟ ଏତେ ଗୁଣା ଅଟେ । ଏହା ବହୁତ ହିଁ ଅମୂଲ୍ୟ ଫଟୋ ଅଟେ । କହିଦେଉଛୁ କି ଏହି ଫଟୋ ବହୁତ ହିଁ ପୁରୁଣା ଅଟେ ଓ ଏହା ବିଲକୁଲ ଓରଜିନାଲ ଅଟେ । ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ କି ଏହି ଫଟୋରେ ଏମିତି କଣ ଅଛି ।

ଯାହାର ମୂଲ୍ୟ ୩୬୮ କୋଟି ଟଙ୍କା ଅଟେ । କହିଦେଉଛୁ କି ଏହି ସ୍କେଚ ବର୍ତ୍ତମାନ ସମୟର ନୁହେଁ କିମ୍ବା କିଛି ବର୍ଷ କିମ୍ବା କିଛି ଦଶକ ପୁରୁଣା ନୁହେଁ ଅଥବା ଏହା ୧୫ ତମ ଶତାବ୍ଦୀର ଅଟେ । ଏହାକୁ ତିଆରି କରିଥିବା ବ୍ୟକ୍ତିର ନାଁ Albrecht Dürer ଅଟେ । ଏହା ଜର୍ମାନ ଆର୍ଟିସ୍ଟର ଓରିଜନଲ ଆର୍ଟୱାର୍କ ଅଟେ ।

ଆର୍ଟୱାର୍କ ଏକ୍ସପର୍ଟ ଯେତେବେଳେ ଏହି ଫଟୋକୁ ଖୋଜିଲେ ତେବେ ସେମାନେ ଜାଣି ପାରିଲେ କି ଏହି ଫଟୋକୁ ୨୦୧୬ରେ ଦିୱଂଗତ ବାସ୍ତୁକାର ଜୀନ-ପଲ କାର୍ଲହିୟନଙ୍କ ପରିବାର ବିକ୍ରି କରି ଦେଇଥିଲେ । ସେହି ପରିବାରକୁ ଏହି ସେକ୍ଚର ଅସଲ ମୂଲ୍ୟ ବିଷୟରେ ଜାଣି ନ ଥିଲା ।

Leave a Reply

Your email address will not be published. Required fields are marked *