ଗିରଫ ହେଲେ ଆସାମର ଭାଇରାଲ ‘Lady Singham’, ଯିଏ କରିଥିଲେ ନିଜ ଭାବି ସ୍ଵାମୀଙ୍କୁ ଗିରଫ….

ବନ୍ଧୁଗଣ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ ଆସାମର ଏହି ଲେଡି ସିଙ୍ଘମ ଙ୍କ କାହାଣୀ । କିଛି ମାସ ହେବ ନିଜ କାର୍ଯ୍ୟ ଦକ୍ଷତା ପାଇଁ ଖୁବ ଚର୍ଚ୍ଚା ରେ ରହି ଆସୁଥିଲେ ଏହି ପୋଲିସ ଅଧିକାରି । କିନ୍ତୁ ଏବେ ନିଜେ ପୋଲିସ ଦ୍ଵାରା ଗିରଫ ହୋଇଛନ୍ତି । ସେ ହେଉଛନ୍ତି ଆସାମର ଲେଡି ସିଙ୍ଘମ ଭାବେ ପରିଚିତ ରାଜ୍ୟ ପୋଲିସର ସବ ଇନ୍ସ୍ପେକ୍ଟର ଜୁନାମଣି ରାଭା । ଦିନେ ଏକ ଠକେଇ ଓ ଦୁର୍ନୀତି ମାମଲାରେ ନିଜ ଭାବି ସ୍ଵାମୀଙ୍କୁ ଗିରଫ ସେ ଚର୍ଚ୍ଚା କୁ ଆସିଥିଲେ । କିନ୍ତୁ ଏହି ଘଟଣାରେ ଏବେ ବଡ ଧରଣର ଟ୍ଵିଷ୍ଟ ଦେଖିବାକୁ ମିଳିଛି ।

ଅଭିଯୁକ୍ତ ଙ୍କୁ ଆରେଷ୍ଟ କରିବା ପରେ ଜେଲ ର ହାୱା ଖୁଆଉଥିବା ଜୁନାମଣି ଏବେ ନିଜେ ଗିରଫ ହୋଇଛନ୍ତି । ପୂର୍ବତନ ପ୍ରେମିକଙ୍କ ସହ ଏକାଧିକ ଭ୍ରଷ୍ଟାଚର କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ମାମଲା ପୁରା ଫିଲ୍ମ ଷ୍ଟାଇଲ ରହିଛି । ଠକେଇ ମାମଲାରେ ନିଜ ଭାବି ସ୍ବାମୀଙ୍କୁ ଆରେଷ୍ଟ କରି ଭାରି ପ୍ରଶଂସା ସାଉଁଟିଥିଲେ । କିନ୍ତୁ ଏହା ପଛରେ ରହିଥିଲା ଆଉ କିଛି ସତ୍ୟ ।

ଯାହା ଜାଣ ପଡିବା ପରେ ପୁରା ପୋଲିସ ଡିପାର୍ଟମେଣ୍ଟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । କାରଣ ଭାବି ସ୍ଵାମୀଙ୍କୁ ଗିରଫ କରିଥିବା ଇନ୍ସ୍ପେକ୍ଟର ନିଜେ ଥିଲେ ଏହି ଠକେଇ ମାମଲାର ଅନ୍ୟ ଜଣେ କାରପନ୍ଟର । ନିଜ ପ୍ରେମିକ ତଥା ଭାବି ସ୍ଵାମୀଙ୍କ ସହ ମିଶି ଅନେକ ଠକେଇ ଓ ଦୁର୍ନୀତି ରେ ସାମିଲ ଥିବା ଅଭିଯୋଗ ଏବେ ସବୁଠାରୁ ବଡ ଖବର ପାଲଟିଛି ।

ତେବେ ଘଟଣା ଥିଲା କିଛି ଏମିତି କି ସବ ଇନ୍ସ୍ପେକ୍ଟର ରାଭା ଗତ ୧ ବର୍ଷ ହେବ ରାଣା ପୁଗାଦ ଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ । କେବେଳ ଏତିକି ନୁହେଁ ବରଂ ଗତ ବର୍ଷ ଦୁହେଁ ଅକ୍ଟୋବର ମାସରେ ବିବାହ ନିସ୍ପତି ନେଇ ନିର୍ବନ୍ଧ ମଧ୍ୟ କରିଥିଲେ ।ରାଣା ନିଜକୁ ତୈଳ ଓ ପ୍ରାକୃତିକ ଗ୍ଯାସ ନିଗମର ଜନ ସମ୍ପର୍କ ବୋଲି ପରିଚୟ ଦେଇଥିଲେ ।

ଆଉ ମିଛ ପଦବୀର ସୁଯୋଗ ନେଇ ଲୋକ ମାନଙ୍କୁ ଚାକିରି ଦେବ କହି ଟଙ୍କା ନେଉଥିଲେ । ଆଉ ଏଥିରେ ସହଯୋଗ କରୁଥିଲେ ନିଜେ ସବ ଇନ୍ସ୍ପେକ୍ଟର ରାଭା । ସୂଚନା ଅନୁଯାୟୀ ଏପରି ଦୁହେଁ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ । କିନ୍ତୁ କଥା ରେ ଅଛି ଚୋର ଘର ସବୁବେଳେ ଅନ୍ଧାର ରୁହେ ନାହି । ଗତ କିଛି ଦିନ ତଳେ ଜୁନାମଣି ଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଆସିଥିଲା ।

ଆଉ ଏହି ଅଭିଯୋଗ ମୁତାବକକ ମାଜୋଲି ରେ କାର୍ଯ୍ୟରତ ଥିବା ବେଳେ ରାଭା ଦୁଇ ଜଣ ଠିକାଦାର ଙ୍କୁ ପୂର୍ବତନ ପ୍ରେମିକ ରାନା ଙ୍କ ସହ ପରିଚିତ କରାଇ ଥିଲେ । ଆଉ କିଛି କାମ ଡିଲ ମଧ୍ୟ କରିଥିଲେ । କିନ୍ତୁ ଠିକାଦାର ରାଭଙ୍କ ବିରୁଦ୍ଧରେ ଅଭିଯୋଗ କରିଲେ ଲଗାତାର ପୋଲିସ ରାଭାଙ୍କୁ ଦୁଇ ଦିନ ଜେରା କରିଥିଲେ ।

ଆଉ ଜେରା ସମୟରେ ସବୁ ସତ ଉଗାଳିଥିଲେ । ବନ୍ଧୁଗଣ ଆପଣଙ୍କର ଲେଡି ସିଙ୍ଘମଙ୍କ କାର୍ଯ୍ୟକଳାପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *