8 ବର୍ଷ ହେବ ଉଈ ହୁଙ୍କାରେ ଏମତି ରହୁଛନ୍ତି 70 ବର୍ଷୀୟା ବୃଦ୍ଧା, ଯାହା କହୁଛନ୍ତି ଶୁଣି ଆପଣଙ୍କ ଆଖିରେ ଆସିଯିବ ଲୁହ… ଦେଖନ୍ତୁ Video

ବନ୍ଧୁଗଣ ଭଲ ଭାବେ ଆପଣ ମାନେ ଦେଖନ୍ତୁ କିପରି ଉଈ ହୁଙ୍କା ଲାଗିଥିବା ଘରେ ରହୁଛନ୍ତି ଜଣେ ବୃଦ୍ଧ । ହୁଏ ତ ଆପଣଙ୍କୁ ଏହି ଦୃଶ୍ୟ ଦୁଖ ଦେଉଥିବେ କିନ୍ତୁ ଏହି ଘରେ ରହୁଛନ୍ତି ୭୦ ବର୍ଷୀୟା ବୃଦ୍ଧ । ପୁଅ ବୋହୁ କି ପରିବାରରେ ଏହି ନ ଥିବାରୁ ଏମିତି କଷ୍ଟ ଭିତରେ ରହୁଛନ୍ତି ବୃଦ୍ଧା ମହିଳା ଜଣକ । ପୁଣି ଥରେ ଏହି ଦୃଶ୍ୟକୁ ଦେଖନ୍ତୁ ଆପଣ ମାନେ ଯେଉଁଠି କୁକୁଡା ଭାଡି ପରି ଦେଖା ଯାଉଥିବା ଘରେ ରହୁଛନ୍ତି ଦୁଖଦେଇ । ୭୦ ବର୍ଷ ବୟସରେ ମଧ୍ୟ ତାଙ୍କର ସାହା ଭରସା କେହି ନାହାନ୍ତି । ସେଥିପାଇଁ ଏହି ଘରେ ରହୁଛନ୍ତି ଦୁଖଦେଇ ନାମକ ବୃଦ୍ଧା ।

ଏହି ଘରେ ରାନ୍ଧିବା ଖାଇବା ଠାରୁ ଆରମ୍ଭ କରି ଶୋଇବା ଯାଏଁ ସବୁ କାମ କରନ୍ତି । ଦୁଖଦେଇ ଅନେକ ଥର ଘର ଖଣ୍ଡିଏ ପାଇଁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଆଉ ଏହି ବୟସରେ କଣ କରିବେ କାହାକୁ କହିବେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଦୁଖଦେଇ ବିଶି । ଏହି ଘରଟିଏ ରାସ୍ତା ଉପରକୁ ଏତେ ଉପରେ ରହିଛି କୁ ଦୁଖଦେଇ ଙ୍କୁ ଘରକୁ ଯିବା ପାଇଁ କଷ୍ଟର ସମାନା କରିବାକୁ ପଡେ ।

କିନ୍ତୁ ଉପାୟ ନ ଥିବାରୁ ଦୁଖଦେଇ ବାଧ୍ୟ ହୋଇ ଏହି ଘରେ ରହୁଛନ୍ତି । ପାଖରେ କେହି ନ ଥିବାରୁ ଭିକ ମାଗି ମାଗି ଦିନକୁ ଦୁଇ ବେଳା ରୋଷେଇ କରି ଖାଉଛନ୍ତି । ଆଉ ଯେତେବେଳେ ମାଗି ଯାଚି ପାରୁ ନାହାନ୍ତି ଉପାସରେ ପାଣି ପିଇ ରହୁଛନ୍ତି ଦୁଖଦେଇ । ସାଜସଜ ପଞ୍ଚାଯତ ନିର୍ବାଚନ ଯାଇଛି ଭୋଟ ମାଗିବାକୁ ଗାଁ ର ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ସମସ୍ତେ ଆସିଥିଲେ ।

କିନ୍ତୁ ଦୁଖଦେଇ ଙ୍କ ଦୁଖ ବୁଝିବାକୁ ଯେମିତି କାହା ପାଖରେ ସମୟ ନାହି ଭଳି ଲାଗୁଛି । ଜନ୍ମ ରୁ ମୃତ୍ୟୁ ଯାଏଁ ସରକାର ଅନେକ ଯୋଜନା କରିଛନ୍ତି କିନ୍ତୁ ପ୍ରକୃତରେ ତାହା କେତେ ସଫଳ ରେ ରୂପାୟନ ହେଉଛି ତାହା ଏହି ଘଟଣା ରୁ ଜଳ ଜଳ ହୋଇ ଦିଶୁଛି ।

ଏ ନେଇ ସେହି ଗାଁ ର ଭିଡିଓ କହିଛନ୍ତି ଯେ ସେମାନେ ଗତ ଦିନେ ଦୁଇ ଦିନ ଭିତରେ ଦୁଖଦେଇ ଙ୍କ କୋଭିଡ଼ ଟେଷ୍ଟ କରି ତାଙ୍କୁ ଅନ୍ୟ କେଉଁ ଥରେ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତୁ । ତେବେ ସରକାରଙ୍କ ଏତେ ସବୁ ଯୋଜନା ତାହା ମଧ୍ୟ ୭୦ ବର୍ଷିୟା ବୃଦ୍ଧ ଜଣକ ଏମିତି ଦୁଖ କଷ୍ଟ ରେ ଦିନ କାଟୁଛନ୍ତି ବାସ୍ତବରେ ଏହା ନିନ୍ଦନୀୟ ଘଟଣା ଅଟେ ।

ସରକାରଙ୍କ ତରଫରୁ ଦୁଖଦିଏ ଙ୍କୁ ନିଶ୍ଚିନ୍ତ ଭାବେ ସାହାଜ୍ଯ ମିଳିବା ଉଚିତ ଯାହା ତାଙ୍କର ଅଧିକାର ରହିଛି । ତେବେ ଦେଖାଯାଏ ଦୁଖଦେଇ ଙ୍କ ଉପରେ କେବେ ସରକାରଙ୍କ ଦ୍ରୁଷ୍ଟି ପଡୁଛି ଓ ସେ ତାଙ୍କର ଦୁଖ ବୁଝିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *