ଆସନ୍ତୁ ଜାଣିବା କି-ବୋର୍ଡ ବଟନ ରେ A,B,C,D ଗୋଟେ କ୍ରମ ଅନୁଯାଇ କଣ ପାଇଁ ରଖା ଯାଆନ୍ତି ନାହିଁ ?

ଆଜିକା ଯୁଗରେ କମ୍ପ୍ୟୁଟର ବା ଲେପଟପ ରେ କାମ କରିବା କିଛି ବଡ କାମ ନୁହ, ଆଜିକା ଲୋକ କମ୍ପ୍ୟୁଟର ଓ ଲ୍ୟାପଟପ ଭଳି ଆବିଷ୍କାର ପ୍ରୟୋଗ ବହୁତ ଭଲ ରେ ଜାଣିଛନ୍ତି । ଆଜିକା ଜନସଂଖ୍ୟା ଇଣ୍ଟରନେଟ ଦ୍ଵାରା କାମ କରିବା ଅଧିକ ପସନ୍ଦ କରୁଛନ୍ତି କାହିଁକିନା ତାଙ୍କ କାମ ସହଜ ଓ ସରଳ ହୋଇ ଯାଉଛି । ତେବେ ଏହି ସବୁ କାରଣ ନା କେବଳ ଅଫିସ ଏହାଛଡା ଘର କାମ ପାଇଁ ମଧ୍ୟ ଲୋକ କମ୍ପ୍ୟୁଟର ଓ ଲ୍ୟାପଟପ ପ୍ରୟୋଗ କରୁଛନ୍ତି ।

ଆଗକାଳ ଲୋକମାନେ କାଗଜ ଓ କଲମ ଭଲ ପାଉଥିଲେ ତାଙ୍କ ଅନୁଯାଇ ସେ ନିଜ ଏହି କାମକୁ ବହୁତ ପସନ୍ଦ ମଧ୍ୟ କରୁଥିଲେ ।

କିନ୍ତୁ ଆଜିକା ଲୋକଙ୍କୁ ସବୁ କାମ ସହଜ ରେ ପ୍ରାପ୍ତ କରିବାର ନିଶା ଅଛି ଯାହା ପାଇଁ ତାଙ୍କୁ କଲମ ରେ ଲେଖିବା ଛଡା କି-ବୋର୍ଡ ରେ ହାତ ବୁଲେଇବା ଭଲ ଲାଗୁଛି । ଆପଣ ବହୁତ ପ୍ରକାର କି-ବୋର୍ଡ ପ୍ରୟୋଗ କରି ଥିବେ କିନ୍ତୁ କଣ ଆପଣ କେବେ ଏହା ଭାବିଛନ୍ତି ଯେ କି-ବୋର୍ଡ ରେ ଅକ୍ଷର ଗୁଡିକ ଏମିତି କଣ ପାଇଁ ଥାଏ କ୍ରମ ରେ କଣ ପାଇଁ ନଥାଏ ?

ଆପଣ ଭାବୁଥିବେ ହଟାତ ଏହି ପ୍ରଶ୍ନ କଣ ପାଇଁ ତେବେ ଆମେ ଆପଣଙ୍କୁ କି-ବୋର୍ଡ ବିଷୟରେ କିଛି ବିଶେଷ କହିବା ପାଇଁ ଚାହୁଁଛୁ ସେଥିପାଇଁ ଆମେ ଆପଣଙ୍କୁ ଏହି ପ୍ରଶ୍ନ ପଚାରିଥିଲୁ । କି-ବୋର୍ଡ ଅକ୍ଷର କ୍ରମ ରେ ନରହିବାର ଗୋଟେ ମନୋରଞ୍ଜକ କଥା ସାମ୍ନାକୁ ଆସିଛି କୁହା ଯାଏ ଯେ କି-ବୋର୍ଡ ତିଆରି ଟାଇପରାଇଟର ଦେଖିକି କରା ଯାଇ ଥିଲା, ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ପ୍ରଥମ ଟାଇପରାଇଟର ୧୮୬୮ରେ ତିଆରି କରା ଯାଇ ଥିଲା । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ପ୍ରଥମ ଟାଇପରାଇଟର ରେ ଅଲ୍ଫାବେଟ ସଠିକ କ୍ରମ ରେ ଲଗା ଯାଇ ଥିଲା ଯେମିତିକି ଏ, ବି, ସି, ଡି ଏହି ଭଳି କିନ୍ତୁ ଏହି କ୍ରମ ଅନୁଯାଇ ଲୋକଙ୍କୁ ଟାଇପ କରିବା ରେ ବହୁତ ଅସୁବିଧା ସାମ୍ନା କରିବାକୁ ପଡିଲା ।

ଏହି କାରଣ ପାଇଁ ପରେ କି-ବୋର୍ଡ ବଟନ କୁ ଏପଟ ସେପଟ କରିବାକୁ ପଡିଲା ଯାହା ଦ୍ଵାରା ଲୋକ ସହଜ ରେ ଟାଇପିଙ୍ଗ କରି ପାରନ୍ତୁ । ୧୮୭୩ରେ ଶୋଲ୍ସ ଏହି ବଟନ ରେ ପରିବର୍ତନ କଲେ ଓ ଏହାକୁ କ୍ୱେର୍ଟୀ ଅର୍ଡର ରେ ତିଆରି କରିଥିଲେ ଯାହା ପରେ ଏହି ଅର୍ଡର ବହୁତ ସଫଳ ମଧ୍ୟ ହୋଇ ଥିଲା ଯାହା ପରେ ଲୋକ ସହଜ ରେ ଟାଇପିଙ୍ଗ କରି ପାଇଲେ । ଏହି ଅର୍ଡର ପରେ ସବୁ କି-ବୋର୍ଡ ଏହି କ୍ରମ ଅନୁଯାଇ ତିଆରି କରା ଯାଇ ଥିଲା ଯାହା ଏବେ ମଧ୍ୟ ଆମେ ପ୍ରୟୋଗ କରୁଛୁ।

Leave a Reply

Your email address will not be published. Required fields are marked *