ଦୀର୍ଘ ୮୦ ବର୍ଷ ହେଲା ଶୋରୁମ ଭିତରେ ବନ୍ଦ ଅଛି ଏହି ନବବଧୁ, ଭୟଭୀତ କରିଦେବ ଏହାର କାହାଣୀ

ମେକ୍ସିକୋ ର ଗୋଟେ ଦୋକାନ ରେ ଗତ ୮୦ ବର୍ଷ ଧରି ଏହି ବଧୁ ର ମୂର୍ତ୍ତି ବନ୍ଦ ଅଛି, ମୂର୍ତ୍ତି ଉପରେ ଏତେ ଭଲ ଭାବ ରେ ମହମ ଲଗାହୋଇଛି କି ମୂର୍ତ୍ତି ସତସତିକା ବଧୁ ଦେଖା ଯାଉଛି କିନ୍ତୁ ଆପଣଙ୍କୁ ଜଣେଇ ଦବାକୁ ଚାହୁଁଛୁ କି ଏହି ବଧୁ ର ଏକ ଭୟଙ୍କର କାହାଣୀ ଅଛି ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ତାର କାହାଣୀ ।

ସ୍ଥାନୀୟ ଲୋକଙ୍କ ଅନୁଯାଇ ଏହା ଏକ ପ୍ରକୃତ ବଧୁ ଯାହାକୁ ମହମ ଲଗାଇ ସୁରକ୍ଷିତ କରାଯାଇଛି, ଏହି ମୂର୍ତ୍ତି ଗୋଟେ ଶବ ବୋଲି କୁହାଯାଉଛି ।

ଏହି ବଧୁ କୁ ସେହି ଜାଗା ରେ ଏଥିପାଇଁ ସୁରକ୍ଷିତ କରା ହୋଇଛି କାହିଁକିନା ସେହି ବଧୁ ମା’ଙ୍କର ଏହା ଅନ୍ତିମ ଇଚ୍ଛା ଥିଲା କି ତାଙ୍କ ଝିଅ ସବୁଦିନ ଏମିତି ବଧୁ ପରି ଦେଖା ଯାଉ । କୁହାଯାଉଅଛି କି ଏହି ବଧୁ ତାଙ୍କ ବିବାହ ଦିନ ମରି ଯାଇଥିଲେ, ତାଙ୍କ ବିବାହ ଗାଉନ ରେ ଗୋଟେ ବିଷାକ୍ତ ବୁଢିଆଣୀ ତାଙ୍କୁ କାମୁଡି ଦେଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ଏହା ପରେ ବଧୁ ମା ଶବ କୁ ମୂର୍ତ୍ତି ବନେଇବା ପାଇଁ ଆଗ୍ରହ କରିଥିଲେ ।

ଏହି କଥା ରେ କେତେ ସତ୍ୟତା ଅଛି କେହି ଜାଣି ନାହାଁନ୍ତି । ସ୍ଥାନୀୟ ଲୋକଙ୍କ ଅନୁଯାଇ ରାତି ରେ ଏହି ବଧୁ ନିଜ ସ୍ଥାନ ବଦଳି ଥାନ୍ତି ଏବଂ ଏହି ମୂର୍ତ୍ତି ର ଆଖି ଏବଂ ଚୁଟି ଅସଲ ବୋଲି କୁହାଯାଉଛି । ଏହି ମୂର୍ତ୍ତି ର ନଖ ଏବଂ ହାତ ଦେଖିଲେ ଆପଣଙ୍କୁ ଲାଗିବ ଏହା କୌଣସି ଜୀବିତ ଲୋକ ର ହାତ । ଏହି ବଧୁ ର ବସ୍ତ୍ର ସବୁ ସପ୍ତାହ ରେ ବଦଳାଯାଏ ଏବଂ ଏହି ବଧୁ ମୂର୍ତ୍ତି କୁ ଦେଖିବା ପାଇଁ ଦୂର ଦୂର ରୁ ଲୋକ ଆସନ୍ତି ।

ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ପୋଷ୍ଟ ପସନ୍ଦ ଆସିଥିବ, ତେବେ ଏହି ଘଟଣା ବିଷୟରେ ଆପଣଙ୍କ ମତ ନିଶ୍ଚୟ ଦେବେ । ଅଗାକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

 

Leave a Reply

Your email address will not be published. Required fields are marked *