ଆସିଲା ବଡ ଖବର, ବନ୍ଦ ହୋଇଯିବ ଭାରତୀୟଙ୍କ ‘ଦ୍ଵିତୀୟ ସିମ… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ଦେଶରେ ବର୍ତ୍ତମାନ ବହୁ ସଂଖ୍ୟା ମୋବାଇଲ ଭୋକ୍ତାଙ୍କର ସିମ ବନ୍ଦ ହୋଇ ଯାଇଛି । ବିଶେଷ କରି ଏହି ସିମ ଗୁଡିକ ହେଉଛି ଦ୍ଵିତୟ ସିମ । ମିଳିଥିବା ସୂଚନା ଅନୁଯାୟୀ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲରେ ଦ୍ଵିତୟ ସିମ କୁ ଟେଲିୟକାମ କର୍ପୋରେଟର ମାନେ ବନ୍ଦ କରି ଦେଇଛନ୍ତି । ଏତେ ସଂଖ୍ୟା ରେ ମୋବାଇଲ ସିମ ବନ୍ଦ ହେବା ଏହା ବଡ ଘଟଣା । ଏହାର ମୁଖ୍ୟ କାରଣ ହେଉଛି ଚଳିତ ବର୍ଷ ଟେଲିକମ କମ୍ପାନୀ ଗୁଡିକ ଟାରିଫ ମୂଲ୍ଯରେ ବଡ ଧାରଣ ବୃଦ୍ଧି ଘଟିଛନ୍ତି । ଅନ୍ୟ ପକ୍ଷରେ ଉପୋଭୋକ୍ତା ମାନେ ନିଜ ର ମୋବାଇଲ ସିମ ବନ୍ଦ କରିବା ସମ୍ଭବ ନୁହେଁ ।

ଅତ୍ୟଧିକ ଟାରିଫ ଯୋଗୁ ଗ୍ରାହକ ସବୁ ସିମ ଆକ୍ଟିଭ କରିବାରେ ସମର୍ଥ ହୋଇପାରୁ ନାହାନ୍ତି । ତେଣୁ ଦ୍ଵିତୀୟ ସିମ କୁ ସବୁ ସମୟରେ ଆକ୍ଟିଭ ରଖିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହି । ହେଲେ ଆଗକୁ 5G ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ ଟେଲିକମ କମ୍ପାନୀର ନଜର ଦ୍ଵିତୀୟ ସିମ ଉପରେ ।

ଟେଲିକମ କମ୍ପାନୀ ଗୁଡିକ ନିଜର ନେଟୱାର୍କ ରେ ଏତେ ସଂଖ୍ଯାରେ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବାକୁ ଚାହୁଁ ନାହାନ୍ତି । ଫଳରେ ବନ୍ଦ ହେବାକୁ ଯାଉଛି ଲକ୍ଷ ଲକ୍ଷ ଗ୍ରାହକଙ୍କାଦ୍ଵିତୟ ସିମ । ତେବେ ରିଚାର୍ଜ ନ କରିଲେ ସିମ ବନ୍ଦ ହୋଇଯିବା ନେଇ ଗ୍ରାହକଙ୍କୁ ଲଗାତାର ମ୍ଯାସେଜ ମିଳୁଛି ।

୨୦୧୦ ଠାରୁ ଅନେକ ଗ୍ରାହକ ଏକାଧିକ ସିମ ରଖିବା ଟ୍ରେଣ୍ଡ ହୋଇଥିବା ବେଳେ ଏହାକୁ ନେଇ ଏବେ ଟେଲିକମ କମ୍ପାନୀ ଗୁଡିକ ବଡ ପଦକ୍ଷେପ ନେଇଛନ୍ତି । ପ୍ରାଇ ରିପୋର୍ଟ ଅନୁଯାୟୀ ଜିଓ ର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧୬.୮ ଲାଖରୁ ୪୦.୫ କୋଟି ରେ ପହଞ୍ଚିଛି । ସେହିପରି ଭାରତୀୟ ଏୟାରଟେଲ ଗ୍ରାହକଙ୍କ ସଂଖ୍ୟା ୮.୧ ଲକ୍ଷ ବୃଦ୍ଧି ପାଇଛି ।

ଫଳରେ ଏହାର ଗ୍ରାହକଙ୍କ ସଂଖ୍ୟା ଏବେ ୩୬ କୋଟି ରେ ପହଞ୍ଚିଛି । ଅନ୍ୟ ପକ୍ଷରେ BSNL ଅନେକ ଗ୍ରାହକଙ୍କୁ ହରାଇଛି । ମୋବାଇଲ ନମ୍ବର ରିଚାର୍ଜ କରୁ ନ ଥିବାରୁ ବହୁତ ସଂଖ୍ୟାରେ ଗ୍ରାହକଙ୍କୁ ସମସ୍ତ ଟେଲିକମ କମ୍ପାନୀ ଗୁଡିକ ନିଜ ନେଟୱାର୍କରୁ ହଟାଇ ଦେବାକୁ ଚାହୁଁଛନ୍ତି ।

ବର୍ତ୍ତମାନ ଟେଲିକମ କମ୍ପାନୀ ଗୁଡିକ 5g ସ୍ପ୍ରେଟ୍ରମ ର ନିଲାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେମାନେ ନିଜ ନେଟୱାର୍କ ରୁ ଅତିରିକ୍ତ ଭାର ହଟାଉଛନ୍ତି । ପୂର୍ବର ଊ ବିଭିନ୍ନ ଟେଲିକମ କମ୍ପାନୀ ଗୁଡିକର ରିଚାର୍ଜ ଦର କମ ଥିବାରୁ ଗ୍ରାହକ ଏକାଧିକ ସିମ ରଖିବାକୁ ପସନ୍ଦ କରୁଥିଲେ ।

ଏବେ ରିଚାର୍ଜ ଦର ରେ ଅହେତୁକ ବୃଦ୍ଧି ହୋଇଛି ଫଳରେ ଏକାଧିକ ସିମ ରଖିଥିଲେ ବି ଗ୍ରାହକ ଗୋଟିଏ ସିମ କୁ ବ୍ୟବହାର କରୁଛନ୍ତି । ଅନ୍ୟ ସିମ କୁ ରିଚାର୍ଜ କରିବାକୁ ଇଚ୍ଛା କରୁ ନାହାନ୍ତି ଗ୍ରାହକ । ରିଚରଜ ନ କରିଲେ ବି ଏହି ସିମ ରେ ସେବା ପାଉଛନ୍ତି ଗ୍ରାହକ । ଏପରି ହେବା ଦ୍ଵାରା କମ୍ପାନୀ ଗୁଡିକ କ୍ଷତି ସାହୁଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *