Bike ଚାଳକ ରୁହନ୍ତୁ ସାବଧାନ! ଆସିଲା ନୂଆ ନିୟମ, ଏଣିକି Helmet ପିନ୍ଧିଲେ ବି କଟିବ ଫାଇନ…. କାହିଁକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଗାଡି ଚାଳକଙ୍କ ପାଇଁ ଆସିଲା ବଡ ଖବର । ଏଣିକି ଆପଣଙ୍କ ପାଖରେ ଗାଡିର କାଗଜ ପତ୍ର ଠିକ ଥିଲେ ବି ଫାଇନ କାଟିପାରେ ପୋଲିସ । ହୁଏ ତ ଏହି କଥା ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଉ କହିବେ ଗାଡିର ସବୁ କାଗଜ ପତ୍ର ଥିଲେ ଆମେ ଫାଇନ କାହିଁକି ଦେବୁ ? ତେବେ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ କାହିଁକି ପୋଲିସ ଫାଇନ କାଟି ପାରିବ ? ରାସ୍ତା ରେ ଦୁର୍ଘଟଣା କମାଇବା ପାଇଁ ଦିନକୁ ଦିନ କଡାକଡି ହେବାରେ ଲାଗିଛି ଟ୍ରାଫିକ ନିୟମ । ତେଣୁ ଆପଣ ମାନେ ଟ୍ରାଫିକ ବ୍ୟବସ୍ଥାକୁ ନ ମାନିଲେ ଜୋରିମାନା କାଟିବ ପୋଲିସ ।

କେବଳ ଫାଇନ କାଟିବ ତାହା ନୁହେଁ ବରଂ ଗାଡି ଚାଳଙ୍କ ଲାଇସେନ୍ସ ରଦ୍ଦ କରିପାରେ ପୋଲ୍ସ । ଏଣୁ ଏହି ସବୁ ଦିଗ ଉପରେ ଧ୍ୟାନ ନ ଦେଲେ ଅଯଥାରେ ଆପଣ ଦେଇ ପାରନ୍ତି ଜୋରିମାନା । ମୋଟୋର ଭେଇକଲ ଆକ୍ଟ ନିୟମ ଅନୁଯାୟୀ ଯଦି ଆପଣ ଗାଡି ଚେକିଙ୍ଗ କରିବା ସମୟରେ ଟ୍ରାଫିକ ପୋଲିସକୁ ଦୁର୍ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ନାଁ ରେ ଚାଲାଣ କାଟି ପାରିବ ପୋଲିସ ।

୧୭୯ ଏମଭିଏ ଆକ୍ଟ ରେ ଆପଣଙ୍କଳର ଚାଲାଣ କାଟିବାକୁ ଟ୍ରାଫିକ ପୋଲିସଙ୍କୁ ଅଧିକାର ଦିଆ ଯାଇଛି । ତେଣୁ ଚେକିଙ୍ଗ ବେଳେ ଦୁର୍ବ୍ୟବହାର ମହଙ୍ଗା ପଡିପାରେ । ଚେକିଙ୍ଗ ବେଳେ ଟ୍ରାଫିକ ପୋଲିସ ସହ ଯୁକ୍ତି ତର୍କ କରିଲେ ଏଣିକି ଆପଣଙ୍କୁ ଦେବାକୁ ପଡିପାରେ ଫାଇନ । ଯଦି ଆପଣ କୌଣସି କାରଣରୁ ବି ଅଯଥାରେ ଟ୍ରାଫିକ ପୋଲିସ ସହ ଯୁକ୍ତି ତର୍କ କରନ୍ତି ତେବେ ଦେବାକୁ ପଡିପାରେ ଫାଇନ ।

ଏହି ଟ୍ରାଫିକ ନିୟମ ଅନୁଯାୟୀ ଯଦି ଆପଣ ହେଲମେଟ ପିନ୍ଧି ଟ୍ରାଫିକ ପୋଲିସକୁ ଦୁର୍ବ୍ୟବହାର କରୁଛନ୍ତି ତେବେ ବି ଆପଣଙ୍କ ବିରୁଦ୍ଧରେ ଚାଲାଣ କଟିପାରେ । ଆପଣଙ୍କର ଚାଲାଣ କଟିଛି କି ନାହି କେମିତି ଜାଣିବେ ? ଚାଲାଣ କାଟିଛି କି ନାହି ଜାଣିବା ପାଇଁ ଆପଣଙ୍କୁ ଏହି ଲିଙ୍କ (https://parivahan.gov.in/parivahan/)ଏହି ୱେବ ସାଇଟକୁ ଯିବାକୁ ପଡିବ ।

ପେଜ ଖୋଲିବା ପରେ ଟ୍ରାଫିକ ଚାଲାଣ ଷ୍ଟାଟସ ଅପସନ ଉପରେ କ୍ଲିକ କରିବାକୁ ହେବ । ଏହା ପରେ ଆପଣଙ୍କୁ ଚାଲାଣ ନମ୍ବର, ଭେକୀଲ ନମ୍ବର ଓ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯିବା ପରେ ଏଥିରୁ ଆପଣ ଜାଣି ପାରିବେ ଆପଣଙ୍କର ନାଁ ରେ ଜୋରିମାନା କଟିଛି କି ନାହିଁ  । ଚାଲାଣ ଭରିବାକୁ ହେଲେ ଆପଣଙ୍କୁ ଏହି ୱେବ ସାଇଟକୁ ଯିବାକୁ ହେବ ।

ପରେ ସେଠାରେ ଦିଆ ଯାଇଥିବା ଅପସନରେ କ୍ଲିକ କରିବା ପରେ ଜୋରିମାନା ଭରିବାକୁ ପଡିବ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଦିନକୁ ଦିନ ଟ୍ରାଫିକ ନିୟମରେ ଅନେକ ପରିବର୍ତ୍ତନ ହେଉଛି । ତେବେ ନିୟମ ନ ମାନିଲେ ଆପଣଙ୍କ ଉପରେ ବି ହୋଇପାରେ କଡା କାର୍ଜ୍ଯାନୁଷ୍ଠାନ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *