ପୂର୍ବତନ ପ୍ରଧାନମନ୍ତ୍ରୀ Atal Bihari Vajpayee ଙ୍କ ଉପରେ ରକ୍ତ ଗରମ ଭାଷଣ ଦେଇ ଏବେ ଚର୍ଚ୍ଚାରେ ଓଡ଼ିଆ ପୁଅ, ଦେଖନ୍ତୁ Video

ବନ୍ଧୁଗଣ ଚର୍ଚ୍ଚାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର, କିଷାନ କୁମାର ସାହୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ରକ୍ତ ଗରମ ଭାଷଣ ଦେଇ ଚର୍ଚ୍ଚାରେ ରହିଛନ୍ତି । ଓଡ଼ିଆ ପୁଅ କଳା ଓ ସଂସ୍କୃତି ର ପାୱନ ଧରିତ୍ରି ଜଗନ୍ନାଥଙ୍କ ଧାମ ଓଡିଶା ରାଜ୍ୟ ତଥା ନେହେରୁ ଯୁବା କେନ୍ଦ୍ର ମୟୂରଭଞ୍ଜ ପ୍ରତିନିଧିତ୍ଵ କରୁଥିବା ଉତ୍କଳ ବିଶ୍ଵ ବିଦ୍ୟାଳୟ ପତ୍ରକାରିତା ବିଭାଗର ଛାତ୍ର କିଶାନ କୁମାର ସାହୁ କହିଛନ୍ତି ଯେ “ଆଜି ବିଶ୍ଵର ସବୁଠାରୁ ପ୍ରଜାତନ୍ତ୍ର ମନ୍ଦିର ସାଂସଦ ରେ ଉପସ୍ଥିତ ଅଛି ।

ଶ୍ରୀ ଅଟଳବିହାରୀ ବାଜପେୟୀ ଜି ଙ୍କ ଜୀବନ ଉପରେ ନିଜର ବିଚାର ବ୍ୟକ୍ତ କରୁଛି । ମଧ୍ୟ ପ୍ରଦେଶରେ ଗୋଆଲିୟର ରେ ଜନ୍ମ ହୋଇଥିବା ପରମ ପୂଜନୀୟ ଶ୍ରୀ ଅଟଳବିହାରୀ ବାଜପେୟୀ ଯାହାଙ୍କ ବିଷୟରେ ମୁଁ ଯେତେ କହିଲେ ବି ସେତେ ଶବ୍ଦ କମ ପଡିବ । ସେ ଏମିତି ଜଣେ ବ୍ୟକ୍ତିତ୍ବ ଥିଲେ ଯାହାଙ୍କର ବିରୋଧ କରିବା ବିରୋଧୀ ମାନେ ମଧ୍ୟ ଭୟ କରୁଥିଲେ । ଏହି ହିନ୍ଦୁ ରାଷ୍ଟ୍ର ର ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀ ବାଜପେୟୀ କେବଳ କହୁ ନ ଥିଲେ ବରଂ ସେହି କାର୍ଯ୍ୟ କୁ ଆଶା ଠାରୁ ଅଧିକ କରି ଦେଖାଉଥିଲେ ।

ଫରେନ ପଲିଶିର ହେଉ ବା ଟେଲିକମ ଋଫନ୍ସର ହେଉ ବା ସର୍ବପ୍ରଥମ GST ହେଉ ବା ସର୍ବ ଶିକ୍ଷା ଅଭିଯାନ ହେଉ ସବୁ କ୍ଷେତ୍ରରେ ଅଟଳବିହାରୀ ବାଜପେୟୀ ଉନ୍ନତି କରି ଦେଖାଇଛନ୍ତି । ସେ ତାଙ୍କ ଜୀବନର ପ୍ରାରମ୍ଭରେ ଜଣେ ପତ୍ରକାର ଥିଲେ । ରାଷ୍ଟ୍ରୀୟ ନିର୍ମାଣରେ ପତ୍ରକାରର ଭୂମିକା କଣ ହୋଇଥାଏ ତାହାର ଜ୍ଵଳନ୍ତ ଉଦାହରଣ ଅଟଳବିହାରୀ ବାଜପେୟୀ ଅଟନ୍ତି ।

ସେ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଯିଏ ପ୍ରଥମେ ହିନ୍ଦୁସ୍ଥାନରୁ ଲାହୋର ଯାଏଁ ଯାତ୍ରା ବସ ରେ କରିଥିଲେ । ଏହା ପରେ ହିନ୍ଦୁସ୍ଥାନ ଓ ପାକିସ୍ତାନ ବସ ଯୋଡି ହୋଇଥିଲେ । ପାକିସ୍ତାନ ର ମିନାର ରେ ଅଟଳବିହାରୀ କହିଥିଲେ ଭାରତ ଚାହୁଁଛି ପାକିସ୍ତାନ ଏକ ସମୃଦ୍ଧମୟ ଦେଶ ହେଉ । ସେ ପ୍ରଥମ ଭାରତୀୟ ନେତା ଥିଲେ ଯିଏ କି ପାକିସ୍ତାନର ସମୃଦ୍ଧିକୁ ନେଇ ଜୋର ଦେଇଥିଲେ ।

ସେ ସର୍ବ ଶିକ୍ଷା ଅଭିଯାନ ଲାଗୁ କରି ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଧାରିଥିଲେ । ସେ ନାରା ବି ଦେଇଥିଲେ ଆଓ ସ୍କୁଲ ଚଲେ ହମ । 1999 ମଧ୍ୟ ରାତ୍ରିରେ ଯେବେ ପୁରା ଭାରତ ଶୋଇଥିଲା ସେତେବେଳେ ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଫୋନ କରିଥିଲେ ଆଉ କହିଥିଲେ ପାକିସ୍ତାନ କହୁଛି ଭାରତ ଉପରେ ପରମାଣୁ ଆକ୍ରମଣ କରିବ ।

ସେତେବେଳେ ଲୁହା ଭଳି ଜବାବ ଦେଇଥିଲେ ବାଜପେୟୀ ମୁଁ 25% ଭାରତ ଦାନ କରିବାକୁ ପ୍ରସ୍ତୁତ ଅଛି କିନ୍ତୁ ମୁଁ ଆପଣଙ୍କୁ ଆଶ୍ଵାସନା ଦେଉଛି ପାକିସ୍ତାନ କାଲିର ସକାଳ ଦେଖିବ ନାହି । ଅଟଳବିହାରୀ ବାଜପେୟୀ କହିଥିଲେ ସତ୍ତାର ଖେଳ ତ ଚାଲିବ ସରାକର ଆସିବେ ଯିବେ ପାର୍ଟି ହେବ ବିଗିଡିବ କିନ୍ତୁ ଏ ଦେଶ ରହିବା ଉଚିତ । ଏ ଦେଶର ଲୋକତନ୍ତ୍ର ରହିବା ଉଚିତ” । ବନ୍ଧୁଗଣ ଆପଣଙ୍କର ଓଡିଆ ଅଟଳବିହାରୀ ବାଜପେୟୀଙ୍କୁ ନେଇ ଦେଇଥିବା ରାୟ ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *