ଦିଲ୍ଲୀ ର ଛାତି ଉପରେ ଛାତିଥରା ଘଟଣା! ପ୍ରଥମେ ପିତିଳେ ପରେ ଟାଣି ଟାଣି…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ୨୦୨୨ ବର୍ଷ ବିଦାୟ ନେଇଛି ଆଉ ଗତ କାଲି ଥିଲା ନୂଆବର୍ଷ ୨୦୨୩ । ୨୦୨୩ ନୂଆବର୍ଷ ଆରମ୍ଭ ହେବାର ଠିକ ଗୋଟେ ଦିନ ପୂର୍ବରୁ ଲୋକ ମାନେ ଉଶ୍ଚବ ମନାଇ ଥାନ୍ତି । ଲୋକମାନେ ପାର୍ଟି କରିବା ସହ ମଉଜ ମସ୍ତି ମଧ୍ୟ କରିଥାନ୍ତି ଏହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ପାର୍ଟି କରି ଲୋକ ମାନେ ନୂଆବର୍ଷ କୁ ସ୍ଵାଗତ କରିଥାନ୍ତି ପୁରୁଣା ବର୍ଷ କୁ ବିଦାୟ ଦେଇଥାନ୍ତି ।

ତେବେ ନୂଆବର୍ଷ ଆସିବା ନେଇ ସମସ୍ତଙ୍କ ମନରେ କିଛି ଅଲଗା ପ୍ରକାରର ଖୁସି ରହିଥାଏ । କିନ୍ତୁ ଏହି ଖୁସି କେତେବେଳେ ଦୁଖରେ ପରିଣତ ହୋଇଯିବ ତାହା କେହି କହିପାରିବେ ନାହି । ଆଜ୍ଞା ହଁ ଏମିତି କିଛି ଅଭାବନୀୟ ଘଟଣା ଘଟିଛି ନୂଆବର୍ଷ ରେ ରାଜଧାନୀ ରେ । ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଘଟିଛି ଛାତିଥରା ଘଟଣା ।

ଜଣେ ଯୁବତୀଙ୍କୁ ପ୍ରଥମେ ଗୋଟେ କାର ଧକ୍କା ଦେଲା ପରେ ତାଙ୍କୁ ସେହି କାର ଟି ଟାଣି ଟାଣି ନେଇ ଯାଇଥିଲା । ରାଜଧାନୀର କାଞ୍ଚାବାଲାରେ ଘଟିଛି ଏଭଳି ନୃଶଂସ ହ-ତ୍ୟା-କା-ଣ୍ଡ । ସ୍କୁଟିରେ ଯାଉଥିବା ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ କାର ରେ ଯାଉଥିବା ୫ ଜଣ ଯୁବକ ତାଙ୍କୁ ଧକ୍କା ଦେବାପରେ ପ୍ରାୟ ୧୨ କିମି ଟାଣି ନେଇଥିଲେ । ଯାହା ଫଳରେ ଯୁବତୀଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ହୋଇଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଅପରାଧୀ ମାନେ ପ୍ରଥମେ ଯୁବତୀଙ୍କୁ ଧକ୍କା ଦେଇଥିଲେ ଓ ପରେ ୧୨ କିମି ଯାଏଁ ଟାଣି ନେଇଥିଲେ । ଏହି ସମୟରେ ଯୁବତୀ କାର ରେ ଚାପି ହୋଇ ରହିଥିଲେ । ଏହାର ସିସିଟିଭି ଫୋଟେଜ ସାମନାକୁ ଆସିଛି । ଭିଡିଓରେ ଯୁବତୀଙ୍କ ମୁଣ୍ଡ, ଗୋଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ନୂଆବର୍ଷ ଦିନ ରାତି ପ୍ରାୟ ୩ଟା ୨୪ରେ କାଞ୍ଚିବାଲା ଅଞ୍ଚଳରେ ଏକ ପିସିଆର କଲ ଆସିଥିଲା । ଯେଉଁଥିରେ ବ୍ୟକ୍ତି ଜଣକ କହିଥିଲେ ଯୁବତୀଙ୍କ ମୃ-ତ ଦେହକୁ ଏକ କାର ରେ ବାନ୍ଧି ଟାଣି ନିଆଯାଉଛି । ବ୍ୟକ୍ତି ଜଣକ କାର ର ରଙ୍ଗ ଚିହ୍ନଟ କରାଇଥିଲେ । ଏହା ପରେ ୪ଟା ୧୧ ମିନିଟରେ ଆଉ ଏକ କଲ ଆସିଥିଲା ଯେ ଯୁବତୀଙ୍କ ଉଲଗ୍ନ ମୃ-ତ ଦେହ ରାସ୍ତାରେ ପଡିଛି ।

ପୋଲିସ ତୁରନ୍ତ ସନ୍ଧାନ ଆରମ୍ଭ କରିଥିଲା । କିଛି ସମୟ ପରେ ପୋଲିସ କାର ସମେତ ୫ ଜଣଙ୍କୁ ଗିରଫ କରି ନେଇଥିଲା । ସମସ୍ତ ଅଭିଯୁକ୍ତ ନିଶା ରେ ଚୁର ଥିବା ବେଳେ ପୋଲିସ ସୂଚନା ଦେଇଛି । ଉକ୍ତ ଯୁବତୀଙ୍କ ପରିବାର ଲୋକେ ମାମଲାର ସଠିକ ତଦନ୍ତ ହେଉ ବୋଲି ଦାବି କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାନଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *