ମନ ଗୋଟେ ଏମିତି ଜିନିଷ କେତେବେଳେ ନା କେତେବେଳେ କାହା ପାଖରେ ବନ୍ଧା ପଡ଼ିଥିବ, ମୋର ବି ପଡିଛି! ଦେଖନ୍ତୁ Jyoti Mishraଙ୍କ Exclusive ଇନ୍ଟରଭିଉ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଆମ ଓଲିଉଡ ହିରୋଇନ ମାନେ ନିଜର ଦମଦାର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ ଓ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ହିରୋଇନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଘରେ ଘରେ ଝୁଲଣ ମହାନ୍ତି ନାମରେ ପରିଚିତ ଅଟନ୍ତି ।

ଆପଣ ନିଶ୍ଚୟ ଜାଣି ସାରିଥିବେ ଆମେ ଏଠାରେ କାହା କଥା କହୁଛୁ । ତେବେ ଝୁଲଣ ମହାନ୍ତି ଗୀତ ଆପଣଙ୍କର ନିଶ୍ଚୟ ମନେ ଥିବ । ଏହା ଏକ ଆଲବମ ଗୀତ ଥିଲା ଯେଉଁଥି ରେ ଆପଣ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ଜ୍ଯୋତି ମିଶ୍ର ପର୍ଫୋମ କରିଥିଲେ । ଏହି ଗୀତ ଟି ଏତେ ହିଟ ହୋଇଥିଲା ଯେ ଆଜି ବି ଘରେ ଘରେ ଲୋକେ ଶୁଣିବାକୁ ଆଗ୍ରହୀ ହେଉଛନ୍ତି ।

ଆପଣ ମାନେ ଅଭିନେତ୍ରୀ ଜ୍ଯୋତି ମିଶ୍ରଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଓଡିଆ ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରିକୁ ଭେଟି ଦେଇଛନ୍ତି । ଦର୍ଶକ ମାନେ ତାଙ୍କର ଅଭିନୟକୁ ବେଶ ପସନ୍ଦ କରିଥାନ୍ତି । ବର୍ତ୍ତମାନ ସେ ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି ସତ କିନ୍ତୁ ତାଙ୍କର ଜଲୱା ଆଜି ବି ଲୋକଙ୍କ ମନରେ ଛାପ ଛାଡି ଯାଇଛି ।

ଗଣମାଧ୍ୟମରେ ଜ୍ଯୋତି ମିଶ୍ର ନିଜର ଜୀବନର କାହାଣୀ ବିଷୟରେ କିଛି ଏମିତି କଥା କହିଛନ୍ତି ଯାହାକୁ ଆମେ ଆପଣଙ୍କ ସହ ସେୟାର କରିବାକୁ ଯାଉଛୁ । ଅଭିନେତ୍ରୀ ଜ୍ଯୋତି ମିଶ୍ର କହିଛନ୍ତି ଯେ “ମୁଁ ମୋର ଅଭିନୟ କ୍ଯାରିୟର ମଡେଲିଙ୍ଗରୁ ଆରମ୍ଭ କରିଥିଲି । ମୋତେ ବାହାର ରୁ ମଧ୍ୟ ଅନେକ ସୁଯୋଗ ମିଳିଛି । ସାଉଥ ଫିଲ୍ମ ପାଇଁ ମୋତେ ଅଫର ମିଳିଥିଲା ।

କିନ୍ତୁ ମୋର ସେତେବେଳେ ପାଠ ପାଇଁ ଆକ୍ଟିଭ ଥିଲା ସେଥିପାଇଁ ମୁଁ ଅଭିନୟ ପାଇଁ କେବେ ଭାବି ନ ଥିଲି । ତା ପରେ ଫୋଟୋ ଦେଖିକି ସବ୍ୟ ଦା ମୋତେ ଆଉ ଉଶ୍ଵସୀ ଙ୍କୁ କାଷ୍ଟ କରିବେ ବୋଲି ଇଚ୍ଛା କରିଥିଲେ । ମୁଁ ଭାବିଥିଲି ବହୁତ ଛୋଟ ରୋଲ ଟାଇମ ଦେଇ ହେବ ମ୍ୟାନେଜ କରି ଦେବା । ଏକ୍ସପେରିଏନ୍ସ ତ ହୋଇଯିବ ।

ତା ପରେ “ମନ ରହିଗଲା ତୁମରି ଠାରେ” ଫିଲ୍ମ ପାଇଁ ଅଫର ଆସିଥିଲା । ଏହି ଫିଲ୍ମ ର ଅଫର ଆସିବା ପରେ ମୋ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ଥିଲା କି ମୁଁ ଅଭିନୟ କରି ପାରିବି କି ନାହି । ତା ପରେ ଅଭିନୟ କରିବା ମୋତେ ବହୁତ ଭଲ ଲାଗିଲା । ନୂଆ ନୂଆ ଚରିତ୍ର ମିଳିଲା ଚ୍ୟାଲେଞ୍ଜ କରି କେମିତି ଭଲ କରିବା ।

ମୁଁ ଗୋଟେ ମାତ୍ର ଆଲବମ କରିଛି ଯାହାର ନାଁ ହେଉଛି ଝୁଲଣ ମହାନ୍ତି । ଏହି ଆଲବମ ଟି ମୋ ପାଇଁ ବହୁତ ସରପ୍ରାଇଜ ଥିଲା ବହୁତ ମସ୍ତି ଥିଲା । ମନ ଗୋଟେ ଏମିତି ଜିନିଷ ସେଟା କେବେ ନା କେବେ କାହା ପାଖରେ କେଉଁଠି ନା କେଉଁଠି ରହିଥିବ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଜ୍ଯୋତି ମିଶ୍ର ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *