ଶୀତଦିନେ ରୁପି ସମସ୍ୟା, କେମିତି କରିବେ ଦୂର? ଦେଖନ୍ତୁ କଣ କହୁଛନ୍ତି Dr. Kishan Agarwal

ବନ୍ଧୁଗଣ ଅନେକ କ୍ଷେତ୍ର ରେ ଦେଖାଯାଏ ଜଣ ଜଣଙ୍କର ଶୀତ ଦିନରେ ରୂପୀ ହୋଇ କୁଣ୍ଡାଇ ହୁଏ । ଆଉ ଜଣ ଜଣଙ୍କର ମାଛ କାତି ଭଳି ଚୋପା ଛାଡିଥାଏ । ଆଉ କିଛି ଲୋକଙ୍କର ଛୋଟ ଛୋଟ ଡ୍ୟାଣ୍ଡଡ୍ରଫ ଛାଡି କି ସାର୍ଟ ଉପରେ । ଆଉ ବେଳେବେଳେ କୁଣ୍ଡାଇ ଘା ମଧ୍ୟ ହୋଇଯାଏ । କିନ୍ତୁ ଅନେକ ସମୟରେ ମୁଣ୍ଡ ଭିତରେ ସୋରିଆସିସ କାରଣରୁ ରୂପୀ ସମସ୍ଯା ହୋଇଥାଏ । ଅନ୍ଯାନ୍ଯ ରୋଗରୁ ମଧ୍ୟ ରୂପୀ ସମସ୍ଯା ହୋଇପାରେ ।

ଶୀତ ଦିନରେ ରୂପୀ ସମସ୍ଯା ହେବାର କାରଣ ଓ ଏହାର ପ୍ରତିକାର କଣ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଡାକ୍ତର ଙ୍କ କହିବା ଅନୁଯାୟୀ ଯଦି ରୂପୀ ସମସ୍ଯା ଅଧିକ ଅଛି ତେବେ ମୁଣ୍ଡରେ ତେଲ ଲଗାଇବେ ନାହି । ଅନେକ ଜଣ ମୁଣ୍ଡରେ ରୂପୀ ଅଧିକ ଥିଲେ ତେଲ ଲଗାଇଥାନ୍ତି ଯାହା ଦ୍ଵାରା ସେହି ସମସ୍ଯା ଅଧିକ ବଢି ଥାଏ । ଅନେକ କିଛି ଲୋକ ମୁଣ୍ଡରେ ରୂପୀ ହେଲେ ଅଣ୍ଡା, ଦହି ସବୁ ଲଗାଇଥାନ୍ତି ।

କିନ୍ତୁ ସେଗୁଡିକ ଲଗାଇବା ଉଚିତ ନୁହେଁ । ଯଦି ରୂପୀ ସମସ୍ଯା ମୁଣ୍ଡରେ ଅଧିକ ଅଛି ଏହି ସବୁ ଜିନିଷର ପ୍ରୟୋଗ କରାଯାଏ ତେବେ ଫଙ୍ଗଲ କୁ ଖାଦ୍ୟ ମିଳିଯାଏ । ଯାହା ଦ୍ଵାରା ସେମାନେ ଅଧିକ ବ୍ୟାପିବାରେ ଲାଗିଥାନ୍ତି । ଯଦି ଆପଣ ଘରେ ଅଛନ୍ତି ଆଉ ଟିକେ ଟିକେ ରୂପୀ ହେଉଛି ତେବେ ସେଥିରେ ନଖ ମାରିବେ ନାହି । ପ୍ରତି ଦିନ ମୁଣ୍ଡ ରେଗୁଲାର ଧୋଇବା ଉଚିତ ।

ବହୁତ ଜଣ ଅଛନ୍ତି ଯେଉଁ ମାନେ ଶୀତ ଦିନରେ ମୁଣ୍ଡ ଅଧିକ ଧୁଅନ୍ତି ନାହି । କିନ୍ତୁ ଚେଷ୍ଟା କରନ୍ତୁ ଉଷୁମ ପାଣି ରେ ରେଗୁଲାର ମୁଣ୍ଡ ଧୋଇବା ଉଚିତ । ଏହା ସହ ଡ୍ୟାଣ୍ଡଡ୍ରଫ ଶ୍ୟାମ୍ପୋ ଡାକ୍ତର ଙ୍କ କହିବା ଅନୁଯାୟୀ ବ୍ୟବହାର କରିବା ଉଚିତ । କେତେ ଜଣଙ୍କୁ ସପ୍ତାହ କୁ ଥରେ ବା ଦୁଇ ଥର କିମ୍ବା ଦେଲି ମଧ୍ୟ ଶ୍ୟାମ୍ପୋ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ।

ଯାହାର ଯେତିକି ରିକ୍ଵାରମେଣ୍ଟ ସେହି ପରିମାଣରେ ଡାକ୍ତର ଶ୍ୟାମ୍ପୋ ବ୍ୟବହାର କରିବାକୁ ଦେଇଥାନ୍ତି । ଶ୍ୟାମ୍ପୋ କରିବାର ମଧ୍ୟ ଏକ ତରିକା ଅଛି । ଯାହା ଡାକ୍ତର ଙ୍କ ଠାରୁ ବୁଝି ନେବା ଉଚିତ । ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ତେବେ ମୁଣ୍ଡରେ ରୁମାଲ ବା ସ୍କ୍ରାପ ବାନ୍ଧିବା ଉଚିତ । ଶୀତ ଦିନରେ ଅଧିକ ଚୁଟି ଝଡିଥାଏ । କିନ୍ତୁ ଶ୍ୟାମ୍ପୋ ସହ ଚୁଟି ଝଡିବାର କୌଣସି ସମ୍ପର୍କ ନାହି ।

ନିଦ୍ରା ରହିଲେ ବା ଅଧିକ ମାନସିକ ଚାପ ରେ ରହିଲେ ମୁଣ୍ଡର ରୂପୀ ସମସ୍ୟା ବେସୀ ହୋଇଥାଏ । ରୂପୀ ହୋଇଥିଲେ କାହା ସହ ନିଜ ପାନିଆ ସେୟାର କରିବେ ନାହି । ଏହା ସହ ଟାୱେଲ ଓ ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଶ୍ୟାମ୍ପୋ ବ୍ୟବହାର କରିବା ଉଚିତ । ବଜାରରେ ମିଳୁଥିବା କସମେଟିକ ଶ୍ୟାମ୍ପୋ ବ୍ୟବହାର କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *