ଅଟୋରିକ୍ସାକୁ ଆକ୍ଷେପ କରି ଖରାପ୍ ଗୀତ! ତାତିଲେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଗ୍ରୁପ୍…. କଣ କହୁଛନ୍ତି ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଅଶ୍ଳୀଳ ଗୀତ ବର୍ଷା ଓ ଟୁଙ୍ଗୁରୁ ଭୋଳକୁ ନେଇ ଯେଉଁ ପ୍ରହସନ ଚାଲିଛି ତାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ସ୍ମାର୍ଟ ସିଟି ଅଟୋ ଗ୍ରୁପ । ଜଣେ ଅଟୋଭାଇ ଏ ନେଇ କହିଛନ୍ତି କି କିଛି ନିର୍ଦ୍ଦିଷ୍ଟ ସମସ୍ୟା ଯେମିତି ଟୁଙ୍ଗୁରୁ ଭୋଳ ଓ ବର୍ଷା ଏଟା କୌଣସି ବଡ ସମସ୍ୟା ନ ଥିଲା । ତାକୁ ପ୍ରିପ୍ଳାନ କରି ସୋସିଆଲ ମିଡିଆରେ ପ୍ରଚାର ହେବାରେ ଲାଗିଛି । ଏହା ସହ ତାକୁ ଭାଇରାଲ ମଧ୍ୟ କରାଯାଉଛି ଯାହାକୁ ନେଇ ଅଟୋ ଭାଇମାନଙ୍କର ରୋଜଗାରରେ ପ୍ରଭାବ ପଡୁଛି । ସେଥିପାଇଁ ଅଟୋ ଭାଇମାନେ ଏକତ୍ରିତ ହୋଇ ଥାନାରେ ଏତାଲା ଦେଇଛନ୍ତି ।

କାରଣ ଟୁଙ୍ଗୁରୁକୁ ନେଇ ପୁରା ସମାଜକୁ ବଦନାମ କରାଯାଉଛି ବୋଲି ଅଟୋବାଲା କହିଛନ୍ତି । ନ୍ୟୁଜ ଚ୍ୟାନ୍ଲେ ମାନେ ମଧ୍ୟ ଏଭଳି ନ୍ୟୁଜ ପ୍ରଚାର କରୁଛନ୍ତି, ଯାହା ସବୁଠାରୁ ଦୁଃଖର କଥା । ତେଣୁ ନ୍ୟୁଜ ଚ୍ଯାନେଲରେ ଏମାନେ ଏହି କେସରୁ ନିବୃତ୍ତ ରୁହନ୍ତୁ ବୋଲି ଅଟୋ ଭାଇ କହିଛନ୍ତି । ଏହା ବ୍ୟତୀତ ଯେଉଁ ମାନେ ମ୍ୟୁଜିକ ଡାଇରେକ୍ଟର ଯିଏ ଆମ କଳା, ସଂସ୍କୃତିକୁ ବଜାୟ ରଖିବା ତାଙ୍କର ଦାୟିତ୍ଵ ଥିଲା ।

କିନ୍ତୁ ସେମାନେ ଅଶ୍ଳୀଳ ଗୀତ ଗାଇ ଗୋଟେ ଲୋକକୁ ରାତାରାତି ସୁପରଷ୍ଟାର କରୁଛନ୍ତି ତାହାର ଅର୍ଥ ଯଦି କାଲି କିଏ ବଳତ୍କାର କରିବ ତାକୁ ବି ସୁପରଷ୍ଟାର କରିଦେବେ କି? ବୋଲି ପ୍ରଶ୍ନ କରିଛନ୍ତି ଅଟୋଭାଇ । ପୁରା ଅଟୋ ସମାଜକୁ ବଦନାମ କରିବାକୁ ତାଙ୍କୁ ଅଧିକାର କିଏ ଦେଲା ? ଯଦି ଆଗାମୀ ଦିନରେ ମ୍ୟୁଜିକ ଡାଇରେକ୍ଟରଙ୍କ ବିରୁଦ୍ଧରେ କାର୍ଜ୍ଯାନୁଷ୍ଠାନ ନ ହୁଏ ଓ ସେମାନେ ଯଦି ତାଙ୍କର ୟୁଟ୍ୟୁବ ଚାନେଲ ଡ଼ିଲିଟ ନ କରି ଓଡିଶାବାସୀଙ୍କୁ କ୍ଷମା ନ ମାଗିବେ ତେବେ ରାଜାରାସ୍ତା ବନ୍ଦ କରିବାକୁ ସେମାନେ ପଛାଇବେ ନାହି ବୋଲି ଅଟୋବାଲା କହିଛନ୍ତି ।

ଥାନାରେ ଡିସିପିଙ୍କୁ ଏଫଆଇଆର ଦେବା ପରେ ୨ରୁ ୩ ଦିନ ସମୟ ଦେବେ, ଯଦି କୌଣସି କାର୍ଯ୍ୟନୁଷ୍ଠାନ ନ ନିଆଯାଏ ତେବେ ଅଟୋ ଭାଇମାନେ ନିଶ୍ଚିନ୍ତ ଭାବେ ରାଜରାସ୍ତାକୁ ଓହ୍ଲାଇବେ । ସେମାନଙ୍କୁ ମଧ୍ୟ ଆରେଷ୍ଟ କରାଯାଉ ଯେଉଁମାନେ ଖୁଲମଖୁଲା କହୁଛନ୍ତି ଆମେ ଅଶ୍ଳୀଳ ଭିଡିଓ ଛାଡିଛୁ ।

ଆହୁରି ମଧ୍ୟ ଅଟୋଭାଇ କହିଛନ୍ତି ଯେଉଁଠି ଗଲେ ଖାଲି ଟୁଙ୍ଗୁରୁ ଭୋଳର ଚର୍ଚ୍ଚା ଚାଲିଛି । ଦ୍ରୌପଦୀ ମୁର୍ମୁ ଆମ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଯାହା ଆମ ଦେଶ ପାଇଁ ଗର୍ବ ତାଙ୍କ ଉପରେ କଣ ପାଇଁ ଗୀତ ହେଉ ନାହିଁ । ପ୍ରଭୁ ଜଗନ୍ନାଥ ହେଉଛନ୍ତି ପାଳନକର୍ତ୍ତା ତାଙ୍କ ଉପରେ କଣ ପାଇଁ ଗୀତ ହେଉ ନାହିଁ ?

ଖାଲି ଅଟୋ ଉପରେ ଆକ୍ଷେପ କରାଯାଇ ଗୋଟିଏ ପରେ ଗୋଟିଏ ଗୀତ ରିଲିଜ ହେବାରେ ଲାଗିଛି । ଯଦି ଏଭଳି ଅଶ୍ଳୀଳ ଗୀତ ବନ୍ଦ ନ ହୁଏ ତେବେ ସେମାନେ ଖୋଲା ଚେତାବନୀ ଦେଉଛନ୍ତି ଆଗାମୀ ଦିନରେ ଏଭଳି ଗୀତ ରିଲିଜ ହେଲେ ସେହି ମ୍ୟୁଜିକ ଡାଇରେକ୍ଟରକୁ ଛାଡିବେ ନାହିଁ । ତେଣୁ ଟୁଙ୍ଗୁରୁ ବିରୋଧରେ ତୁରନ୍ତ ଆକ୍ସନ ନିଆଯାଉ ବୋଲି ସ୍ମାର୍ଟ ସିଟି ଅଟୋ ଭାଇମାନେ ଦାବି କରିଛନ୍ତି । ବନ୍ଧୁଗଣ ଆପଣଙ୍କର ଅଟୋ ଭାଇମାନଙ୍କର ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *