ଫେସବୁକ ହେଉ କି…ଇନଷ୍ଟାଗ୍ରାମ ଚର୍ଚ୍ଚାରେ ବଚପନ୍ କା ପ୍ୟାର୍ ଗୀତ! ହେଲେ ଏହି ଭାଇରାଲ ବୟ କିଏ ଆପଣ ଜାଣିଛନ୍ତି କି? ଦେଖନ୍ତୁ Video

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ନୂଆ ଗୀତ ଭାଇରାଳ ହେବାରେ ଲାଗିଛି । ଜଣେ କୁନି ପିଲା “ଜାନେ ମେରି ଜାନେମନ ବଚପନ କା ପ୍ୟାର ମେରା ଭୁଲ ନହିଁ ଜାନା” ଗୀତ ଟି ଖୁବ ଜୋରସୋରରେ ଚହଳ ସୃଷ୍ଟି କରିଛି । ଏହି ଗୀତ ଭାଇରାଲ ହେବା ପରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଓ ରିୟାପର ଏହି କୁନି ପୁଅକୁ ପ୍ରଶଂସା କରିଛନ୍ତି ।

ଇଂଷ୍ଟାଗ୍ରାମ ର ଅଧିକାଂଶ ପୋଷ୍ଟରେ ଏହି ଗୀତର ଝଲକ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ଭାଇରାଲ ବଏ କୁ ନେଇ ଚର୍ଚ୍ଚା ଚାଲିଛି । ଇଂଷ୍ଟାଗ୍ରାମ ହେଉ ବା ଫେସବୁକ ବା ଟ୍ବିଟର ହେଉ ସୋସିଆଲ ମିଡିଆରେ ଏହି “ବଚପନ କା ପ୍ୟାର” ଗୀତ ଧମାଲ ସୃଷ୍ଟି କରିଛି । ଏହି ଗୀତ ଗାଇ ଭାଇରାଲ ହେଉଥିବା ପିଲାଟି ହେଉଛନ୍ତି ଛତିଶଗଡର ସୁକୁମା ଜିଲ୍ଲାର ସହଦେବ ଡିର୍ଡୋ ଯିଏ କି ସ୍କୁଲରେ ପାଠ ପଢୁଛନ୍ତି । ଗତ ଦୁଇ ବର୍ଷ ତଳେ ସହଦେବଙ୍କ ସ୍କୁଲରେ ତାଙ୍କର ଶିକ୍ଷକ ତାଙ୍କୁ ଏହି ବଚପନ ଗୀତ ଗାଇବାକୁ କହିଥିଲେ ।

ସହଦେବ ଏହି ଗୀତକୁ ନିଜ ମୋବାଇଲରେ କ୍ୟାପଚର କରି ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏତେ ବର୍ଷ ପରେ ସହଦେବ ଚର୍ଚ୍ଚାକୁ ଆସିବାର କାରଣ ହେଉଛନ୍ତି ରିୟାପର ବାଦଶା ଯିଏ ସହଦେବଙ୍କ ଗାଇଥିବା ଗୀତକୁ ରିମିକ୍ସ କରି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥିଲେ । ଏହା ପରେ ଏହି ଗୀତ ଟି ଭାଇରାଲ ହେବା ପରେ ଅଚାନକ ସହଦେବ ଚର୍ଚ୍ଚା କୁ ଆସିଥିଲେ ।

ସହଦେବଙ୍କ ଗାଇଥିବା ଦୁଇ ବର୍ଷ ତଳର ଗୀତ ସବୁଠାରେ ଭାଇରାଲ ଓ ଟ୍ରେଣ୍ଡ ହେବାରେ ଲାଗିଲା । ଏହି ଗୀତ ଭାଇରାଲ ହେବା ପରେ ରିୟାପର ବାଦଶା ସହଦେବଙ୍କୁ ଦେଖା କରିବା ପାଇଁ ଚଣ୍ଡିଗଡ ଡକାଇଛନ୍ତି ।

ଏହା ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ମୁକେଶ ବ୍ୟାକଲ ମଧ୍ୟ ସହଦେବଙ୍କ ସହ ଦେଖା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୁକେଶ ନିଜର ସୋସିଆଲ ଆକାଉଣ୍ଟରେ ସହଦେବଙ୍କ ଗାଇଥିବା ଗୀତ “ବଚପନ କା ପ୍ୟାର ଭୁଲ ନହିଁ ଜାନା ଜବ ସେ ମେରା ପ୍ୟାରା ହେ ତୁଝେ ଦିୟା ହେ ବଚପନ କା ପ୍ୟାର କଭି ଭୁଲ ନହିଁ ଜାନା” ରେ ଗୀତକୁ ଶେୟାର କରିଛନ୍ତି ।

ଏହା ଛଡା ସହଦେବଙ୍କ ଏହି ଭିଆରାଲ ଗୀତର ମଜା ଉଠାଇଛନ୍ତି ବଲିଉଡ ର ଅନେକ ଅଭିନେତା ଇ ଅଭିନେତ୍ରୀ ମାନେ । ସେମାନେ ନିଜର ସୋସିଆଲ ଆକାଉଣ୍ଟରେ ଏହି ଗୀତକୁ ପୋଷ୍ଟ କରିଛନ୍ତି । ବାସ୍ତବରେ ସହଦେବଙ୍କର ଏତେ କମ ବୟସରେ ଏଭଳି ଗୀତ ଗାଇବା ପ୍ରଶଂସନୀୟ ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *