ବାଛନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ଗୋଟେ ରାଜର କଥା

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ନିଜ ଜନ୍ମ ମାସ ଓ ତାରିଖ ଜାଣିବା ସହ ନିଜର ସ୍ଵଭାବ ବିଷୟରେ ଜାଣି ପାରିଥାଏ । ସପ୍ତାହର କେଉଁ ଦିନରେ ଜନ୍ମ ତାରିଖ ହୋଇଥିଲେ ତାହା ମଧ୍ୟ ବ୍ୟକ୍ତି ଜୀବନରେ ପ୍ରଭାବ ପକାଇଥାଏ । ଏହାର କାରଣ ହେଉଛି ସୌରମଣ୍ଡଳରେ ଥିବା ଗ୍ରହ ମାନଙ୍କ ସହ ବ୍ୟକ୍ତିର ଜନ୍ମର ଦିନ ଯୋଡି ହୋଇ ର୍ହାଇଥାଏ । ଉଦାହରଣ ସ୍ୱରୂପ ଯଦି ଆପଣ ବୁଧବାର ଦିନ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ବୁଧ ଗ୍ରହ ସହ ନାଁ ଯୋଡା ଯାଇଥାଏ । ଯଦି ବୁଧବାର ଦିନ ରାତି ୧୨ଟାରେ ବ୍ୟକ୍ତିର ଜନ୍ମ ହୋଇଥାଏ ତେବେ ସେହି ଦିନ ତାର ଜନ୍ମଦିନ ବୋଲି ମାନାଯାଏ ।

କାରଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଯାଏଁ ସୂର୍ଯ୍ୟ ଉଦୟ ହୋଇ ନାହି ସେବେ ଯାଏଁ ତା ପର ଦିନ ମାନାଯାଏ ନାହି । ଯଦି ବ୍ୟକ୍ତି ଜନ୍ମ ସକାଳ ୩ଟା ରେ ହୁଏ ତେବେ ତାର ଜନ୍ମଦିନ ବୁଧବାର ମାନାଯାଏ । ତେବେ ଆସନ୍ତୁ ଜାଣିବା ଜନ୍ମ ହୋଇଥିବା ଦିନରେ କିପରି ବ୍ୟକ୍ତିର ସ୍ଵଭାବ ଜାଣିହେବ ।

ସୋମବାର : ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଶାନ୍ତ ଓ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ କୋମଳ ହୃଦୟର ହୋଇ ଥିବାରୁ ଅନ୍ୟକୁ ଧୋକା ଦିଅନ୍ତି ନାହି । ଏମାନଙ୍କ ପାଇଁ ତାଙ୍କ ପରିବାର ଓ ସମ୍ପର୍କୀୟ ସବୁ କିଛି ହୋଇଥାନ୍ତି । ଏମାନଙ୍କର ମୁଡ ପରିବର୍ତ୍ତନ ଯୋଗୁ ଏମାନେ ଅଳ୍ପ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି ।

ମଙ୍ଗଳବାର : ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ମେଷ ରାଶିର ହୋଇଥାନ୍ତି । ଏମାନେ ସର୍ବଦା ନୂଆ କାମ କରିବାକୁ ଆଗେଇ ଆସିଥାନ୍ତି । ଏମାନଙ୍କ ଠାରେ ସର୍ବଦା ଫୁର୍ତ୍ତି ରହିଥାଏ । ଏମାନଙ୍କର ଠିକ ନିଷ୍ପତି ନେବାର କ୍ଷମତା ଅଧିକ ଥିବାରୁ ଏମାନଙ୍କର ସବୁ କାମ ସଫଳ ହୋଇଥାଏ ।

ବୁଧବାର : ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି କନ୍ୟା ରାଶିର ହୋଇ ଥିବାରୁ ନିଜ ବଚନରେ ଅନ୍ୟର ହୃଦୟ ଜିତିଥାନ୍ତି । ଏମାନେ ବୁଲିବା ସହ ଖତରନାକ କାମ କରିବାକୁ ପସନ୍ଦ କରନ୍ତି ।

ଗୁରୁବାର : ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଧନୁ ଓ ମୀନ ରାଶିର ହୋଇ ଥିବାରୁ ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ସାହାଜ୍ଯ କରିଥାନ୍ତି । ଯେଉଁ କାମରେ ହାତ ଦେଇଥାନ୍ତି ସେଥିରେ ନିଶ୍ଚିନ୍ତ ରୂପେ ସଫଳ ହୋଇଥାନ୍ତି ।

ଶୁକ୍ରବାର : ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବାକୁ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନେ ଧଳା ରଙ୍ଗ ପସନ୍ଦ କରନ୍ତି । ଏମାନେ ତେଜ ଦିମାକ ସ୍ଵଭାବର ବ୍ୟକ୍ତି ହୋଇ ଥିବାରୁ ଜୀବନରେ ସଫଳ ହୋଇଥାନ୍ତି ।

ଶନିବାର : ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ମକର ଓ କୁମ୍ଭ ରାଶିର ହୋଇଥାନ୍ତି । ଆପଣ ଆଜି କଣ କରିବେ ଓ ଆସନ୍ତା କାଲି କଣ କରିବେ ତାହା ବୁଝି ବିଚାରୀ କରିଥାନ୍ତି । ଏମାନଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିଥାଏ ।

ରବିବାର : ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ସକାରାତ୍ମକ ସ୍ଵଭାବ ଓ ତେଜ ଦିମାକ ଥିବା ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜେ ଖୁସି ରହିବା ସହ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *