ବାଛୁରୀର ହକ୍ ମାରି ମହାଦେବ ପିଏ, ମଣିଷ ପିଇଲେ ଭାରୀ ଶକ୍ତିଶାଳୀ ହୁଏ, କହିଲ ଦେଖି କି ଦରବ ଇଏ ? Funny quiz

ବନ୍ଧୁଗଣ ହସ ମଜାଳିଆ କଥା କାହାକୁ ଅବା ଭଲ ଲାଗିନଥାଏ । ତେବେ ସେହିପରି କିଛି ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ଓଡିଆର ଏହି ଚତୁର ତଥା ମଜାଳିଆ ଢଗଢମାଳି ମାଧ୍ୟମରେ ଆପଣ କେତେ ଜ୍ଞାନ ଏଥିରୁ ପାଇ ପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।

1- ରାସ୍ତା ଅଛି, ହେଲେ ଗାଡି ନାହିଁ, ବଣ ଅଛି ହେଲେ ଗଛ ନାହିଁ, ଗାଁ ଅଛି ହେଲେ ମଣିଷ ନାହିଁ, କହିଲ ଦେଖି ଏମିତି ଜାଗାଟି କାହିଁ ?

ଉତ୍ତର;- ମାନଚିତ୍ର ।

2- ବାଛୁରୀର ହକ୍ ମାରି ମହାଦେବ ପିଏ, ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ, କହିଲ ଭାବି କି ଦରବ ଇଏ ?

ଉତ୍ତର;- କ୍ଷୀର ବା ଦୁଗ୍ଧ ।

3- ତାଟିଆ ଭିତରେ ତାଟିଆ ଅଛି, ତାଟିଆ ଭିତରେ ଅମୃତ, ମାଆ ପେଟର ଝିଅଟି ଗୋରି, କହ ଇଏ କି ଗଣିତ ?

ଉତ୍ତର;- ନଡିଆ ।

4- ନାଲି ଘୋଡାଟି ଯୁଆଡେ ଯାଏ, କଳା ଘୋଡା ସବୁ ଡରି ପଳାଏ, କହିଲ ଦେଖି ଏ ନାଲି ଘୋଡାଟି କିଏ ?

ଉତ୍ତର;- ନିଆଁ ।

5- ମତେ କଟାଯାଏ, ମତେ ଛେଚା ଯାଏ, ମତେ ଭାରି ବାଧେ, ହେଲେ ମୋତେ କାଟୁଥିବା ଲୋକ ଆଖିରୁ ଲୁହ ଝରାଇ କାନ୍ଦେ ?

ଉତ୍ତର;- ପିଆଜ ।

6- ଛୁଇଁ ହୁଏ ହେଲେ ଧରି ହୁଏନା, ବୁଝି ହୁଏ ହେଲେ ଦେଖି ହୁଏନା, ସବୁଠି ଥାଏସେ, ମାଟିଠୁ ଆକାଶ, ତା’ ବିନା ଜୀବନ ଜିଇଁ ହୁଏନା ?

ଉତ୍ତର;- ପବନ ।

7- ଦୁନିଆ ସାରା ବୁଲୁଛି ସିଏ, ପାଦ ତା’ ଛୁଏନି ମାଟି, ଦିନରେ ଶୋଉଛି, ରାତିରେ ଚେଉଁଛି, ତା’ ବିନା ଅନ୍ଧାର ରାତି । ସେ କିଏ ?

ଉତ୍ତର;- ଜହ୍ନ ।

8- ଦେହରେ ମୋର ପ୍ରଚୁର ବଳ ଜହ୍ନ ପରିକା ଗଢଣ ମୋର । ସମସ୍ତଙ୍କର ପ୍ରିୟ ମୋ ବିନା ତମ ଜୀବନ କଷ୍ଟ ନାଆଁଟି ମୋର କୁହ ?

ଉତ୍ତର;- ରୁଟି ।

9- ନାକରେ ଯଦି ଥରେ ମୁଁ ଚଢିଜିବି, କାନ ଧରିକି ତତେ ମୁଁ ପଢେଇବି । ସେ କିଏ ?

ଉତ୍ତର;- ଚଷମା ।

10-  ଯେତେ ଦେବ ସେତେ ନେବି, ଆଗରେ ପଡିଲେ କାଟି ଦେବି, ବାଟ ମୋର ଲୁହା, ପାଦ ମୋର ଲୁହା, ଯିଏ କହିବ ତା’ ପାଇଁ ଚକୋଲେଟ ଥୁଆ । କହିଲ ଦେଖି ସେ କିଏ ?

ଉତ୍ତର;- ରେଳଗାଡି ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଏହିଭଳି ମଜାଳିଆ ଓ ରୋଚକଭରା ଓଡିଆ ଢଗଢମାଳି ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *