ସନ୍ଧ୍ୟା ସମୟରେ ଘରର କବାଟ ବନ୍ଦ ରଖିଲେ କେଉଁ ସମସ୍ୟା ଦେଖାଦିଏ ? Vastu tips

ମନୁଷ୍ୟ ଏହି ସଂସାରରେ ସୁଖମୟ ଜୀବନଜାପନ କରିବାକୁ ହେଲେ । ମନୁଷ୍ୟକୁ କେତେ ଗୁଡିଏ ନିୟମ ଓ ଅନୁଶାସନ ପାଳନ କରିବାକୁ ପଡିଥାଏ । ଯେଉଁ ସବୁ ନୀତିନିୟମ ମାନି ଆଗକୁ ବଢିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ତେବେ ଚାଲନ୍ତୁ ସେହି ସବୁ ଅନୁଚିନ୍ତା ବିଷୟରେ ଆଜି ଏଠାରେ ଜାଣିବା ।

1- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସକାଳେ ଠାକୁର ପୂଜା କରିବା ସମୟରେ ଦୀପରେ ଦୁଇଟି ଲବଙ୍ଗ ପକାଇ ଜଳାଇବା ଦ୍ଵାରା ଗରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

2- ଯଦି ଘରର କୌଣସି ସଦସ୍ୟ ବାରମ୍ବାର ରୋଗଗ୍ରସ୍ତ ହେଉଥାନ୍ତି । ତେବେ ସାତଟି ଲବଙ୍ଗ ଜଳାଇ କରି ଚାରିଦିନକୁ ଥରେ ଘରର କୌଣସି କୋଣରେ ରଖିବା ଦ୍ଵାରା ମଙ୍ଗଲ ହୋଇଥାଏ ।

3- ଯଦି ଅଧିକ ପରିଶ୍ରମ କରି ବି ଆର୍ଥିକ ସ୍ଥିତି ଖରାପ ରହୁଥାଏ । ତେବେ ସାତଟି ଲବଙ୍ଗ ଏବଂ ସାତଟି ଗୋଲମରୀଚକୁ ମୁଣ୍ଡ ଚାରିପଟରେ ବୁଲାଇ ନିର୍ଜନ ସ୍ଥାନରେ ଚାରିଦିଗକୁ ପକାଇ ଦେବା ଦ୍ଵାରା ସ୍ଥିତିରେ ସୁଧାର ଆସିଥାଏ ।

4- ଯଦି କୌଣସି କାର୍ଯ୍ୟରେ ବାରମ୍ବାର ବାଧା ଆସୁଥାଏ କିମ୍ବା କାର୍ଯ୍ୟରେ ଅସଫଳ ହେଉଥାନ୍ତି । ତେବେ ପାନ ପତ୍ରରେ ଲବଙ୍ଗ, ଗୁଜୁରାତି, ଏବଂ ଗୁଆକୁ ଗୁଡାଇ କରି ଗଣେଶ ପ୍ରଭୁଙ୍କୁ ଅର୍ପଣ କଲେ । କାର୍ଯ୍ୟରେ ସଫଳତା ମିଳିଥାଏ ।

5- ଘରେ କେବେବି କୌଣସି ଶୁଖିଯାଇଥିବା ଗଛ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ କୌଣସି ସଙ୍କଟ ଦେଖାଦେବାର ସମ୍ଭାବନା ରହିଥାଏ ।

6- ଘର ଭିତରେ କେବେବି କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଏଥିସହ ପରିବାର ସଦସ୍ୟଙ୍କ ସ୍ଵାସ୍ଥବସ୍ତା ଖରାପ ହେବାର ଆଶଙ୍କା ରହିଥାଏ ।

7- ଘରେ କେବେବି ଠାକୁରଙ୍କ ଭାଙ୍ଗି ଯାଇଥିବା ମୂର୍ତ୍ତି ପୂଜା କରିବା ଉଚିତ ହୋଇନଥାଏ । ଘରେ ସେପରି ଭଙ୍ଗା ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ । ନଚେତ ଘରେ ଅଯଥା ଖର୍ଚ ବଢିଥାଏ ।

8- ଘରର କାନ୍ଥରେ ଯଦି ଫାଟ ଦେଖାଦିଏ । ତେବେ ଅଶୁଭ ହୋଇଥାଏ । ଏହା ଦ୍ଵାରା ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ତେଣୁ ଏପରି ହେଲେ ତୁରନ୍ତ ତାହାର ମରାମତି କରି ଦିଅନ୍ତୁ ।

9- ଘରର ଉତ୍ତର ଦିଗରେ କେବେବି ରୋଷେଇ ଘର କରିବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ । ଯାହା ଫଳରେ ଘରର ସୁଖ ଓ ଶାନ୍ତି ନଷ୍ଟ ହୋଇଥାଏ ।

10- ସନ୍ଧ୍ଯା ସମୟରେ ଘରର ମୁଖ୍ୟ ଦ୍ଵାର କେବେବି ବନ୍ଦ କରି ରଖନ୍ତୁ ନାହିଁ । ଏଥିଦ୍ବାରା ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇପାରିନଥାଏ । ଯାହା ଦ୍ଵାରା ଘରେ ଦରିଦ୍ରତା ଦେଖାଦେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ। ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *