୧୦ ବର୍ଷ ବଡ ଭାଉଜ ସାଙ୍ଗରେ ହେଇଥିଲା ୧୫ ବର୍ଷର ଏହି ପିଲାର ବାହାଘର – ତାପରଦିନ ସକାଳେ ଯାହା ହେଲା ଦେଖିଲେ ଆପଣଙ୍କ ହୋସ ଉଡିଯିବ

କହନ୍ତି କି ବାହାହେବା ଛୁଆଙ୍କ ଖେଳ ନୁହେଁ । କିନ୍ତୁ ଏହା ପରେ ମଧ୍ୟ କିଛି ଲୋକ ଜବରଦସ୍ତ କମ୍ ବୟସର ଛୁଆ ସହ ବାହାଘର କରେଇ ଦିଅନ୍ତି । ଏମିତି ଏକ ଉଦ୍ୟମ କଲେ ବିହାର ରହୁଥିବା ଏକ ପରିବାରକୁ ଏତେ ମହଙ୍ଗା ପଡିଲା କି ସେଇ ପିଲାର ଜୀବନ ତ୍ୟାଗ କଲା । ଆସନ୍ତୁ ଜାଣିବା ପୂରା ଘଟଣା ସଂମ୍ପର୍କରେ । ପ୍ରକୃତରେ ବିହାରର ପାଟନା ସହରରେ ଏକ ପରିବାର ନିଜ ୧୫ ବର୍ଷର ପୁଅକୁ ଜବରଦସ୍ତ ଏକ ବିଧବା ଭାଉଜଙ୍କୁ ବାହା କରିଦେଲେ । ଭାଉଜ ଓ ଦିଅରର ବୟସର ଅନ୍ତର ପାଖାପାଖି ଦଶବର୍ଷର ଅନ୍ତର ଥିଲା । ବାହାଘର ପରେ ସେ ପିଲାକୁ ଏତେ ବଡ ସଦମା ଲାଗିଲା କି ସେ ଘର ଛାଡିପଳାଇଲା । ଓ ପରେ ସେ ପିଲାର ଫାଶିରେ ଲଟକିଥିବା ଅବସ୍ଥାରେ ତାଙ୍କ ପରିବାରକୁ ଶବ ମିଳିଲା ।

ଜାନକାରୀ ଅନୁସାରେ ପିଡିତ ବାଳକ ନାମ ମହାଦେବ ଥିଲା ।ମହାଦେବ ନବମ କ୍ଲାସରେ ପଢୁଥିଲା , ମହାଦେବର ପରିବାରରେ ତା ବାପା, ମା ଓ ତା ଭାଇ ସନ୍ତୋଷ ଦାସ ଥିଲେ । ସନ୍ତୋଷର କିନ୍ତୁ ଏକ ଦୁର୍ଘଟଣାରେ ମୃତ୍ୟୁ ହେଇଯାଇଥିଲା। ବଡ ପୁଅ ସନ୍ତୋଷର ମୃତ୍ୟୁ ପରେ ସନ୍ତୋଷ ସ୍ତ୍ରୀ ରୁବି ଦେବୀ ବିଧବା ହୋଇଯାଇଥିଲେ । ତାପରେ ପରିବାର ଲୋକେ ତାଙ୍କର ବାହାଘର ୧୫ ବର୍ଷର ମହାଦେବ ସହ କରାଇଦେଲେ । ମହାଦେବ ଏଥିପାଇଁ ରାଜି ନଥିଲା । ସେ ବହୁତ ଧର ତାଙ୍କ ଘର ଲୋକଙ୍କୁ ବହୁତ ଥର ମନା ବି କରିଥିଲା । ତାଙ୍କ ଘର ଲୋକ କିଛି ବି ଶୁଣିଲେନି । ଓ ତା ବାହାଘର ତା ବିଧବା ଭାଉଜ ସହ କରାଇଦେଲେ ।

ବାହାଘରର ପର ଦିନ ମହାଦେବ ଘରୁ ପଳାଇଆସିଲା । ଘର ଲୋକେ ମହାଦେବକୁ ଖୋଜିବାକୁ ବହୁତ ଚେଷ୍ଟା କଲେ । କିନ୍ତୁ ସେ କେଉଁଠାରେ ବି ମିଳିଲା ନାହିଁ । ଏହା ପରେ ଦ୍ୱିତୀୟ ଦିନ ମହାଦେବର ଘର ଲୋକେ ପୁଣି ଖୋଜିବାକୁ ଚେଷ୍ଟା କଲେ । କିନ୍ତୁ ମହାଦେବ ଯେଉଁ ହାଲତରେ ମିଳିଲା ତାହା ପରିବାର ଲୋକଙ୍କୁ ହୋସ୍ ଉଡାଇଦେଇଥିଲା । ମହାଦେବ ଫାଶି ଦେଇ ଆତ୍ମହତ୍ୟା କରିଦେଇଥିଲା । ଜବରଦସ୍ତ ବିବାହ କରିବା ପ୍ରେସର୍ ଆଉ ସହ୍ୟ ନକରି ପାରି ସେ ଆତ୍ମହତ୍ୟା କରିଥିଲା । ମହାଦେବର ମୃତ୍ୟୁ ପଛରେ ଦୋଷୀ ତାଙ୍କ ପରିବାର ଲୋକ ଅଟନ୍ତି ।

ଯଦି ମହାଦେବକୁ ବାଧ୍ୟ ନକରି ଥାନ୍ତେ ତେବେ ତାଙ୍କ ପରିବାର ଶେଷ ବଂଶଧର ବଞ୍ଚିପାରିଥାନ୍ତା । ଚାଲନ୍ତୁ ଜାଣିବା ମହାଦେବର ଘର ଲୋକେ ମହାଦେବକୁ ଜବରଦସ୍ତ ମହାଦେବର ବାହାଘର ତା ବିଧବା ଭାଉଜ ସହ କାହିଁକି କରାଇଥିଲେ । ପ୍ରକୃତରେ ମହାଦେବର ବଡ ଭାଇ ସନ୍ତୋଷର ଦୃର୍ଘଟଣାରେ ଯେବେ ମୃତ୍ୟୁ ହେଲା , ସେତେବେଳେ ଇନ୍ସୁରାନସ୍ ରେ ପାଖାପାଖି ୮୦ ଲକ୍ଷ ଟଙ୍କା ପାଇଥିଲେ । ଏହି ପଇସାକୁ ସନ୍ତୋଷର ବିଧବା ସ୍ତ୍ରୀ ରୁବି ଦେବୀଙ୍କର ଘର ଲୋକେ ନେବାକୁ ଇଚ୍ଛା କରିଥିଲେ । ଏମିତି ସନ୍ତୋଷର ବାପା ନିଜ ଛୋଟ ପୁଅ କୁ ରୁବି ଦେବୀ ଙ୍କ ସହ ବାହାଘର ଏଥିପାଇଁ କରେଇଦେଲେ କି ପଇସା ଘରେ ରହିଯିବ ।

କିନ୍ତୁ କଣ ଜଣାଥିଲା କି ତାଙ୍କ ନିଜ ବଡପୁଅର ମୃତ୍ୟୁରେ ମିଳିଥିବା ପଇସା ତାଙ୍କ ଛୋଟ ପୁଅର ଜୀବନ ନେଇଯିବ । ଏହି ଘଟଣା ପରେ ସେଠିକାର ଲୋକେ ବହୁତ ଆଶ୍ଚର୍ଯ୍ୟ ହେଇଗଲେ । ଏପଟେ ସୋସିଆଲ୍ ମିଡିଆ ଏହି ଖବରକୁ ଭାଇରାଲ୍ କରିବାପରେ ବହୁ ଲୋକେ ମହାଦେବର ଆତ୍ମହତ୍ୟା ପଛର କାରଣ ତାଙ୍କ ପରିବାର ଲୋକଙ୍କୁ ଦେଲେ । ଏହି ଉଦାହରଣ ସେପରି ମା ବାପା ପାଇଁ ଅଟେ ଯେଉଁମାନେ ନିଜ ଛୋଟ ବୟସ ପିଲାଙ୍କୁ  ବାହାଘର ବହୁତ କମ୍ ବୟସରେ କରାଇଦେଉଛନ୍ତି ।

Leave a Reply

Your email address will not be published. Required fields are marked *