ମାଡି ଆସୁଛି ଲଘୁଚାପ ସହିତ ପ୍ରବଳ ବର୍ଷା – ଭାସିଯିବ ଏଥରର ଦଶହରା – କେଉଁ ଜିଲ୍ଲାକୁ ରହିଛି ବେଶି ବିପଦ ଦେଖନ୍ତୁ ଏବେ

ମାଡି ଆସୁଛି ଲଘୁଚାପ ସହିତ ପ୍ରବଳ ବର୍ଷା

ପୁଣି ଆସୁଛି ବର୍ଷା କିଛିଦିନର ବ୍ୟବଧାନରେ ପୁଣି ଆସିଛି ବର୍ଷା ବଙ୍ଗୋପସାଗରର ଦକ୍ଷିଣ ଓ ପୂର୍ଵ ଅଂଚଳରେ ଲଘୁଚାପ ଘନୀଭୂତ ହୋଇଛି ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବାର ସମ୍ଭାବନା ରହିଛି ଓ ଏହା ଫଳରେ ରାଜ୍ୟରେ କରେଇବ ବର୍ଷା । ଏହି ଲଘୁଚାପର ପ୍ରଭାବରେ ୧୦ ତାରିଖ ଠାରୁ ଆମ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାରେ ଲାଗିବ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ସହ ପବନ ବେଗ ବଢିବ ଏଥିପାଇଁ ମସ୍ଛଜୀବୀ ମାନଙ୍କୁ ସତର୍କ ସୂଚନା ଦିଆଯାଇଛି ।

ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୭୨ ଘଂଟା ଭିତରେ ଓଡିଶା ଉପକୂଳକୁ ଛୁଇଁବ । ଏବଂ ଏହାର ପ୍ରଭାବରେ ୧୦ ତାରିଖରୁ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବିଙ୍କୁ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ ।

ଭାସିଯିବ ଏଥରର ଦଶହରା

କିଛିଦିନ ପୂର୍ବେ ମୌସୁମୀ ଓଡିଶାରୁ ଫେରିସାରିବା ପରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଅାଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଆସନ୍ତା କିଛି ଘଣ୍ଟା ମଧ୍ୟରେ ୱେଲମାର୍କର ଲୋ ପ୍ରେସର ଭାବରେ ପରିଣତ ହେବ ଓ ଏହା ୨୪ ଘଣ୍ଟାରେ ଡିପ୍ରେସନର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି । ଏହି ଲଘୁଚାପ ପ୍ରଭାବରେ ଆଗକୁ ୧୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶାର କିଛି ଅଞ୍ଚଳ ରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।

ସ୍କୁଲ କଲେଜ ରହିପାରେ ବନ୍ଦ

ଆଗରୁ ହୋଇଥିଲା ବର୍ଷା ଯାହାଦ୍ୱାରା ରାଜଧାନୀ ଭୁବନେଶ୍ୱର ଅଵସ୍ଥା କଣ ହୋଇଥିଲା ଏହି କଥା କାହାକୁ ବି ଅଛପା ନାହିଁ । ଭୁବନେଶ୍ୱରର ତଳିଆ ଅଂଚଳ କଥା ଛାଡ ବଡ଼ବଡ଼ିଆ ରହୁଥିବା ବହୁ ଅଂଚଳ ଜଳମଗ୍ନି ହୋଇଥିଲା ଏଥର ବର୍ଷାରେ ଭୁବନେଶ୍ୱର ମହାନଗର ନିଗମ କଣ କରୁଛି ବେବସ୍ଥା । ଦୟାକରି ଏହାକୁ ସେୟାର କରି ସାରା ଓଡ଼ିଶା ବାସୀଙ୍କ ପାଖରେ ପହଞ୍ଚନ୍ତୁ ।

Leave a Reply

Your email address will not be published. Required fields are marked *