ପ୍ରଥମେ ୧୦ ବର୍ଷ ପର୍ଯ୍ୟନ୍ତ ବଡ ଭଉଣୀ ସହିତ ଶାରୀରିକ ସମ୍ବନ୍ଧ ରଖିବା ପରେ, ସାନ ଭଉଣୀ ସହିତ କଲା କିଛି ଏମିତି କି…

ଭଲପାଇବା ଏକ ସୁନ୍ଦର ଭାବନା ଅଟେ । ଯାହା ସହିତ ଥରେ ପ୍ରେମ ହୁଏ ତାର ଅନୁଭୂତି କିଛି ଅଲଗା ପ୍ରକାରର ହୋଇଥାଏ । ପ୍ରେମରେ ଲୋକମାନେ କଣ କଣ କରିଯାନ୍ତି ତାର କିଛି ଠିକଣା ନଥାଏ । ପ୍ରେମରେ  ଲୋକମାନେ କେତେବଳେ କେଉଁ ଭୁଲ କରିଦିଅନ୍ତି ତାହା ସେ ନିଜେ ବି ଜାଣିପାରନ୍ତି ନାହିଁ । ଏମିତି କିଛି ଘଟିଛି ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲାରେ । ବୈତୂଲ ଜିଲ୍ଲାର ଟିକାରି ଥାନା ଅନ୍ତର୍ଗତ ରହୁଥିବା ଏକ ପୁଅ ପ୍ରଥମେ ବଡ ଭଉଣୀ ସହ ପ୍ରେମ କରି ତା ସହିତ ଶାରୀରିକ ସମ୍ପର୍କ ରଖିଲା ।

କିନ୍ତୁ ସେହି ପରେ ପୁଅଟି ସେହି ଝିଅର ସାନ ଭଉଣୀକୁ ନିଜ ପ୍ରେମରେ ଫସେଇ ତାକୁ ନେଇ ଫେରାର ହେଇଗଲା ।

ତାପରେ ସେହି ପୁଅଟି ତା ସାନ ଭଉଣୀ ସହ ବାହାହେଇ ଫୋଟୋ ଫେସବୁକରେ ଅଫ୍ଲୋଡ କରିଦେଲା । ବଡ ଝିଅଟି ମାନେ ସେହି ଆରୋପି ପ୍ରଥମେ ଯାହାକୁ ପ୍ରେମ କରିଥିଲା ଏହା ପରେ ସେ ପୋଲିସ ଥାନାରେ ମାମଲା ଦର୍ଜ କରିଦେଲା । ୨୯ ବର୍ଷର ସେହି ପୀଡ଼ିତାଙ୍କ କହିବା ଅନୁସାରେ ସେହି ଆରୋପି ସାରଦ ସହିତ ୧୦ ବର୍ଷ ଧରି ସମ୍ପର୍କରେ ଥିଲା । ଆରୋପି ଜଣକ ପୀଡ଼ିତାଙ୍କୁ ବାହାଘରର ମିଛ କଥା କହିକି ଶାରୀରିକ ସମ୍ବନ୍ଧ ରଖୁଥିଲା ।

ପୀଡ଼ିତା ଯେବେ ବି ବାହାଘରର କଥା କହିବ ସାରଦ ସବୁବେଳେ ଆର ବର୍ଷର ବାହାନା କରିକି ରହିଯାଏ । ପୀଡ଼ିତାଙ୍କୁ ପୋଲିସ ପଚାରିବାରୁ କହିଲେ କି ସାରଦ ଏବେ ବିଲକୁଲ ମନା କରିଦେଇଥିଲେ ବାହାଘର ପାଇଁ । ପୀଡ଼ିତା ତାପରେ କହିଥିଲେ କି ଯଦି ତମେ ମତେ ବାହା ନହୁଅ ତେବେ ମୁ ପୋଲିସ କମ୍ପ୍ଲେନ କରିବି । ସାରଦ ତାଙ୍କୁ ଧମକି ଦେଇକି କହିଥିଲା ଯଦି ତମେ ପୋଲସି ଆଗରେ କିଛି ବି କୁହ ତେବେ ମୁଁ ତମକୁ ମାରିଦେବି । ପରିବାରର ବଞ୍ଚିବା କଠିନ କରିଦେବି । ଏହି ଡରରେ ପୀଡ଼ିତା ଚୁପଚାପ ରହିଥିଲେ ।

ଏହା ବ୍ୟତୀତ ଯେବେବି ପୀଡତାଙ୍କ ଘରେ ବାହାଘରର ପ୍ରସ୍ତବା ପଡେ ସାରଦ ତାକୁ ଭାଙ୍ଗି ଦିଏ । ଏହାପରେ ସେ ପୀଡ଼ିତାଙ୍କ ସାନ ଭଉଣୀକୁ ନିଜ ପ୍ରେମରେ ଫସେଇ ତାକୁ ନେଇ ଫେରାର ହେଇଗଲା । ତାପରେ ତାକୁ ବାହାହୋଇ ଫେସବୁକରେ ଫୋଟୋ ଅପ୍ଲୋର୍ଡ କରିଦେଥିଲା । ପୋଲସି ସାରଦର ତଲାସ କରୁଛି । ସାରଦ ଫେସବୁକରେ ଫୋଟୋ ଅପ୍ଲୋର୍ଡ କରିକି ତାଙ୍କ କାମ ସହଜ କରି ଦେଇଥିଲା ।

Leave a Reply

Your email address will not be published. Required fields are marked *