ଯୁବକ ଜଣଙ୍କ ବିବାହ କାର୍ଡ ରେ ଛାପିଲେ ଏହି ସନ୍ଦେଶ, ଘରୁ- ବାହାର ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି ପ୍ରଶଂସା

ପ୍ରାୟତଃ ଲୋକ ନିଜ ବିବାହ କାର୍ଡ ଉପରେ ମନ୍ତ୍ର ବା ସାୟାରି ବା ଶୁଭ ସନ୍ଦେଶ ଲେଖନ୍ତି, କିନ୍ତୁ ଉତ୍ତରାଖଣ୍ଡ ରେ ଦେହରାଦୂନ ର ଜଣ ଯୁବକ ବିବାହ କାର୍ଡ ଉପରେ ଏମିତି ସ୍ଲୋଗାନ ଛାପିଲେ ଯାହା ଦେଖି ସମସ୍ତେ ତାଙ୍କ ପ୍ରଶଂସା କରୁଛନ୍ତି । ମାତ୍ର ଏହା ନୁହେଁ ତାଙ୍କ କାର୍ଡ ସୋସିଅଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଦେହରାଦୁନର ମୋହକମ୍ପୁର ନିବାସୀ ଆଶିଷ ନୌଟିୟାଲଙ୍କ ବାହାଘର କାର୍ଡ କିଛି ଅଲଗା ହୋଇଛି ।

ଏହି କାର୍ଡରେ ବିବାହରେ ଆସୁଥିବା ଲୋକଙ୍କ ପାଇଁ ଦୁଇଟି ସନ୍ଦେଶ ଦିଆ ଯାଇଛି ।

ଆଶିଷ ନୌଟିୟାଲ ଏହି କାର୍ଡ ରେ ପରିବେଶ ଓ ଖାଦ୍ୟ ପଦାର୍ଥ ବଞ୍ଚେଇବା ପାଇଁ ଅନୁରୋଧ କରିଛନ୍ତି, ସନ୍ଦେଶ ଦିଆ ଯାଇଛି “ହିମାଳୟ ବଞ୍ଚାଓ, ପଲିଥିନ ହଟାଅ” । କାର୍ଡରେ ଲୋକଙ୍କୁ ଅନୁରୋଧ କରା ଯାଇଛି ଯେ ବିବାହରେ ଆସିବାର ଅଛନ୍ତି ସେ ପ୍ରତିଜ୍ଞା ନିଅନ୍ତୁ ଯେ ସେ ନିଜ ସାଧାରଣ ଜୀବନରେ ପଲିଥିନ ଉପଯୋଗ କରିବେନି ।

ଏହା ଛଡା ଖାଦ୍ୟ ପଦାର୍ଥ ନଷ୍ଟ ନକରିବା ପାଇଁ ମଧ୍ୟ ପ୍ରତିଜ୍ଞା ନିଅନ୍ତୁ କେବଳ ଏତିକି ନୁହେଁ ଆଶିଷ ନୌଟିୟାଲ ନିଜ ବିବାହରେ ପଲିଥିନ ଉପଯୋଗ କରିବା ପାଇଁ ମନା କରିଛନ୍ତି ଓ ସବୁ କାମ ପରିବେଶ ଅନୁକୂଳ ହେଉଛି । ଆଶିଷଙ୍କ କହିବା ଅନୁଯାଇ ଲୋକ ବାହାଘର ସମୟରେ ପଲିଥିନ ଅତ୍ୟଧିକ ଉପଯୋଗ କରିଥାନ୍ତି, ପରିବେଶ ସୁରକ୍ଷା ପାଇଁ ସର୍ବ ପ୍ରଥମେ ଏହାକୁ ବନ୍ଦ କରିବା ଉଚିତ ହେବ ।

ଖାଦ୍ୟ ନଷ୍ଟ ସବୁଠୁ ଅଧିକ ବିବାହରେ ହୋଇଥାଏ ଏବଂ ଏହା ବହୁତ ବଡ ସମସ୍ୟା ଅଟେ । ଆଶିଷ ନୌଟିୟାଲଙ୍କ ଅନୁଯାଇ ଖାଦ୍ୟ ବରବାଦ କରିବା ସେହି ଲୋକଙ୍କ ଉପହାସ ଯିଏ ଗୋଟେ ସମୟ ପାଇଁ ମଧ୍ୟ ଖାଇବାକୁ ପାଉ ନାହାନ୍ତି । ଆଶିଷ କହିଲେ ଯେ ସେ ନିଜ ବାହାଘର ପାଇଁ ୫୦୦କାର୍ଡ ଛପେଇଛନ୍ତି, ତାଙ୍କ ଅନୁଯାଇ ଗୋଟେ ପରିବାରରେ ୫-୧୦ଲୋକ ରହୁଥିବେ ଏହି ପ୍ରକାରେ ଏହି ଛୋଟ ସନ୍ଦେଶ ପ୍ରୟାସ ୫-୫୦୦୦ଲୋକଙ୍କ ପାଖରେ ଯାଇ ପହଞ୍ଚିବ ।

ଆଶିଷ ନୌଟିୟାଲଙ୍କ ଅନୁଯାଇ ସେ ନିଜ ବିବାହ କାର୍ଡରେ ଏଥିପାଇଁ ଏମିତି କଲେ କାହିଁକିନା ସେ ଚାହୁଁଥିଲେ ଯେ ବାହାଘରରେ ଯେତିକି ଲୋକ ଆସିବେ ସେ ଏହି ଶୁଭକାମ ଆରମ୍ଭ କରନ୍ତୁ । ତେବେ ତାଙ୍କ ଦ୍ଵାରା ନିଆ ଯାଇଥିବା ଏହି ପଦକ୍ଷପ ବିଷୟରେ ଅପଣାଙ୍କ ମତ ନିଷ୍କୟା ଦେବେ । ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *