ବହୁତ ଚମତ୍କାରୀ ହୋଇଥାଏ ହଳଦୀ, ହଳଦୀ ଉପାୟ ଦ୍ଵାରା ଦୂର କରନ୍ତୁ ଜୀବନର ସବୁ ପ୍ରକାର ବାଧା

ହଳଦୀ ବ୍ୟବହାର ଖାଦ୍ୟ ସ୍ଵାଦ ବଢେଇବା ପାଇଁ ଏବଂ ଶରୀର ସ୍ଵସ୍ଥ ରଖିବା ପାଇଁ କରା ଯାଏ, ହଳଦୀ ବିଷୟରେ ବିଶେଷ କଥା ଆୟୁର୍ବେଦ ଦ୍ଵାରା ଜାଣିବାକୁ ମିଳିଥାଏ ଏବଂ ଆୟୁର୍ବେଦ ଅନୁଯାଇ ହଳଦୀ ଲଗେଇବା ଏବଂ ଖାଇବା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ହଳଦୀ ଶରୀରକୁ ସ୍ଵସ୍ଥ ରଖିବାରେ ସାହାଯ୍ୟ କରିଥାଏ, ତେବେ ହଳଦୀ ତ୍ଵଚା ଉପରେ ଲଗେଇଲେ ତ୍ଵଚା ସୁନ୍ଦର ଏବଂ ସ୍ଵସ୍ଥ ଦେଖା ଯାଇଥାଏ, ହଳଦୀ ସେବନ ଏବଂ ବ୍ୟବହାର ବିଶେଷତା ବିଷୟରେ ସମସ୍ତେ ପ୍ରାୟତଃ ଜାଣି ଥାନ୍ତି, କିନ୍ତୁ କଣ ଆପଣ ହଳଦୀ ସାହାଯ୍ୟ ଦ୍ଵାରା ଜୀବନ ଅସୁବିଧା ଦୂର କରିବା କଥା ବିଷୟରେ ଜାଣିଛନ୍ତି ।

ହଳଦୀକୁ ଶାସ୍ତ୍ରରେ ବହୁତ ଚମତ୍କାରୀ କୁହା ଯାଇଛି ଏବଂ ଶାସ୍ତ୍ର ଅନୁଯାଇ ଏହାର ପ୍ରୟୋଗ ଯଦି ସଠିକ ଭାବରେ କରା ଯାଏ ତେବେ ଏହା ବହୁତ ଲାଭକାରୀ ହୋଇଥାଏ । ତେବେ ଯଦି ହଳଦୀ ସଠିକ ଭାବରେ ବ୍ୟବହାର କରା ଯାଏ ତେବେ ଏହା ଦ୍ଵାରା ଆପଣଙ୍କ ସବୁ କଷ୍ଟ ଦୂର କରିଥାଏ, ହଳଦୀ ଏହି ଲାଭକାରୀ ଗୁଣ ବିଷୟରେ ଆସନ୍ତୁ ଜାଣିବା ।

ନକାରାତ୍ମକ ଊର୍ଜା ସମାପ୍ତ କରିଥାଏ :

ହଳଦୀକୁ ପବିତ୍ର ମାନ୍ୟତା ଅଟେ, ଏବଂ ଏହି କାରଣ ପାଇଁ ପୂଜା କଲା ବେଳେ ହଳଦୀ ପ୍ରୟୋଗ କରା ଯାଇ ପାରେ, ହଳଦୀ ରେ ଥିବା ଶକ୍ତି ନକାରାତ୍ମକ ଊର୍ଜା ସମାପ୍ତ କରିଥାଏ, ନକାରାତ୍ମକ ଊର୍ଜା ଅନୁଭବ ହେଲେ ଆପଣ ପ୍ରତିଦିନ ନିଜ କବାଟ ଦୁଇ କଣ ରେ ଅଳପ ଅଳପ ହଳଦୀ ରଖି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରି ନଥାଏ । ତେବେ ଯଦି ଆପଣଙ୍କୁ ଏହା ଅନୁଭବ ହେଉଛି ଯେ ନକାରାତ୍ମକ ଊର୍ଜା ଘର ଭିତରେ ଅଛି ତେବେ ଗୋଟେ ନାଲି କପଡା ରେ ହଳଦୀ ବାନ୍ଧି ଦିଅନ୍ତୁ ଏବଂ ଏହି କପଡା ନେଇ ଘର କୌଣସି କଣ ରେ ରଖି ଦିଅନ୍ତୁ, ଏହି ଉପାୟ ଦ୍ଵାରା ଘରେ ଥିବା ନକାରାତ୍ମକ ଊର୍ଜା ଦୂର ହୋଇଥାଏ ।

ରୋଗ ଠାରୁ ସୁରକ୍ଷା :

ହଳଦୀ ଦ୍ଵାରା କେତେ ପ୍ରକାର ରୋଗ ଠାରୁ ରକ୍ଷା ମିଳିଥାଏ, ରୋଗ ଠାରୁ ବଞ୍ଚିବା ପାଇଁ ପ୍ରତିଦିନ ଗାଧେଇଲା ପରେ ହଳଦୀ ଟିକା ଲଗାନ୍ତୁ, ଏହି ଟିକା ମଠାରେ ଲଗେଇଲେ ସବୁ ପ୍ରକାର ରୋଗ ଆପଣଙ୍କ ଠାରୁ ଦୂରେଇ ରୁହନ୍ତି ।

ବୃହସ୍ପତି ମଜବୁତ ହୋଇଥାନ୍ତି :

ବୃହସ୍ପତି ଦୁର୍ବଳ ହେଲେ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇ ନଥାଏ, ଏବଂ ବିବାହ ରେ ମଧ୍ୟ ବହୁତ ପ୍ରକାର ବାଧା ଆସିଥାଏ, ବୃହସ୍ପତି ମଜବୁତ କରିବା ପାଇଁ ଆପଣଙ୍କୁ ହଳଦୀ ପ୍ରୟୋଗ କରିବା ଉଚିତ ଅଟେ, ଏବଂ ହଳଦୀ ପାଣି ଦ୍ଵାରା ବୃହସ୍ପତି ସ୍ନାନ କରେଇବା ଉଚିତ । ଏମିତି କଲେ ବୃହସ୍ପତି ମଜବୁତ ହୋଇଥାନ୍ତି, ଯେଉଁ ଲୋକଙ୍କ ବିବାହ ହେଉ ନାହିଁ ତାଙ୍କୁ ବୃହସ୍ପତି ବା ଗୁରୁବାର ଦିନ ହଳଦୀ ଖିର ପିବା ଉଚିତ ବା କୌଣସି ଜିନିଷ ରେ ହଳଦୀ ମିଶେଇ ଖାନ୍ତୁ ।

Leave a Reply

Your email address will not be published. Required fields are marked *