Exclusive: ହାତ ଯୋଡି ଫ୍ୟାନଙ୍କୁ କଣ କହିଲେ Babushan, ? ଦେଖନ୍ତୁ ଏହି Video-

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ ଶନିବାର ଦିନ ବାବୁସାନ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ତାଙ୍କୁ ପ୍ରକୃତି ମିଶ୍ରଙ୍କ ସାହ ଏକାଠି ଦେଖିବା ପରେ ରାସ୍ତା ମଝିରେ ଦୁହିଙ୍କୁ ମାଡ ମାରିଥିଲେ । ଏହା ପରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯାହାକୁ ସାରା ଓଡିଶା ଓ ଓଡିଶା ବାହାରେ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏ ସବୁ ଘଟଣା ପରେ ବାବୁସାନ ଚେନ୍ନାଇ ଚାଲି ଯାଇଥିଲେ ସେଠାରେ ନିଜର ଆଗାମୀ ଫିଲ୍ମର ପ୍ରମୋଶନ ପାଇଁ । ଏମିତିକି ପ୍ରକୃତି ମିଶ୍ର ମଧ୍ୟ ସେଠାରେ ବିନା ଆମନ୍ତ୍ରଣରେ ଯାଇ ପହଞ୍ଚି ଯାଇଥିଲେ ଯାହାକୁ ନେଇ ବିବାଦ ଅଧିକ ବଢିଥିଲା ।

ତେବେ ପ୍ରକୃତି ମିଶ୍ର ଘରକୁ ଫେରିଥିଲେ କିନ୍ତୁ ବାବୁସାନ ଫେରି ନ ଥିଲେ । ଯାହା ପାଇଁ ତାଙ୍କର ପରିବାର ଠାରୁ ଆରମ୍ଭ କରି ସାଙ୍ଗ ସତାହି ଓ ଫ୍ୟାନ୍ସ ମାନେ ବାବୁସନଙ୍କୁ ଫେରି ଆସିବାକୁ ଅନୁରୋଧ କରିଥିଏ । ବିଶେଷ କରି ଅପରାଜିତା ମହାନ୍ତି ହାତ ଯୋଡି ଅନୁରୋଧ କରିଥିଲେ ନିଜ ପୁଅକୁ ଘରକୁ ଫେରିବା ପାଇଁ । ଶେଷରେ ବାବୁସାନ ଗତ କାଲି ସକାଳୁ ଆସି ପହଞ୍ଚି ସିଧା ସଳଖ ନିଜ ଘରକୁ ଚାଲି ଯାଇଥିଲେ । ତେବେ ବାବୁସାନ କେବେ ସାମନାକୁ ଆସିବେ ଆଉ ପ୍ରତିକ୍ରୀୟା ଦେବେ ବୋଲି ଯେଉଁ ବିବାଦ ଦେଖା ଯାଇଥିଲା ସେଥିରେ କିଛି ମାତ୍ରାରେ ଆଶ୍ଵସ୍ତି ମିଳିଛି ।

ବର୍ତ୍ତମାନର ସୂଚନା ଅନୁଯାୟୀ ଚେନ୍ନାଇରୁ ଫେରିବା ପରେ ଅଭିନେତା ବାବୁସାନ ମହାନ୍ତି ପ୍ରଥମ ଥର ନିଜ ଘରର ବାଲକୁନି ବାହାରକୁ ଆସି ନିଜର ଫ୍ୟାନ୍ସ ମାନଙ୍କୁ ଦେଖା ଦେଇଛନ୍ତି । ସେ ଏକା ଆସି ନାହାନ୍ତି ବରଂ ତାଙ୍କ ସହ ମା ଅପରାଜିତା ମହାନ୍ତି ମଧ୍ୟ ଉପସ୍ଥିତି ଅଛନ୍ତି । ବାବୁସାନ କହିଛନ୍ତି ଠିକ ସମୟରେ ଠିକ ଜିନିଷ କହିବି । ମୁଁ ପରିବାର ପାଖରେ ଅଛି ଆଉ ବହୁତ ଖୁସି ଅଛି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି । ଯେଉଁ ଫ୍ୟାନ୍ସ ମାନେ ତାଙ୍କର ଏଭଳି ପରିସ୍ଥିତିରେ ସାଥ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁସାନ ମହାନ୍ତି ହାତ ଯୋଡି ।

ଆଉ ଦିନେ ଦୁଇ ଦିନ ପରେ ବାବୁସାନ ସମସ୍ତଙ୍କର ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି ଅପରାଜିତା ମହାନ୍ତି କହିଛନ୍ତି । ବାବୁସାନ ଶାରୀରିକ ଓ ମାନସିକ ରୂପରେ ଆଘାତ ପାଇଛନ୍ତି ଏମିତିକି ଅପରାଜିତା ମଧ୍ୟ ଅସୁସ୍ଥ ଅଛନ୍ତି ବୋଲି କହିଛନ୍ତି । କୁସଙ୍ଗତରେ ପଡି ଖରାପ ବାଟକୁ ଚାଲି ଯାଇଥିଲେ ବାବୁସାନ ଯେଉଁ ଅଭିଯୋଗ ଆସିଥିଲା ତାହା ହୁଏ ତ ଦିନେ ଦୁଇ ଦିନ ପରେ ଖଣ୍ଡିତ କରିପାରନ୍ତି ବାବୁସାନ ମହାନ୍ତି । ନିଯରର ଘର ବାଲକୋନୀ ରୁ ଗଣ ମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବାବୁସାନ ଓ ଅପରାଜିତା ମହାନ୍ତି ।

ତେବେ ପ୍ରଶ୍ନ ଉଠୁଛି ବାବୁସାନଙ୍କୁ କିଏ ନିଶା ଦେଉଥିଲା ଆଉ କାହିଁକି ଦେଉଥିଲା କଣ ସତରେ ପ୍ରକୃତି ମିଶ୍ର ତାଙ୍କୁ ନିଶା ଦେଉଥିଲେ ସବୁ ସତର ଖୁଲସା ହେବ ଆଉ ଦିନେ ଦୁଇ ଦିନ ପରେ । ତେବେ ଦେଖାଯାଉ ବାବୁସାନ ନିଜର ସଫେଇରେ କଣ କହୁଛନ୍ତି । ବନ୍ଧୁଗଣ ଆପଣଙ୍କର ବାବୁସାନ ମହାନ୍ତିଙ୍କର ଏଭଳି ପ୍ରତିକ୍ରିୟା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *