ମୁଁ ବାହା ହେଲା ପରେ ଭାବିଥିଲି ମୁଁ ଗୋଟେ ରାଜା ଆଉ ଗୋଟେ ଚାକର ଆଣିଛି ..ହେଲେ ତାପରେ ଯାହା ହେଲା, ଦେଖନ୍ତୁ Bandana Pandaଙ୍କ Exclusive ଇନ୍ଟରଭିଉ

ବନ୍ଧୁଗଣ 2010 ମସିହାରେ ଦୁଇ ଦୁଇ ଜଣ ପରସ୍ପରର ହାତ ଧରନ୍ତି ଏହା ପରେ ବାହାଘର ହୁଏ ଆଉ ନିଆଁକୁ ସାକ୍ଷୀ ରଖନ୍ତି । କିଛି ଦିନ ପରେ ଆରମ୍ଭ ହୁଏ ସମସ୍ୟା ଆଉ ଆସିଯାଏ ବାହାଘର ରେ କିଛି ବାଧା ବିଘ୍ନ । ତେବେ ସେହି ବାଧା ବିଘ୍ନକୁ ଖାତିର ନକରି ସେମାନେ ସମ୍ପର୍କକୁ ଆଗେଇ ଚାଲନ୍ତି । ଭଗବାନଙ୍କର ବିଡମ୍ବନା କୁହନ୍ତୁ କି ଭାଗ୍ୟର ବିଡମ୍ବନା ସବୁ ଜିନିଷ ଠିକ ହେଇଯାଏ ।

ଆଉ ବୋଧ ହୁଏ ସେଇଟା ଭଗବାନଙ୍କର ଇଛା ଥିଲା ସେ ଗୋଟେ ପଦ୍ଧତିକୁ ଆପଣାଇ ଥିଲେ ଯାହାର ନାମ ଥିଲା ରେକି । ତେବେ ବନ୍ଧୁଗଣ ଆପଣ ମାନେ ସେମାନଙ୍କୁ ସୋସିଆଲ ମିଡିଆରେ ଦେଖନ୍ତୁ । ଏହି ଦୁଇ ପ୍ରିୟ କପଲ ହେଉଛନ୍ତି ବନ୍ଦନା ଏବଂ ରାଜିଭ । ତେବେ ବନ୍ଦନା ଏବଂ ରାଜିଭ ଗଣମାଧ୍ୟମ ରେ ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି ।

ଏହି ସାକ୍ଷାତ୍କାରରେ ରାଜିଭ କହିଛନ୍ତି “2010ରେ ମ୍ୟାରେଜ ଆରମ୍ଭ ହେଉ ହେଉ ମତେ ଲାଗିଲା ମୁଁ ଗୋଟେ ରାଜା ହେଇ ଯାଇଛି । ଗୋଟେ ବ୍ୟକ୍ତିର ମାଲିକ ମୁଁ ମୋର ଯାହା ଇଚ୍ଛା ସେୟା କରିବି । ମୁଁ ତାଙ୍କୁ ଯାହା କୁହେ ସେ ସବୁ କରନ୍ତି । ଆଉ ମୋତେ ଗୋଟେ ଗ୍ରାଣ୍ଡ ଫିଲିଙ୍ଗ ହୂର । ଧୀରେ ଧୀରେ କଣ ହେଲା ଏ ଫିଲିଙ୍ଗ୍ସ କୁ ମୁଁ ନିଜର ପାୱାର ଭାବି କି ତାଙ୍କ ଉପରେ ଡୋମିନେଟ କରିବା ଷ୍ଟାର୍ଟ କରିଲି ।

ହେଲେ ଆମ ଓଡିଶାର ସଂସ୍କୃତି ଅନୁସାରେ ନାରୀ ମାନଙ୍କ ପାଇଁ ବହୁତ କିଛି ନିୟମ ରହିଛି ଯାହାକୁ ଓଡିଆ ନାରୀ ମାନେ ଫଲୋ କରନ୍ତି । ତେବେ ଆମେ ମାନେ ଭୁଲ କଲେ ଦେଖା ଯାଏନି ହେଲେ ନାରୀ ମାନେ ଟିକେ ଭୁଲ କଲେ ଦେଖାଯାଏ” । ଅନ୍ୟ ପଟେ ବନ୍ଦନା କହିଛନ୍ତି “ମୁଁ ଭାବିଥିଲି ସବୁ ଭଲ ବାପଘର ଠାରୁ ଶାଶୁଘର ବହୁତ ପାଖ । ଗୋଟେ ଝିଅ ଭାବେ ସବୁବେଳେ ସ୍ଵାମୀ ସହ ବାହାରକୁ ବୁଲିବାକୁ ଯିବ ।

ହେଲେ ସେ ଇଛା ମୋର ହେଇ ପାରିଲା ନାହିଁ । କାରଣ ବାହାଘରର ଦୁଇ ତିନି ମାସ ଭିତରେ ମୋର ପିଲା ରହିଗଲା । ମୁଁ ଆଶା କରିଥିଲି ମୁଁ ବାହାରକୁ ବୁଲିବାକୁ ଯିବା ପାଇଁ ପିଲା ଗୋଟେ ବର୍ଷ ପରେ କରିଥାନ୍ତି । ଗୋଟେ ବର୍ଷ ଟିକେ ଏଞ୍ଜୋଏ କରିବା ପରେ ପିଲା ରଖିଥାନ୍ତି । ଆମେ ଯେହେତୁ ଆରେଞ୍ଜ ମାରେଜ କରିଛୁ ତେଣୁ ଆମେ ପରସ୍ପରକୁ ଟିକେ ଜାଣିବା ପରେ ପିଲାଟି ରଖିଥାନ୍ତୁ ।

ହେଲେ ଆମେ ଦୁଇଜଣ ପରସ୍ପରକୁ ଜାଣି ନାହୁଁ ପିଲା ରହିଗଲା । ସେଇଟା ଟିକେ ଅସୁବିଧା କରିଥିଲା ସେହି ସମୟରେ । ମୋର ବହୁତ କିଛି ଆଶା ଥିଲା । ବାହାଘର ପରେ ଲାଗିଲା କି ମୁଁ ଘରେ ବନ୍ଦୀ ହୋଇ ରହିଗଲି । ଆମେ ବାହାଘର ପୂର୍ବରୁ ଅଳ୍ପ ଦିନ କଥା ହେଉଥିଲୁ । ସେତେବେଳେ ଆମ ଦୁଇ ଜଣଙ୍କର ବୟସ ବହୁତ କମ ଥିଲା ସେଥିପାଇଁ ଏମିତି ଅସୁବିଧା ହୋଇଥିଲା ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବନ୍ଦନା ଓ ରାଜିଭଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ଯମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *