ସ୍ଵାମୀର ଭାଗ ବାଣ୍ଟ କଲେ ଦୁଇ ପତ୍ନୀ, ଉଭୟ ପତ୍ନୀଙ୍କ ସହ ରହିବେ 15-15 ଦିନ… ତେବେ ସମ୍ପୁର୍ଣ ଘଟଣା ଜାଣି ଆପଣ ବି ହେବେ ତାଜୁବ

ସ୍ବାମୀର ହେବ ଭାଗ ବଣ୍ଟା । ଦୁଇ ଜଣ ସ୍ତ୍ରୀ ଙ୍କ ପାଖରେ ରହିବେ 3 ଦିନ । ଆଉ ଗୋଟେ ଦିନ ନିଜ ଇଚ୍ଛାରେ କାହା ପାଖରେ ବି ରହିବେ । ତେବେ ଆଇନ ଅନୁସାରେ ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ନ ଦେଇ ଦ୍ଵିତୀୟ ବିବାହ କରିବା ବେଆଇନ । ବିଭିନ୍ନ ପ୍ରକାରର ମାମଲା ଆସିପାରେ ଏପରି କାମ କରିଲେ । ଏପରିକି ମାମଲା ରୁଜୁ ହେଲେ ଚାକିରି ବି ଯାଇପାରେ । ଏଭଳି କିଛି ଘଟଣା ଘଟିଛି ମଧ୍ୟ ପ୍ରଦେଶର ଗ୍ଵାଲିୟର ରେ ।

ସେଠିକାର ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଗୋଟେ ବିବାହ କରିଛନ୍ତି । ସୂଚନା ଅନୁଯାୟୀ ଗ୍ୱାଲିୟର ବାସିନ୍ଦା ଜଣେ 28 ବର୍ଷୀୟ ଯୁବତୀ ଙ୍କ ବିବାହ ସେହି ସହରର ଜଣେ ସଫ୍ଟ ଇଞ୍ଜିନିୟର ଙ୍କ ସହ ହୋଇଥିଲା । ଯୁବକ ଜଣକ ହରିୟାନାର ଗୁରୁଗ୍ରାମ ସ୍ଥିତ ଏକ ମଲ୍ଟି ନ୍ୟସନାଲ କମ୍ପାନୀ ରେ କାମ କରୁଛନ୍ତି । ବିବାହ ପରେ ସ୍ଵାମୀ ସ୍ତ୍ରୀ ପ୍ରାୟ 2 ବର୍ଷ ଏକାଠି ଗୁରୁଗ୍ରାମ ରେ ରହିଥିଲେ ।

ଏହା ମଧ୍ୟରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ବି ରହିଛି ।  2020 ମସିହା ମାର୍ଚ୍ଚ ରେ କୋରୋନା କାରଣରୁ ଦେଶରେ ଲକ ଡାଉନ ହୋଇଗଲା । ୱାର୍କ ଫର୍ମ ହୋମ ଆରମ୍ଭ ହେବାରୁ ଯୁବକ ଗ୍ଵାଲିୟର ଆସିଥିଲେ । ସେଠାରେ ପ୍ରଥମ ସ୍ତ୍ରୀ ଙ୍କୁ ବାପା ଘରେ ଛାଡି ପୁଣି ଗୁରୁଗ୍ରାମ ଚାଲିଗଲେ । ହେଲେ କିଛି ଦିନ ପରେ ଯେବେ ସ୍ଵାମୀ ଘରକୁ ଫେରିଲେ ନାହି ସ୍ତ୍ରୀ ଆସି ଗୁରୁଗ୍ରାମରେ ପହଞ୍ଚି ଥିଲେ ।

ଆଉ ସେଠାରେ ପହଞ୍ଚିବା ପରେ ସ୍ତ୍ରୀ ଜାଣିବାକୁ ପାଇଲେ ନିଜ କମ୍ପାନୀରେ କାମ କରୁଥିବା ମହିଳା କର୍ମଚାରୀ ଙ୍କ ସହ ସମ୍ପର୍କ ରେ ରହିଛନ୍ତି ସ୍ଵାମୀ । ଉଭୟ ଲିଭ-ଇନ ରିଲେସନ ରେ ରହି କାହାକୁ ନ ଜଣାଇ ବିବାହ ବି କରିଛନ୍ତି । ତେବେ ବିବାହ ପରେ ଉଭୟଙ୍କର ଏକ ଝିଅ ବି ଜନ୍ମ ହୋଇଛି । ଏହା ଜାଣିବା ପରେ ପ୍ରଥମ ସ୍ତ୍ରୀ ଙ୍କ ସହ ସ୍ବାମୀଙ୍କ ସହ ବିବାଦ ଆରମ୍ଭ ହୋଇଥିଲା । ମହିଳା ଜଣକ କୋର୍ଟର ଦ୍ଵାରସ୍ଥ ହୋଇଗଲେ ।

ସେ ଭରଣପୋଷଣ ପାଇଁ କେସ କରିବାକୁ ଚାହୁଁ ଥିଲେ । ପରିବାର କୋର୍ଟ ର କାଉନସିଲର ଇଞ୍ଜିନିୟର ଙ୍କ ପ୍ରଥମ ସ୍ତ୍ରୀ ଙ୍କୁ ବୁଝାଇ ଥିଲେ ଯେ କୋର୍ଟ ରେ ମାମଲା ଦୀର୍ଘ ଦିନ ଧରି ଚାଲିବ । ଭରଣପୋଷଣ ବାବଦକୁ ଅଳ୍ପ କିଛି ଟଙ୍କା ହିଁ ଇଲିବ । ସେଥିରେ ଖର୍ଚ୍ଚ ଉଠାଇ ପାରିବେ ନାହି । ସେ କୋର୍ଟ କଚେରୀ ମାମଲାରେ ସବୁ ଅର୍ଥ ଖର୍ଚ୍ଚ ହୋଇପାରେ ।

ତେବେ କୋର୍ଟରେ ମାମଲା ରୁଜୁ କରିବା ଆଗରୁ ହରିଶ ମହିଳାଙ୍କ ସ୍ଵାମୀ ଙ୍କ ସହ କଥା ହୋଇଥିଲେ । ଦ୍ଵିତୀୟ ସ୍ତ୍ରୀଙ୍କ ସହ ତାଙ୍କୁ ଗ୍ଵାଲିୟର ଆସିବାକୁ କୁହାଯାଇଥିଲା । କିନ୍ତୁ ହରିଶ ତାଙ୍କୁ କୋର୍ଟ ମାମଲା ବିଷୟରେ ବୁଝାଇଥିଲେ । ଏହା ଶୁଣିବା ପରେ ଇଞ୍ଜିନିୟର ରାଜି ହୋଇ ଦୁଇ ସ୍ତ୍ରୀଙ୍କୁ ଗୁରୁଗ୍ରାମରେ ଅଲଗା ଅଲଗା ଫ୍ଲାଟରେ ରଖିବାର ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *