ବନାରସ ର ଦେବପୁର ଗାଁ ର ମୀରା ନାମକ ଝିଅ ଟି ହଟାତ ନଦୀ ରେ ଦୌଡିବାକୁ ଲାଗିଲା, ତା ପରେ ଯାହା ହେଲା

ବନ୍ଧୁଗଣ, କଥାରେ ରହିଛି ବିଶ୍ଵାସ ମୂଳରେ ଭଗବାନ । ଭଗବାନ ପ୍ରାଣୀ ଜଗତର ମଙ୍ଗଳ କରିଥାନ୍ତି । ଯେଉଁମାନେ ନିର୍ମଳ ମନରେ ଭଗବାନ ଙ୍କ ଆରାଧନା କରିଥାନ୍ତି, ଭଗବାନ ସେମାନଙ୍କ ନିମନ୍ତେ ସଦାସର୍ବଦା ନିଜର ଉଦାର ଭାବ ରଖିଥାନ୍ତି । ସେମାନଙ୍କୁ ପ୍ରତ୍ୟକ କଠିନରୁ କଠିନ ସମସ୍ଯା ରୁ ବାହାର କରି ଆଣିଥାନ୍ତି । ବନ୍ଧୁଗଣ ଭଗବାନ ନିଜର ଅନେକ ଚମତ୍କାର ଶକ୍ତି ରେ ନିଜ ଭକ୍ତ ମାନଙ୍କର ରକ୍ଷା କରିଥାନ୍ତି । ଆମକୁ ଈଶ୍ବରଙ୍କ ଆକାର-ପ୍ରକାର ସମ୍ବନ୍ଧରେ କିଛି ଜଣାନାହିଁ ।

ପରନ୍ତୁ ତାଙ୍କ ଶକ୍ତି ର ଅନୁଭବ ଆମ୍ଭ ମାନଙ୍କୁ ଚାରିଆଡେ ପରିଲକ୍ଷିତ ହୋଇଥାଏ । ଏହି କାରଣରୁ ସମସ୍ତ ରାଜା ମହାରାଜା ଙ୍କ ମୁଣ୍ଡ ଏକ ସାମାନ୍ଯ ମୂର୍ତ୍ତି ପାଖରେ ଆସି ନଇଁ ଯାଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଭଗବାନ ଙ୍କର ଏକ ଏଭଳି ଚମତ୍କାର ସମ୍ବନ୍ଧରେ ଅବଗତ କାରାଇବାକୁ ଯାଉଛୁ, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଏବେ ସେହି ବିଶେଷ ଘଟଣାବଳୀ ସମ୍ବନ୍ଧରେ ଜାଣିବା । ବନ୍ଧୁଗଣ, ବନାରସ ର ଦେବପୁର ଗାଁ ବାହାରେ ବାବାମଣି ଦିବ୍ୟ ଙ୍କର କୁଟୀର ଥିଲା ।

ବାବା ନିଜର ସରଳ ସ୍ଵୋଭାବ କାରଣରୁ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ସେହି ଗାଁ ପାଖ ଗାଁ ରେ ମୀରା ନାମକ ଝିଅଟି ରହୁଥିଲା ।  ପ୍ରତିଦିନ କ୍ଷୀର ବିକିବାକୁ ସେ ବାବା ଙ୍କ ଗାଁ କୁ ଆସୁଥିଲେ । ସେ ବାବା ମଣିଦିବ୍ୟଙ୍କୁ କ୍ଷୀର ବିକ୍ରି କରିସାରିବା ପରେ ଗାଁ ର ଅନ୍ୟ ସଦସ୍ୟ ପାଖକୁ ଯାଇ ତାଙ୍କୁ କ୍ଷୀର ବିକ୍ରି କରୁଥିଲା । ଦିନେ ମୀରା କୁ ବାବା ମଣିଦିବ୍ୟ ଙ୍କ ପାଖରେ ପହଞ୍ଚିବାକୁ ବିଳମ୍ବ ହୋଇଗଲା । ବାବା ଡେରି ହେବାର କାରଣ ତାକୁ ପଚାରିଲେ, ମୀରା କହିଲା,- ଯେ’ ଆଜି ନଦୀ ପାର ହେବା ପାଇଁ ଡଙ୍ଗା ବହୁତ ଡେରିରେ ମିଳିଲା ।

ମୀରା କହିଲା ଯେ, ପ୍ରକୃତରେ ବାବା ଆଜି ଡଙ୍ଗାରେ ଯାତ୍ରୀ ବହୁତ ଥିଲେ, ଏଥିପାଇଁ ଆସୁ ଆସୁ ବିଳମ୍ବ ହୋଇଗଲା ।  ଏହାପରେ ବାବା ମଣିଦିବ୍ୟ କୁହନ୍ତି ଯେ, ଭଗବାନ ଙ୍କ ନାମ ନେଇ ମନୁଷ୍ୟ କେତେ ବଡ ବଡ କାର୍ଯ୍ୟ କରିଚାଲିଛି ଆଉ ତୁ ନଦୀ ପାର କରି ଆସି ପାରିଲୁ ନାହିଁ । ଏହା କହି ବାବା କୁଟୀର ଭିତରକୁ ଚାଲିଗଲେ । ଏହାପରେ ତାହାର ପରଦିନ ମୀରା ବହୁତ ଶୀଘ୍ର ଯାଇ ବାବାଙ୍କ ନିକଟରେ ପହଞ୍ଚିଗଲା । ବାବା କହିଲେ ଆଜି ଏତେ ଶୀଘ୍ର କେମିତି ଆସିଲୁ ।

ଝିଅଟି କହିଲା ଆପଣ ମତେ ଭଗବାନ ଙ୍କ ନାମ ନେଇ ଅନେକ କାର୍ଯ୍ୟ ମନୁଷ୍ୟ କରୁଛନ୍ତି ବୋଲି ଉଦାହାର ଦେଲେ । ଆଜି ମୁଁ ଭଗବାନ ଙ୍କ ନାମ ନେଇ ନଦୀ ପାରି ହୋଇଛି । ମୋତେ କୌଣସି ଡଙ୍ଗାର ମଧ୍ୟ ଆବଶ୍ୟକ ହେଲା ନାହିଁ । ବାବଙ୍କୁ ଏହି କଥାଟି ବିଶ୍ଵାସ ହେଲା ନାହିଁ । ସେ କହିଲେ ସତରେ ବିଶାଳ ନଦୀ କୁ ତୁ ପାରି କରି ଆସିଛୁ ? ମୀରା ଉତ୍ତରରେ କହିଲା ଆଜ୍ଞା ହଁ । ଏହାପରେ ମୀରା କହିଲା ବର୍ତ୍ତମାନ ମୁଁ ଘରକୁ ଯାଉଛି ଆପଣଙ୍କୁ ଯଦି ବିଶ୍ଵାସ ହେଉନାହିଁ । ତେବେ ଆପଣ ମୋ ସହିତ ଚଲାନ୍ତୁ ମୁଁ ବର୍ତ୍ତମାନ ଯେମିତି ଆସିଥିଲି ସେହିଭଳି ଜିବି ।

ବାବା ମୀରା ସହିତ ଗଲେ ଏବଂ ଦେଖିରେ ଯେ, ମୀରା ଦୁଇ ହାତ ଯୋଡି ପ୍ରାର୍ଥନା କରି ଭଗବାନଙ୍କୁ ଡାକିଲା ଏବଂ ଦେଖୁ ଦେଖୁ ନଦୀରେ ଦୌଡି ଦୌଡି ସଂପୂର୍ଣ୍ଣ ନଦୀ ପାର ହେଲା । ଏହା ଦେଖି ବାବା ମଣିଦିବ୍ୟ ଙ୍କ ଆଖିରୁ ଝର ଝର ହୋଇ ଅଶୃ ବୋହିବାକୁ ଲାଗିଲା । ବାବା ମଣିଦେବ ତାକୁ ହାତ ଯୋଡି କହିଲେ ଯେ ତୁ ଆଜିଠାରୁ ମୋ ଗୁରୁ ଅଟୁ । ବନ୍ଧୁଗଣ ଏହାଥିଲା ମୀରା ନାମକ ଝିଅ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ଯିଏ କି ଦୌଡି ଦୌଡି ବିଶାଳ ନଦୀକୁ ପାର କରିଥିଲା ।

Leave a Reply

Your email address will not be published. Required fields are marked *