ବାଜାରରେ ଆସି ଗଲା ନୀଳ କଦଳୀ, ଲାମ୍ବା ୭ଇଞ୍ଚ, ଟେଷ୍ଟ ଏମିତି କି ଥରେ ଖାଇଲେ ଜୀବନ ସାରା ଭୁଲି ପାରିବେନି

ଆମକୁ ଆସନ୍ତା ସମୟରେ ନୂଆ ନୂଆ ଆବିଷ୍କାର ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ, ଯେମିତିକି ସ୍ମାର୍ଟ ଫୋନ, ଟିଭି, ବାଇକ, କାର, କମ୍ପ୍ୟୁଟର ସହିତ ବହୁତ କିଛି ଯାହା ଆମ ଜୀବନକୁ ସରଲ କରିବା ପାଇଁ ଆବିଷ୍କାର କରା ଯାଇଛି । ତେବେ ଏହି ନୂଆ ନୂଆ ଆବିଷ୍କାର ଫଳ ଆଉ ପରିବାରେ ମଧ୍ୟ ଦେଖିବାକୁ ମିଳିଥାଏ, ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ମାର୍କେଟରେ ନୂଆ ନୂଆ ଆବିଷ୍କାର ଆସିଛି ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ ତେବେ ଆସନ୍ତୁ ଜାଣିବା ସେହି ଆବିଷ୍କାର ବିଷୟରେ ବିସ୍ତାର ସହ ।

ସାମାନ୍ୟତଃ ଆମେ କଦଳୀ ଭାବିଲେ ସବୁଜ ବା ହଳଦିଆ ରଙ୍ଗର ଭାବି ଥାଉ ଆଉ ଏହାର ମୁଖ୍ୟ କାରଣ ଏହା ଅଟେ ଯେ ଆମେ ଏହି ରଙ୍ଗ ର କଦଳୀ ସବୁବେଳେ ଦେଖିବାକୁ ପାଇଥାଉ । କିନ୍ତୁ କଣ ଆପଣ କେବେ ହଳଦିଆ ବା ସବୁଜ ରଙ୍ଗର କଦଳୀ ଦେଖିବାକୁ ପାଇଛନ୍ତି କି ଯଦି ପାଇ ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ନେଳି ରଙ୍ଗ କଦଳି ବିଷୟରେ କହିବାକୁ ଯାଉଛୁ ଯାହା ସାମାନ୍ଯ ଠାରୁ ଅଧିକ ବଡ ଆଉ ଅଧିକ ସ୍ଵାଦିଷ୍ଟ ହୋଇଥାଏ ।

ସୋଶିଅଲ ମିଡିଆରେ ବର୍ତମାନ ଏମିତି କଦଳୀ ଦେଖିବାକୁ ମିଳୁଛି ଯାହା ଆମ ଦେଶରେ କେବେ ଆପଣ ଦେଖିବାକୁ ପାଇ ନଥିବେ ତେବେ ଏହା ଦେଖିବାରେ ଆକାର ହଳଦିଆ କଦଳୀ ଭଳି ଅଛି, ତେବେ କଣ ଆପଣ ଜାଣିଛନ୍ତି ଏହି ନୀଳ କଦଳୀ ର ମଧ୍ୟ ଚାଷ ହୋଇଥାଏ ଆଉ ଏହାକୁ ମଧ୍ୟ ଚାଷ କରି ମାର୍କେଟରେ ବିକା ଯାଇଥାଏ । ତେବେ ଏହାକୁ ଚାଷ କରିବା ପାଇଁ କମ ତାପମାତ୍ରା ଆବଶ୍ୟକ ହୋଇଥାଏ ଯାହା ଦ୍ଵାରା ଏହାକୁ ଚାଷ କରିବା ସହଜ ହୋଇଥାଏ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ନୀଳ କଦଳୀ ସୁଆଦ ଖାଇବା ପାଇଁ ଭାନିଲା ଆଇସକ୍ରିମ ଭଳି ଲାଗିଥାଏ ।

ତେବେ ଏହାକୁ ସାମାନ୍ୟଟହ ଖାଇବା ଛଡା କେତେ ପ୍ରକାର ଡେଜର୍ଟ ତିଆରି କରିବା ପାଇଁ କରା ଯାଇଥାଏ ଯାହା ଦ୍ଵାରା ସୁଆଦ ସହ ରଙ୍ଗ ମଧ୍ୟ ଆସିଥାଏ । ତେବେ ସୋଶିଅଲ ମିଡିଆରେ ଏହି ନୀଳ କଦଳୀକୁ ଲୋକେ ବ୍ଲୁ ଯାବା କରି ନାମ ଦେଇଛନ୍ତି । ତେବେ ଏହି ନୀଳ କଦଳୀ ଗଛ ୬ ଫୁଟର ହୋଇଥାଏ ଆଉ ଗୋଟେ ଗୋଟେ କଦଳୀ ୭ ଇଞ୍ଚର ହୋଇଥାଏ । ଏହାକୁ ଚାଷ କରିବାର ଦୁଇ ବର୍ଷ ପରେ ଫଳ ଲାଗିଥାଏ ସେଥିପାଇଁ ଏହାର ଦାମ ଅନ୍ୟ କଦଳୀ ଅପେକ୍ଷା ବହୁତ ଅଧିକ ହୋଇଥାଏ ।

Leave a Reply

Your email address will not be published. Required fields are marked *