ବାପା ଦରଜୀ, ମା କରନ୍ତି ସିଲେଇ କାମ ଦୁଇ ପୁଅ IAS ହୋଇ ଦୁନିଆ ପାଇଁ ସାଜିଲେ ଉଦାହରଣ

ଏହି କାହାଣୀ ରାଜସ୍ଥାନର ଝୁନଝୁନୁ ରେ ରହୁଥିବା ଦୁଇ ଭାଇ ଓ ତାଙ୍କ ମା ବାପାଙ୍କର । ସାଧାରଣ ଜୀବନଯାପନ କରୁଥିବା ପରିବାର ଜାଣି ନଥିଲାକି କଠୋର ପରିଶ୍ରମ ଓ ସଂକଳ୍ପ  ପରିବର୍ତ୍ତେ ଦିନେ ତାଙ୍କ ଜୀବନ ଏମିତି ବଦଳିଯିବ । ସ୍ଵପ୍ନ ଦେଖିବା ଓ ତାକୁ ସତ ବହୁତ ବଡ଼ କଥା ହୋଇଥାଏ । ଏମିତି କିଛି ପଙ୍କଜ କୁମାବତ ଓ ଅମିତ କୁମାବତଙ୍କ ସହ ଘଟିଥିଲା, ଯେବେ ସେମାନଙ୍କ ୟୁପିଏସସି ର ସିଭିଲ ସେବା ପରୀକ୍ଷାରେ ସିଲେକ୍ସନ ହୋଇଗଲା ।

ପଙ୍କଜ 443 ଓ ଅମିତ 600 ନମ୍ୱର ହାସଲ କରିଥିଲେ । ନିଜ ପୁଅମାନଙ୍କ ରେଜଲ୍ଟ ଶୁଣି ବାପା ସୁଭାଷ କୁମାବତ ଗର୍ବ ଅନୁଭବ କଲେ ।

ତାଙ୍କ ଆଖିରୁ ଖୁସିର ଲୁହ ଝରିପଡିଲା । ସୁଭାଷ ପେଶା ରେ ଜଣେ ଟେଲର, ତାଙ୍କ ସ୍ତ୍ରୀ ରାଜେଶ୍ୱରି ଦେବୀ ତାଙ୍କ ପାଖରେ ସିଲାଇ କାମ କରନ୍ତି । ପଙ୍କଜ ଓ ଅମିତ ଦୁହେଁ ଆଇଆଇଟି ଦିଲ୍ଲୀରେ ମେକାନିକାଲ ଇଂଜିନିୟରିଂ ରେ ବିଟେକ କରିଛନ୍ତି । ପଙ୍କଜ ମଧ୍ୟ ନୋୟେଡାର ଗୋଟେ ପ୍ରାଇଭେଟ କମ୍ପାନୀରେ ଚାକିରୀ କରୁଥିଲେ ।

ଦୁଇଭାଇଙ୍କ ସ୍ବପ୍ନ ସିଭିଲ ସେବା ପରୀକ୍ଷାରେ ପାସ କରିବା ଥିଲା, କିନ୍ତୁ ପରିବାରର ଆର୍ଥିକ ସମସ୍ୟା ବଡ଼ ପରିସ୍ଥିତି ହୋଇ ସାମ୍ନାରେ ଥିଲା । ତାପରେ ବି ମା ବାପା ହାର ନମାନି କଠୋର ପରିଶ୍ରମ କରିବାରେ ଲାଗିଲେ ଯେମିତି ପିଲାମାନଙ୍କ ପଢାରେ କିଛି ବି ଅସୁବିଧା ନହେଉ । ଶେଷକୁ ପୁରା ପରିବାରର ପରିଶ୍ରମ କାମରେ ଆସିଲା ।

ଗୋଟେ ଇଣ୍ଟରଭିଉ ରେ ଦୁଇଭାଇ କହିଥିଲେ କି ଆମ ଦୁହିଙ୍କ ପାଇଁ ପଢ଼ିବା ଯେତେ ସହଜ ହେଉଥିଲା ଆମ ବାପା ମାଙ୍କ ପାଇଁ ପରିଶ୍ରମ କରିବା ସେତେ କଷ୍ଟ ହେଇଥିଲା । ଆମ ବାପା ମା ସବୁବେଳେ କହୁଥିଲେ କି ପାଠ ପଢି ବଡ଼ ମଣିଷ ହୁଅ, ସବୁ ପରିସ୍ଥିତିକୁ ସାମ୍ନା କରିବ ଓ ଆମେ ସବୁବେଳେ ତମ ସହିତ ରହିବୁ । ଏଇ ସକାରାତ୍ମକ ମନୋଭାବ ଓ ସଂକଳ୍ପ ର ଫଳାଫଳ ହେଉଛି ଦୁଇ ଭାଇ ସବୁ ସମସ୍ୟାକୁ ସାମ୍ନା କରି ବାପା ମା ସ୍ବପ୍ନ ପୁରା କରିଛନ୍ତି ।

ଏହିଭଳି ମାତା ପିତା ଥିଲେ ସନ୍ତାନ ସବୁ କ୍ଷେତ୍ରରେ ବିଜୟ ହାସଲ କରିବେ । ସେଥିପାଇଁ ତ କୁହା ଯାଏ ବାପା ମା ହେଉଛନ୍ତି ଚଳନ୍ତି ଭଗବାନ । ବିନା ତାଙ୍କ ଆଶୀର୍ବାଦରେ ଏ ସଂସାରରେ କିଛି ବି କରିବା ବହୁତ କଷ୍ଟସାଧ୍ୟ ଅଟେ ।

Leave a Reply

Your email address will not be published. Required fields are marked *