ଯଦି ଆପଣଙ୍କ ପାଖରେ SBI ଆକାଉଣ୍ଟ ଅଛି ତ ତୁରନ୍ତ ଜାଣନ୍ତୁ ଏ କଥା, ଘରେ ବସି ମିଳିବ ସୁବିଧା

ନୂଆଦିଲ୍ଲୀ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କ ସୁବିଧା ପାଇଁ କେତେ ପ୍ରକାର ସେବା ପ୍ରଦାନ କରିଥାଏ । ସେ ସେବା ମଧ୍ୟରୁ ଗୋଟିଏ ହେଉଚି ଗ୍ରାହକ SBI କୁଇକ ଆପ ସାହାର୍ଯ୍ୟ ରେ ଟୋଲ୍ ଫ୍ରି ନମ୍ୱରରେ କଲ କରି ନିଜ ନିଜର ଆକାଉଣ୍ଟରେ ଥିବା ବାଲାନ୍ସ ବିଷୟରେ ସୂଚନା ପାଇପାରିବେ । SBI ବ୍ୟାଙ୍କିଙ୍ଗ ଆଣ୍ଡ ମୋବାଇଲ ସର୍ଭିସେସ ଦ୍ଵାରା ନିଜ ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟମେଣ୍ଟ ପରି ସୁବିଧାର ଲାଭ ମିସଡ କଲ ବା ମେସେଜ ପଠେଇ ପାଇପାରିବେ ।

ଏଥିପାଇଁ ସେମାନଙ୍କୁ ନିଜ ରେଜିଷ୍ଟରଡ ମୋବାଇଲ ନମ୍ବରର ବ୍ୟବହାର କରିବାକୁ ହେବ ।

ଆକାଉଣ୍ଟ ସମ୍ବନ୍ଧିତ ସୂଚନା ପାଇଁ ଟୋଲ ଫ୍ରି ନମ୍ୱର 9223766666 ରେ ମିସଡ କଲ କରିବାକୁ ହେବ । କିଛି ସେକେଣ୍ଡ ପରେ ମେସେଜ ଜରିଆରେ ପୁରା ସୂଚନା ଆସିଯିବ । ଯଦି SBI ଆକାଉଣ୍ଟ୍ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି, ଟାଇପ କରି 09223588888କୁ ମେସେଜ ପଠେଇବାକୁ ହେବ । BAL ଟାଇପ କରି 09223766666 କୁ ମେସେଜ ପଠେଇବାକୁ ହେବ । ମିନି ଷ୍ଟେଟମେଣ୍ଟ ପାଇଁ MSTMT ଟାଇପ୍ କରି 09223866666 କୁ ମେସେଜ ପଠେଇବାକୁ ହେବ  ମିସଡ କଲ ବି କରିପାରିବେ । ଏହା ଜରିଆରେ 5 ଟି ଟ୍ରାଞ୍ଜକସନ ବିଷୟରେ ସୂଚନା ପାଇପାରିବେ ।

ଚେକ ବୁକ ପାଇଁ କରିପାରିବେ ଆବେଦନ

ଏଥିପାଇଁ CHQREQ ଟାଇପ କରି 09223588888କୁ ମେସେଜ ପଠେଇବାକୁ ହେବ । ଏହାପରେ ଗୋଟେ ମେସେଜ ଆସିବ ସେଥିରେ ଗୋଟେ ଡିଜିଟ ନମ୍ୱର୍ ଆସିଥିବ । ଏହାର 2 ଘଣ୍ଟାରେ CHQAVCY6 ସହିତ ଡିଜିଟ ନମ୍ୱରକୁ ଟାପ୍ କରି 09223588888କୁ ମେସେଜ ପଠେଇବାକୁ ହେବ ।

ମିଳିବ 6 ମାସରେ ବ୍ୟାଙ୍କ ଷ୍ଟେଟମେଣ୍ଟ

ଏହାର ଆବେଦନ ପରେ 6 ମାସରେ ବ୍ୟାଙ୍କ ଷ୍ଟେଟମେଣ୍ଟ ଗ୍ରାହକଙ୍କ ରେଜିଷ୍ଟରଡ ଇମେଲ ID କୁ ପିଡିଏଫ ଫାଇଲ ଦ୍ଵାରା ପଠେଇ ଦିଆଯିବ । ଏଥିପାଇଁ ଆପଣଙ୍କୁ ESTMT <> account no <> code ଟାଇପ୍ କରି 09223588888କୁ ମେସେଜ ପଠେଇବାକୁ ହେବ । ଏସବୁ ସେବା ପାଇଁ ରେଜିଷ୍ଟସନ କରିବା ପକ୍ରିୟା ସବୁ ସେବା ପାଇବା ପାଇଁ ପ୍ରଥମେ ରେଜିଷ୍ଟର କରିବାକୁ ହେବ । ଏଥିପାଇଁ ମେସେଜ ବାକ୍ସ ରେ REG account no ଟାଇପ କରି 09223488888କୁ ଉପରେ କ୍ଲିକ କରିବାକୁ ହେବ ।

ଆଶା କରୁଛୁ ଏହି ସୂଚନା ଆପଣଙ୍କ ପାଇଁ ଉପଯୋଗି ହେବ । ଆଗକୁ ଆମ ସହ ରହିବା ପାଇ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *