ବାପା-ମା’କଲେ ଅପରାଧ କିନ୍ତୁ ଦଣ୍ଡ ପାଇଲା 3 ବର୍ଷର ନିରୀହ ପୁଅ, ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

ବନ୍ଧୁଗଣ ବାପା ମା ଦୋଷ କଲେ କିନ୍ତୁ ଜେଲ ଗାଲ ପୁଅ ଏହି ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କାରଣ ଆଇନ କହୁଛି ଯିଏ ଦୋଷୀ ସି ଦଣ୍ଡ ପାଇବ । ଯଦି ବାପା ମା ଦୋଷ କରିଛନ୍ତି ତେବେ ପିଲା କାହିଁକି ଦଣ୍ଡ ପାଇବ । ଏ ନିରୀହ ପିଲାର କୌଣସି ଭୁଲ ନ ଥାଇ ବି ବାପା ମା ସହ ଯାଇଛି ଜେଲ । ଏଭଳି ଘଟଣାଟି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଭଅରା ଗାଁ ରେ । ଏହି ଗାଁରେ ଘଟିଛି ହୃଦୟ ବିଦାରକ ଘଟଣା । ଗାଁର ମଙ୍ଗଳ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ନିଜ ବାପାଙ୍କୁ ହତ୍ୟା କରି ଜେଲ ଯାଇଛନ୍ତି ଆଉ ତାଙ୍କ ସହ ଯାଇଛି ୩ ବର୍ଷର ପୁଅ ।

 

ଘଟଣାଟି ଘଟିଛି ଗତ ୨୫ ତାରିଖ ବିଳମ୍ବିତ ରାତିରେ । ରାତିରେ ପୁଅ ବୋହୂ ସୋଇଥିବା ବେଳେ ଲୋଚନ ମାଛ ଧରିବାକୁ ପୁଅକୁ ଡ଼ାକିଥିଲେ ହେଲେ ପୁଅ ରାଜି ନ ହେବାରୁ ଧାରୁଆ ଅସ୍ତ୍ରରେ ପୁଅକୁ ଆକ୍ରମଣ କରିଥିଲେ ଲୋଚନ । ଏହାକୁ ଅଟାକାଇବାକୁ ଯାଇ ପୁଅ ବୋହୂ ବାପା ଲୋଚନ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଲୋଚନଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁଅ ବୋହୂ ଆହତ ହୋଇଥିଲେ । ଲୋଚନଙ୍କ ମୃତ୍ୟୁ ହୋଇଥିବା ପୁଅ ବୋହୂ ନ ଜାଣି ମେଡିକାଲରେ ଭର୍ତ୍ତି କରିଥିଲେ ।

ମେଡିକାଲରେ ଲୋଚନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏମିତିକି ପୁଅ ବୋହୁର ଆକ୍ରମଣରେ ଆହତ ହୋଇଥିବାରୁ ସେମାନେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଉ ଖବର ପ୍ରସାର ହେବା ପରେ ପୋଲିସ ମାମଲା ରୁଜୁ କରିବା ସହ ଦୁହିଙ୍କୁ ଆରେଷ୍ଟ କରିଥିଲା । ଡୁହନେ ସତ କହିଥିଲେ ପୋଲିସ ଆଗରେ । ବାପା ମା ଜେଲ ଯିବା ପରେ ଏବେ ଅନାଥ ପରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ୪ଟି ପିଲା । କାରଣ ବାପା ମା ଜେଲ ଯିବା ପରେ ଏମାନଙ୍କ କଥା ବୁଝିବାକୁ ଆଉ କେହି ନାହାନ୍ତି ।

କିନ୍ତୁ କ୍ରାଇମ ଇନଭେଷ୍ଟିକେସନ କରିବା ବେଳେ ନିଜ ପିଲାଙ୍କୁ କାନ୍ଦି ପକାଇଥିଲେ ମା ଆଉ କହିଥିଲେ ମୁଁ ମୋ ସାଙ୍ଗରେ ପିଲାଙ୍କୁ ନେଇକି ଜୀବି ମୁଁ ତାଙ୍କୁ ଛାଡି ବଞ୍ଚିପାରିବି ନାହି । ଆଇନ ଅନୁଯାୟୀ ମା କ୍ଷୀର ଖାଉଥିବା ଛୁଆ କେବେଳ ମ ସହ ଯାଇ ପାରିବ । ଏହି କୁନି ପୁଅକୁ ଛାଡି ଅନ୍ୟ ସମସ୍ତେ ଗାଁ ରେ ରହିବେ ବୋଲି ଜଣା ପଡିଛି । ସେପଟେ ୪ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ବାପା ମା ।

ବାପା ମା ଅଜାଣତରେ ଦୋଷ କରିଲେ କିନ୍ତୁ ୩ ବର୍ଷର ପୁଅ ବିନା ଦୋଷ ରେ ଜେଲ କୁ ଯାଇଛି । ତେବେ ୩ ବର୍ଷ ପିଲା ଟି ବିନା ଦୋଷ ରେ ସାରା ଜୀବନ ଦଣ୍ଡ ଭୋଗିବ କହିଲେ କିଛି ଭୁଲ ହେବ ନାହି । ଆଜି ବାପା ମାଙ୍କର ଭୁଲ ପାଇଁ ନିରୀହ ପିଲାଟି ଦଣ୍ଡ ପାଇଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *