ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ସବୁବେଳେ ସାହାଯ୍ୟ ପାଇଁ ପ୍ରସ୍ତୁତ ରୁହନ୍ତି, ଯାହା ବାରାକ୍ ଓବାମା କରିପାରିଛନ୍ତି ତାହା ଆଉ ଅନ୍ୟ ନେତା କରି ଦେଖାଇ ପାରିବେନି । ସୋସିଆଲ୍ ମିଡିଆରେ ଭାଇରାଲ୍ ଏହି ଫଟୋ ଓ ଭିଡିଓ କିଛି ଏମିତି କହୁଛି । ଆପଣ ଦେଖିପାରୁଥିବେ ଖ୍ରୀଷ୍ଟମାସର ଉତ୍ସବ ସମୟରେ ବାରାକ୍ ଓବାମା ୱାଶିଟନ୍ ର ଏକ ମେଡିକାଲ୍ ରେ ଅଚାନକ ସାନ୍ତା କ୍ଲଜ୍ ହୋଇ କାନ୍ଧରେ ଛୁଆଙ୍କ ପାଇଁ ଖେଳନା ଓ ନାନାଦି ଗିଫ୍ଟ ନେଇ ପହଞ୍ଚିଥିଲେ । ଗତ ବର୍ଷ ମଧ୍ୟ ସାନ୍ତା କ୍ଲଜ୍ ଡ୍ରେସ୍ ପିନ୍ଧିକରି ସେ ସ୍କୁଲ୍ ଛୁଆଙ୍କୁ ଦେଖା କରିବାକୁ ଯାଇଥିଲେ ।
ଯାହାକୁ ଚିଲଡ୍ରେନ୍ ନେଶନାଲ୍ ମେଡିକାଲ୍ ରେ ରୋଗୀ ଛୁଆଙ୍କୁ ଦେଇଥିଲେ । ଏହି ଫଟୋରେ ଓବାମା ଛୁଆଙ୍କ ସହ ମସ୍ତି କରୁଛନ୍ତି । ଫଟୋ ନେଉଛନ୍ତି । ଓବାମା ସାନ୍ତା କ୍ଲଜ୍ ହୋଇ ଛୁଆମାନଙ୍କୁ ଭେଟି ଆସିଥିଲେ ଓ ସେହି ପରି ଦରକାରୀ ଛୁଆଙ୍କୁ ସାହାଯ୍ୟ ବି କରିଥିଲେ ।
ଓବାମା କହିଲେ କି ମେଡିକାଲ୍ ରେ ମହଜୁତ ଥିବା ସମସ୍ତ ଛୁଆ ଓ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ବହୁତ ଖୁସି ଲାଗିଲା । ଦୁଇଟି ଛୁଆଙ୍କ ବାପା ହୋଇଥିବା ସତ୍ତ୍ୱେ ମୋର ଦାୟିତ୍ୱ ଅଛି କି ଛୁଆଙ୍କ ଭଲରେ ଯତ୍ନ ନେଇପାରିବି । ଓ ସେମାନେ ସବୁବେଳେ ମୋ ପାଖରେ ରହିଥିବେ ରାଷ୍ଟ୍ରପତି ପଦରୁ ହଟିବା ପରେ ଓବାମା ଏବେ ୱାଶିଟନରେ ରହୁଛନ୍ତି ।
ବାରାକ୍ ଓବାମାଙ୍କୁ ଦେଖି ମେଡିକାଲ୍ କର୍ତ୍ତୁପକ୍ଷ ସମସ୍ତେ ତାଙ୍କୁ ତାଲି ବଜାଇ ଅଭିନନ୍ଦନ କରିଥିଲେ । ଓବାମା ତାଙ୍କୁ ଧନ୍ୟବାଦ ଜଣାଇଲେ । ସେ ଛୁଆମାନଙ୍କୁ ଗିଫ୍ଟ ଦେଇ ତାଙ୍କ ସହ କିଛି ଅନ୍ତରଙ୍ଗ ମୂହୁର୍ତ୍ତ ବିତାଇଲେ । ଦୁଇଟି ଛୁଆଙ୍କ ବାପା ହୋଇଥିବା ସତ୍ତ୍ୱେ ମୋର ଦାୟିତ୍ୱ ଅଛି କି ଛୁଆଙ୍କ ଭଲରେ ଯତ୍ନ ନେଇପାରିବି । ଓ ସେମାନେ ସବୁବେଳେ ମୋ ପାଖରେ ରହିଥିବେ ।