ଲୋକମାନେ ମୁହଁର ରଙ୍ଗକୁ ନେଇ ଚିନ୍ତିତ ଥାଆନ୍ତି। ନିଜ ତ୍ଵଚାକୁ ସୁନ୍ଦର ରଖିବାପାଇଁ ସମସ୍ତେ ଚାହାଁନ୍ତି। ବଜାରରେ ମିଳୁଥିବା ବିଭିନ୍ନ ଦାମିକିଆ କ୍ରିମ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ତ୍ଵଚା ଅଧିକ ଖରାପ ହୋଇଥାଏ । ଯଦି ଏହିସବୁ ଜିନିଷ ଛାଡି ଆପଣ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବେ, ତେବେ ଆପଣ ଶୀଘ୍ର ଗୋରା ଦେଖାଯିବେ। ଆଜି ଜାଣିବା ସେ ସବୁ ଖାଦ୍ୟ ସମ୍ପର୍କରେ ଓ କାହିଁକି ଏହି ଖାଦ୍ୟ ଖାଇବା ଉଚିତ?
ଟମାଟୋ ଓ ପିସ୍ତା ବାଦାମ
ନିୟମତା ସକାଳୁ ଟମାଟୋ ଖାଇବା ଦ୍ୱାରା ତ୍ବଚାକୁ ସୂର୍ଯ୍ୟ କିରଣରୁ ରକ୍ଷାକରିଥାଏ। ଏହା ସହିତ ତ୍ବଚାରେ ଚମକ ଆଣିଥାଏ। ପିସ୍ତା ବାଦାମରେ ମାତ୍ରାଧିକ ଫ୍ୟାଟି ଏସିଟ୍ ଏବଂ ଭିଟାମିନ୍ ଥିବା କାରଣରୁ ମଧ୍ୟ ଏ ତ୍ବଚାକୁ ସୂର୍ଯ୍ୟ କିରଣରେ ଥିବା କ୍ଷତିକାରକ ଅଲ୍ଟ୍ରା ଭାଓଲେଟ୍ ରଶ୍ମୀରୁ ରକ୍ଷାକରିଥାଏ ।
ଅଣ୍ଡା ଓ ମାଛ
ଅଣ୍ଡାରେ ପ୍ରଚୁର ଅଧିକ ମାତ୍ରାରେ ବାୟୋଟିନ୍ ରହିଛି। ଅଣ୍ଡାରେ ଥିବା ଭିଟାମିନ୍ ବୟସ ବୃଦ୍ଧି କାରଣରୁ ତ୍ବଚାରେ ପଡ଼ୁଥିବା ପ୍ରଭାବକୁ କମ୍ କରିଥାଏ ।ସାଧାରଣତଃ ମାଛରେ ଆଣ୍ଟିଇନ୍ଫ୍ଲେମେଟୋରୀ ଓମେଗା ୩ ଫ୍ୟାଟି ଏସିଡ୍ ରହିଛି। ଏହାବ୍ୟତୀତ ଅଧିକ ପରିମାଣରେ ସି’ଫୁଡ୍ ଓଏଷ୍ଟର୍ସ ଏବଂ କଙ୍କଡ଼ାରେ ଖାଇବା ତ୍ବଚା ପାଇଁ ଭଲ।
ପାଣି
ଦିନକୁ ୪ ରୁ ୫ ଲିଟର ପାଣି ପିଇବା ଉଚିତ, କାରଣ ଏହା ଦ୍ୱାରା ଆପଣଙ୍କ ତ୍ବଚାରେ ଆସୁଥିବା ରିଙ୍କଲ୍ସ ଏବଂ ବ୍ରଣ ସମସ୍ୟା ଦୂର ହୋଇଯିବ।
କ୍ଷୀର ଓ କ୍ଷୀରରେ ତିଆରି ସାମଗ୍ରୀ
କ୍ଷୀର ଓ କ୍ଷୀରରେ ତିଆରି ସାମଗ୍ରୀରେ ଭିଟାମିନ “ଏ” ଥିବା କାରଣରୁ, ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ପରିମାଣକୁ ବଢ଼ାଇଥାଏ ।
ଗାଜର
ଗାଜରରେ ଭିଟାମିନ୍ “ଏ” ଥାଏ ଯାହା ତ୍ବଚାର ଟିସ୍ୟୁକୁ ମରାମତି କରିବା କାର୍ଯ୍ୟ କରିଥାଏ । ଏହା ସହିତ ତ୍ବଚାକୁ ଶୁଷ୍କ ହେବାକୁ ଦେଇ ନଥାଏ।
ଷ୍ଟ୍ରବେରୀ
ଷ୍ଟ୍ରବେରୀରେ ଭିଟାମିନ୍ ସି ପ୍ରଚୁର ପରିମାଣର ରହିଛି ଯାହା ଆମ ତ୍ବଚାକୁ ସୂର୍ଯ୍ୟ କିରଣରେ ନଷ୍ଟ ହେବାରୁ ବଂଚାଇଥାଏ । ଷ୍ଟ୍ରବେରୀରେ ଥିବା ଭିଟାମିନ୍ ଇ ମଧ୍ୟ ତ୍ବଚାର କୋଷିକାକୁ ନଷ୍ଟ କରିବାକୁ ଦେଇ ନଥାଏ ।