ବାରମ୍ବାର ବୈବାହିକ ଜୀବନରେ ଝଡ ଆସୁଥିଲେ, କ’ଣ ସବୁ କରିବେ ପ୍ରତିକାର ?

ବନ୍ଧୁଗଣ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଇଥାଏ । ବିବାହ ପରେ ଦୁଇ ମନ ଓ  ଦୁଇ ଶରୀର ଏକ ହୋଇଯାଇଥାଏ । ଯାହାଫଳରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ପରସ୍ପରର ହୋଇଯାଇଥାନ୍ତି । ହେଲେ ଆଜିକାଲି ବହୁତ ସ୍ଥାନରେ ଦେଖିବାକୁ ମିଳୁଛି । ଯେ ବିବାହର କିଛି ଦିନ ପରେ ସ୍ଵାମୀ ଓ ସ୍ତ୍ରୀ ଅଲଗା ହୋଇଯାଉଛନ୍ତି । ବିବାହର ମାତ୍ର କିଛି ଦିନ ପରେ ବିବାହିତ ଦମ୍ପତ୍ତି ଡିଭୋର୍ସ ନେବା ପାଇଁ ବାହାରୁଛନ୍ତି ।

ତେବେ ପ୍ରତିଦିନ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିଲେ । ସ୍ଵାମୀ ସ୍ତ୍ରୀ କଣ କରିବା ଦ୍ଵାରା ସେମାନଙ୍କ ଦାମ୍ପତ୍ୟ ଜୀବନରେ ସୁଧାର ଆସିଥାଏ । ଏଥିସହ ଦାମ୍ପତ୍ୟ ଜୀବନରେ ମଧୁରତା ବଢିଥାଏ ।

1- ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କମ୍ପ୍ରମାଇଜ ରହିବା ନିହାତି ଦରକାର ହୋଇଥାଏ । କାରଣ ଯେଉଁ ସମ୍ପର୍କରେ କମ୍ପ୍ରସାଇଜ ରହିଥାଏ । ସେଠାରେ ବୈବାହିକ ଜୀବନରେ ଯେତେ ବଡ ଝଡ ଆସିଥିଲେ ମଧ୍ୟ ସେହି ସମ୍ପର୍କରେ କେବେ ଫାଟ ସୃଷ୍ଟି ହୋଇନଥାଏ ।

2- ସ୍ଵାମୀ ଓ ସ୍ତ୍ରୀ ର ତକିଆ 2 ଟି ହେବା ଉଚିତ ନୁହେଁ । ସ୍ଵାମୀ ସ୍ତ୍ରୀ ଶୋଉଥିବା ବେଡ୍ ରୁମ୍ ର ତକିଆ ଏକ ବଡ କରି ତକିଆ କରିଦେବ ଉଚିତ । ଯେଉଁ ତକିଆରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ମୁଣ୍ଡ ରଖି ସେଠାରେ ଶୋଇପାରିବେ ।

3- ସ୍ଵାମୀ ଓ ସ୍ତ୍ରୀ ଶୋଇବା ସମୟରେ ସ୍ଵାମୀର ବାମ ପଟେ ସ୍ତ୍ରୀ କୁ ଶୋଇବା ଦରକାର । ସେଥିପାଇଁ ତ ସ୍ତ୍ରୀ କି ସ୍ଵାମୀର ବାମାଙ୍ଗୀ ବୋଲି କୁହାଯାଇଥାଏ । ବେଡ୍ ରୁମ୍ କୁ ଗୋଲାପୀ କିମ୍ବା କୌଣସି ହାଲୁକା ରଙ୍ଗର କଲର କରନ୍ତୁ । ହେଲେ ବେଡ୍ ରୁମ୍ ରେ କୌଣସି ଗାଢା ରଙ୍ଗ କରିବା ଉଚିତ ନୁହେଁ । ବେଡ୍ ରୁମ୍ ରଙ୍ଗ ହଳଦିଆ କରିବା ଉଚିତ ନୁହେଁ ।

4- ଯେଉଁ ଦେବାଦେବୀ ମାନେ ଅସ୍ତ୍ର ଧରି ଠିଆ ହୋଇଛନ୍ତି । ସେହିଭଳି ଦେବୀଦେବତାଙ୍କ ଫୋଟ ବେଡ୍ ରୁମ୍ ରେ ଲଗାଇବା ଉଚିତ ନୁହେଁ । ଯଦି କୌଣସି କାରଣ ବଶତଃ ବେଡ୍ ରୁମ୍ ପାଖରେ ଠାକୁର ଘର ରହିଛି । ତେବେ ପୂଜା ସାରିବା ପରେ ଠାକୁର ଘର ପରଦା ପକାଇ ରଖନ୍ତୁ ।

5- ଶୁକ୍ରବାର ଦିନ ସ୍ଵାମୀ ନିଜ ସ୍ତ୍ରୀ କୁ ଗୋଲାପ ଫୁଲ, ସେଣ୍ଟ ଭଳି କିଛି ମଧ୍ୟ ଉପହାର କିଣିକି ଦେବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ସମ୍ପର୍କରେ ମଧୁରତା ଆସିଥାଏ । ଏଥିସହ ସ୍ତ୍ରୀ ମନରେ ଆନନ୍ଦ ଆସିବା ସହ ସ୍ଵାମୀ ପାଇଁ ତାଙ୍କ ମନରେ ଅଧିକ ପ୍ରେମ ଆସିଥାଏ ।

ତେବେ ଏହି ସବୁ ଉପାୟ କରିବା ସହ ଯଦି ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଠିକ ବୁଝାମଣା ରହିଥାଏ । ତେବେ ଉଭୟଙ୍କ ବୈବାହିକ ଜୀବନ ଭଲ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *