ରୋଜଗାର ଯେତେବି କରିଲେ କେବେବି ଅଣ୍ଟିନଥାଏ…ତୁରନ୍ତ ଛାଡନ୍ତୁ ଏହି ସବୁ କୁ-ଅଭ୍ଯାସ… Niti bani

ବନ୍ଧୁଗଣ ମଣିଷ ଜୀବନରେ କିଛି ନା କିଛି କୁ- ଅଭ୍ଯାସ ରହିଯାଇଛି । ଯେଉଁ ସବୁ ଖରାପ ଅଭ୍ଯାସକୁ ବ୍ୟକ୍ତିକୁ ଛାଡିବାର ଆବଶ୍ୟକତା ରହିଛି । କାରଣ ଏପରି କିଛି ଖରାପ ଅଭ୍ଯାସ ଯାହା ପାଖରେ ରହିଥାଏ। ସେହି ଲୋକର ଜୀବନକୁ ଅଲକ୍ଷ୍ମୀ ବହୁତ ଶୀଘ୍ର ପ୍ରବେଶ କରିଯାଇଥାନ୍ତି । ଏଥିସହ ସେହି ବ୍ୟକ୍ତି ଲକ୍ଷ୍ମୀଛଡା ହୋଇଯାଇଥାଏ । ଯେତେ ରୋଜଗାର କରିଲେ ବି ବ୍ୟକ୍ତିକୁ ନିଅଣ୍ଟ ହୋଇଥାଏ । ତେବେ କଣ ସେହି ସବୁ ଖରାପ ଅଭ୍ଯାସ ଯାହାକି କିଛି ମନୁଷ୍ୟ ମାନଙ୍କ ପାଖରେ ରହିଥାଏ । ଯାହା ତାଙ୍କୁ ଛାଡିବା ଜରୁରୀ ହୋଇଥାଏ ଚାଲନ୍ତୁ ଜାଣିବା ।

1- ଅନେକ ଲୋକ ବସିବା ସମୟରେ ଗୋଡକୁ ହଲାଇଥାନ୍ତି । ଏପରିକି ଶୋଇବା ସମୟରେ ମଧ୍ୟ ଗୋଡକୁ ହଲାଇ ଥାନ୍ତି । ଯାହାକି ତାଙ୍କର ଏକ ନୀତିଦିନିଆ ଅଭ୍ଯାସରେ ପରିଣତ ହୋଇଯାଇଥାଏ । ତେବେ ଏହି ଅଭ୍ଯାସକୁ ବ୍ୟକ୍ତିକୁ ଛାଡିବା ଦରକାର ହୋଇଥାଏ । କାରଣ ଏହା କରିବା ଦ୍ଵାରା ବ୍ୟକ୍ତି ଲକ୍ଷ୍ମୀ ଛଡା ହୋଇଯାଇଥାଏ । ଯେତେ ରୋଜଗାର କରିଲେ ମଧ୍ୟ ସବୁବେଳେ ଅଭାବ ଅନାଟନ ଲାଗି ରହିଥାଏ ।

2- ବହୁତ ଲୋକ ବାରମ୍ବାର ନିଜ ପାଟିରେ ହାତ ମାରିକି ହାତକୁ ଅଇଁଠା କରିଥାନ୍ତି । ହାତର ନଖକୁ ବସି କାମୁଡିଥାନ୍ତି । ଏହା ବହୁତ ଖରାପ ଅଭ୍ଯାସ ହୋଇଥାଏ । କାରଣ ସେହି ଅଇଁଠା ହାତକୁ ଯଦି ଭୁଲରେ କୌଣସି ଜିନିଷରେ ମାରିଦେଇଥାନ୍ତି । ତାହା ଅପବିତ୍ର ହୋଇଯାଇଥାଏ । ଏଥିଦ୍ବାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି ।

3- ଅନେକ ଲୋକ ଯେଉଁ ବସ୍ତ୍ରରେ ଶୌଚ ହୋଇଥାନ୍ତି । ଅର୍ଥାତ ଯେଉଁ ବସ୍ତ୍ର ପିନ୍ଧି ମଳ୍ମୂତ୍ର ତ୍ୟାଗ କରିଥାନ୍ତି । ସେହି ବସ୍ତ୍ର ପିନ୍ଧି ଘର ମଧ୍ୟକୁ ପ୍ରବେଶ କରିଯାଇଥାନ୍ତି । ଯାହାକି ଘରୁ  ଲକ୍ଷ୍ମୀ ଛାଡିଯିବା ଭଳି ଏକ କୁ ଅଭ୍ଯାସ ଅଟେ । ତେଣୁ ଏପରି ଅଭ୍ଯାସ ଥିଲେ, ତାହାକୁ ତୁରନ୍ତ ବଦଳାଇବାକୁ ଚେଷ୍ଟା କରନ୍ତୁ ।

4- ପିନ୍ଧିଥିବା ପାଲଟା ବସ୍ତ୍ରକୁ ଘରର କଟାବ ଉପରେ ବା ଏଣେତେଣେ ଫିଙ୍ଗିବା ଉଚିତ ନୁହେଁ । ଏହା ଜମାରୁ ମଧ୍ୟ ଭଲ ଅଭ୍ଯାସ ହୋଇନଥାଏ । ପ୍ରଥମେତଃ ଘରର ଏଣେତେଣେ ବସ୍ତ୍ର ଫିଙ୍ଗିକି ରଖିବା ଦ୍ଵାରା ଘରର ସୁନ୍ଦରତା ନଷ୍ଟ ହୋଇଥାଏ । ଦିତୀୟରେ ପାଲଟା ବସ୍ତ୍ରକୁ ଯଦି କବାଟ ଉପରେ ଟାଙ୍ଗିଦେବେ ବା ଏଣେତେଣେ ଫିଙ୍ଗିବେ । ଏହାଦ୍ବାରା ଆପଣଙ୍କ ଘରେ ଆର୍ଥିକ ସ୍ଥିତି ଧୀରେ ଧୀରେ କମଜୋର ହୋଇଯାଇଥାଏ ।

ତେବେ ବନ୍ଧୁଗଣ ଉପୋରୋକ୍ତ ଏହି ସବୁ ଅଭ୍ଯାସ ରହିଥିଲେ । ତାହାକୁ ତୁରନ୍ତ ଛାଡିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଘରେ ସଦା ସର୍ବଦା ମାତା ଲକ୍ଷ୍ମୀଙ୍କର ବାସ ରହିପାରିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *