12 ଟି ରାଶିରୁ ଏହି 4 ଟି ରାଶି ହେଉଛି ଭାଗ୍ୟଶାଳୀ, ଆସନ୍ତୁ ଜାଣିବା ସେ ରାଶି ଗୁଡିକ କଣ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12 ଟି ରାଶି ହୋଇଥାଏ । ହେଲେ କିଛି ଲୋକଙ୍କ ନାମର ପ୍ରଥମ ଅକ୍ଷର ଅନୁସାରେ ରାଶିବି ହୋଇଥାଏ । ସବୁ ରାଶି ଏକା ପରି ହୋଇନଥାଏ । ଆଜି ଆମେ ଏମିତି ରାଶି ବିଷୟରେ କହିବାକୁ ଯାଉଛୁ ଯାହା 12 ଟି ରାଶି ମଧ୍ୟରୁ ଅଧିକ ଭାଗ୍ୟଶାଳୀ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଚନ୍ଦ୍ରମା ଯେଉଁ ରାଶିରେ ହୋଇଥାଏ, ସେଇ ନାମ ହିସାବରେ ବ୍ୟକ୍ତିର ରାଶି କୁହାଯାଏ ।

ଆସନ୍ତୁ ଜାଣିବା କେଉଁ ରାଶି ସବୁଠୁ ଭାଗ୍ୟଶାଳୀ ।

ମେଷ

ଏହା ଗ୍ରହ ଚକ୍ରର ପ୍ରଥମ ରାଶି, ଯାହାର ସ୍ବାମୀ ମଙ୍ଗଳ । ମଙ୍ଗଳଗ୍ରହକୁ ସବୁ ଗ୍ରହର ସେନାପତି କୁହାଯାଏ । ତେଣୁ ଏହି ରାଶିର ଲୋକ ଶକ୍ତିଶାଳୀ ଓ ନେତୃତ୍ୱ ନେବା ପରି ହୋଇଥାନ୍ତି । ଏହି ରାଶିର ଜାତକରେ ଲିଡରସିପ ଗୁଣ ଅଧିକ ହୋଇଥାଏ, ଏଥିପାଇଁ ଏହି ରାଶିର ଲୋକ ବହୁତ ପ୍ରଭାବମାତ୍ମକ‌ ହୋଇଥାନ୍ତି । ଏ 4ଟି ରାଶି ମଧ୍ୟରୁ ମେଷ ରାଶି ଅଧିକ ଭାଗ୍ୟଶାଳୀ ଅଟନ୍ତି ।

ବିଛା

ଏହି ରାଶିର ସ୍ବାମୀ ମଙ୍ଗଳଗ୍ରହ । ତେଣୁ ଏମାନେ ବହୁତ ସାହସୀ ଓ ପ୍ରବଳ ହୋଇଥାନ୍ତି । ଏମାନଙ୍କର ବିଶେଷ ଗୁଣ ହେଉଛି ଯେଉଁ କାମ ହେଉ ହାତକୁ ନେବାକୁ ଡରନ୍ତିନି, ମନରେ କୋୖଣସି ପ୍ରକାର ଡର ନଥାଏ, ସବୁ କାମକୁ ନିର୍ଭୟ ଭାବରେ କରିବାକୁ ପସନ୍ଦ କରନ୍ତି । ଯାହା କରନ୍ତି ତାକୁ ଶେଷ ନକରିବା ଯାଏ ନିଶ୍ବାସ ବି ନିଅନ୍ତିନି । ନିଜ ପରିଶ୍ରମ ଓ ଇଚ୍ଛା ବଳରେ ସବୁ ରାଶିଠୁ ଆଗକୁ ଯାନ୍ତି, ଏଥିପାଇଁ ଏ ରାଶିର ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

 

ମକର

ଏ ରାଶିର ସ୍ବାମୀ ଶନି ହୋଇଥାନ୍ତି । ଏମାନେ ଅନ୍ୟ ରାଶି ତୁଳନାରେ ଅଲଗା ହୋଇଥାନ୍ତି । ଏମାନଙ୍କ ଉପରେ ଶନିଦେବଙ୍କ ବହୁ କୃପା କରନ୍ତି । ଏମାନଙ୍କ ଜାତକରେ ଆତ୍ମବିଶ୍ବାସର ଅଭାବ ନଥାଏ । ଏମାନେ ବହୁତ ପରିଶ୍ରମୀ ଓ ଏମାନଙ୍କ ଭିତରେ ନେତୃତ୍ୱ ନେବାର କ୍ଷମତା ରହିଥାଏ । ଏମାନେ ନିଜ ଆତ୍ମବିଶ୍ବାସ ଓ ପରିଶ୍ରମ ବଳରେ ସବୁ ହାସଲ କରିପାରନ୍ତି ତେଣୁ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

 

 କୁମ୍ଭ

ଏ ରାଶିର ସ୍ବାମୀ ଗ୍ରହ ମଧ୍ୟ ଶନିଦେବ ହୋଇଥାନ୍ତି ତାଙ୍କୁ କର୍ମଫଳଦାତା କୁହାଯାଏ । ଆପଣ ଯେମିତି କାମ କରିବେ, ସେମିତି ଫଳ ଦେଇଥାନ୍ତି । ଯଦି ଏମାନେ ପରିଶ୍ରମ ଓ ମନୋବଳ ଲଗାଇ କାମ କରିବେ ତ ଶନିଦେବଙ୍କ କୃପାରୁ ସଫଳତା ନିଶ୍ଚୟ ହାସଲ କରିପାରିବେ ।

Leave a Reply

Your email address will not be published. Required fields are marked *