ବର୍ଷର ଦ୍ଵିତୀୟ ଗ୍ରହଣ ଲାଗିବାକୁ ଯାଉଛି, କେବେ, କେଉଁଠି ଏବଂ କେମିତି ଦବ ଦେଖା ଜାଣନ୍ତୁ

ଏହି ବର୍ଷ ୬ଟି ଗ୍ରହଣ ଲାଗିବାର ଅଛି, ଯେଉଁଥିରୁ ଗୋଟେ ଗ୍ରହଣ ୧୦ ଜାନୁୟାରୀକୁ ଲାଗି ଯାଇଛି ଯାହା ଚନ୍ଦ୍ରଗ୍ରହଣ ଥିଲା ଏବଂ ଏବେ ଦ୍ଵିତୀୟ ଗ୍ରହଣ ୫ ଜୁନକୁ ଲାଗିବାକୁ ଯାଉଛି ଏହା ମଧ୍ୟ ଚନ୍ଦ୍ରଗ୍ରହଣ ହବାକୁ ଯାଉଛି, ଜୁନରେ ବର୍ଷ ପ୍ରଥମ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି । ୫ ଜୁନରେ ଉପଚ୍ଛାୟା ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଯାହା ପ୍ରାରମ୍ଭ ରାତି ୧୧:୧୬ ରେ ହବ ଏବଂ ଏହାର ସମାପ୍ତି ରାତି ୨:୩୨ ରେ ହବ ।

ଚନ୍ଦ୍ରଗ୍ରହଣ ୨୦୨୦ :

ହିନ୍ଦୁ ଧର୍ମ ଅନୁଯାଇ ଗ୍ରହଣ ଲାଗିବା ଏକ ମହତ୍ଵପୂର୍ଣ ଘଟଣା ଅଟେ, ଯାହାର ନିଜ ଜ୍ୟୋତିଷ ମହତ୍ଵ ହୋଇଥାଏ, ଏହି ବର୍ଷ ୬ଟି ଗ୍ରହଣ ଲାଗିବାକୁ ଯାଉଛି, ଯେଉଁଥିରୁ ଗୋଟେ ଗ୍ରହଣ ୧୦ ଜାନୁୟାରୀକୁ ଲାଗି ସାରିଛି, ଯାହା ଗୋଟେ ଚନ୍ଦ୍ରଗ୍ରହଣ ଥିଲା ଏବଂ ଏବେ ଦ୍ଵିତୀୟ ଗ୍ରହଣ ୫ ଜୁନକୁ ଲାଗିବାକୁ ଯାଉଛି, ଏହା ମଧ୍ୟ ଗୋଟେ ଚନ୍ଦ୍ରଗ୍ରହଣ ହୋଇବ, ଜୁନ ମାସ ରେ ବର୍ଷ ପ୍ରଥମ ସୂର୍ଯ୍ୟ ଗ୍ରହଣ ଲାଗିବାକୁ ଯାଉଛି । ତେବେ ବିଜ୍ଞାନ ଦ୍ରୁଷ୍ଟି ରେ ଗ୍ରହଣ ମହତ୍ଵ ଅଲଗା ଅଟେ ସେହି ଭଳି ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଗ୍ରହଣ ମହତ୍ଵ ଅଲଗା ଅଟେ ।

୫ ଜୁନରେ ଉପଚ୍ଛାୟା ଚନ୍ଦ୍ର ଗ୍ରହଣ ଲାଗିବ, ଏହି ସମୟରେ ୬ ଜୁନ ହୋଇଯିବ କାହିଁକିନା ଗ୍ରହଣ ରାତି ରେ ଲାଗୁଛି ଏବଂ ୧୨ଟା ପରେ ତାରିଖ ବଦଳିଯିବ ଏବଂ ଗ୍ରହଣ ରାତି ୨:୩୨ ପର୍ଯ୍ୟନ୍ତ ଲାଗି ରହିବ । ଭାରତ ସହ ଏହି ଗ୍ରହଣ ୟୁରୋପ, ଆଫ୍ରିକା, ଏଶିୟା ଏବଂ ଅଷ୍ଟ୍ରେଲିଆ ରେ ଦେଖା ଯିବ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ଚନ୍ଦ୍ର ଗ୍ରହଣ ସୁତକ ହବ ନାହିଁ କାହିଁକିନା ସୁତକ ଗ୍ରହଣ ସେହାକୁ କୁହାଯାଏ ଯେଉଁ ଗ୍ରହଣକୁ ଖୋଲା ଆଖିରେ ଦେଖା ଯାଇ ପାରେ ।

ଉପଚ୍ଛାୟା ଗ୍ରହଣ କଣ ହୋଇଥାଏ ?

ଉପଚ୍ଛାୟା ଗ୍ରହଣସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଥାଏ କିନ୍ତୁ ସେ ତିନି ଜଣ ସୂର୍ଯ୍ୟ ଚନ୍ଦ୍ର ଏବଂ ପୃଥିବୀ ଗୋଟେ ସିଧା ଲାଇନ ରେ ନଥାନ୍ତି, ଗ୍ରହଣ ଲାଗିବା ଆଗରୁ ଚନ୍ଦ୍ରମା ପୃଥିବୀ ଉପଚ୍ଛାୟା ରେ ପ୍ରବେଶ କରି ଫେରି ଆସିଥାଏ, ଏହି ସମୟ ଚନ୍ଦ୍ରମା ବିମ୍ବ ଝାବସା ଦେଖା ଯାଇଥାଏ କିନ୍ତୁ କଳା ନୁହ । ଏହି ଗ୍ରହଣକୁ ସାମାନ୍ୟ ରୂପରେ ଦେଖା ଯାଇ ପାରେ ନାହିଁ ।

ଆସନ୍ତୁ ଜାଣିବା କଣ ପାଇଁ ଗ୍ରହଣ ଲାଗିଥାଏ ?

ଚନ୍ଦ୍ର ଗ୍ରହଣ ଦେତେବେଳେ ଲାଗିଥାଏ ଯେତେବେଳେ ପୃଥିବୀ ଚନ୍ଦ୍ରମା ଠିକ ପଛରେ ପୃଥିବୀ ଉପଚ୍ଛାୟା ରେ ଆସନ୍ତି । ଏହି ଭଳି ସୂର୍ଯ୍ୟ ଗ୍ରହଣ ସେତେବେଳେ ଲାଗିଥାଏ ଯେତେବେଳେ ଚନ୍ଦ୍ରମା ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଆସିଥାଏ । ଏହା ଗ୍ରହଣ ଲାଗିବା ବିଜ୍ଞାନ କାରଣ ଅଟେ, ଏହା ସହ ଆମେ ଆପଣଙ୍କୁ ଧାର୍ମିକ କାରଣ ମଧ୍ୟ କହିବାକୁ ଚାହୁଁଛୁ, ଏହା ଅନୁଯାଇ ରାହୁ କେତୁ ପାଇଁ ଗ୍ରହଣ ଲାଗିଥାଏ, କାହିଁକିନା ରାହୁ କେତୁ ସୂର୍ଯ୍ୟ ଏବଂ ଚନ୍ଦ୍ରମାକୁ ନିଜ ଶତ୍ରୁ ମାନନ୍ତି ସେଥିପାଇଁ ବେଳେ ବେଳେ ପୁର୍ଣିମା ଦିନ ତେବେ ଅମାବସ୍ୟା ଦିନ ସୂର୍ଯ୍ୟ ଗ୍ରାସ କରନ୍ତି ।

Leave a Reply

Your email address will not be published. Required fields are marked *