ଲକଡାଉନ ତୃତୀୟ ଚରଣ ପରେ ଆଜି ପ୍ରଥମ ଥର ପିଏମ ମୋଦୀ କଲେ ସମ୍ବନ୍ଧିତ, କହିଲେ ଏତେ ବଡ କଥା

ତେବେ ଏହା ଆପଣମାନେ ସମସ୍ତେ ଜାଣିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଛି ଏହା ଦ୍ଵାରା ଲୋକ ନିଜ ଘରେ ବନ୍ଦ ରହିବା ପାଇଁ ଅସହାୟ ହୋଇଛନ୍ତି । ପ୍ରଧାନ ମନ୍ତ୍ରୀ ଏବଂ ଅନ୍ୟ ସରକାରୀ ଅଧିକାରୀମାନେ ଲୋକଙ୍କୁ ବଞ୍ଚାଇବା ପାଇଁ ବହୁତ ପ୍ରକାର ଉପାୟ ବାହାର କରୁଛନ୍ତି ଯାହା ଦ୍ଵାରା ଲୋକ ଏହି ମହାମାରୀ ଠାରୁ ବଞ୍ଚି ପାରିବେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ତୃତୀୟ ଚରଣ ରେ ପ୍ରଥମ ଥର ପାଇଁ ଆଜି ଏହା ସମ୍ବୋଧିତ କରିଛନ୍ତି ।ବୁଦ୍ଧ ପୁର୍ଣିମା ଅବସର ରେ ଆୟୋଜିତ ଏକ ଭର୍ଚୁଏଲ କାର୍ଯ୍ୟକ୍ରମ ରେ ପିଏମ ମୋଦୀ କହିଛନ୍ତି ଭଗବାନ ବୁଦ୍ଧ ଦୁନିଆକୁ ସେବା କରିବା ସନ୍ଦେଶ ଦେଇଥିଲେ ।

ଏହି ସମୟ ପିଏମ ମୋଦୀ କହିଛନ୍ତି ଯେ ବର୍ତମାନ ପରିସ୍ଥିତି ଅଲଗା ଅଟେ, ସଂସାର ଅସୁବିଧା ସାମ୍ନା କରୁଅଛି, ଏହା ପରେ ମୋଦୀ କହିଥିଲେ ଆପଣଙ୍କ ମଧ୍ୟରେ ଆସିବା ମୋ ପାଇଁ ସୌଭାଗ୍ୟ ଅଟେ କିନ୍ତୁ ବର୍ତମାନ ସ୍ଥିତି ମତେ ଏହି ଅନୁମତି ପ୍ରଦାନ କରୁ ନାହିଁ । ପିଏମ ମୋଦୀ କହିଲେ ଭାରତ ଆଜି ଭଗବାନ ବୁଦ୍ଧଙ୍କ ରାସ୍ତା ରେ ଚାଲି କରୋନା ଭାଇରସ ଭଳି ସଙ୍କଟରେ ସମସ୍ତଙ୍କ ସାହାଯ୍ୟ କରୁଅଛି, ଏହି ସମୟ ଲାଭ ହାନିକୁ ଦେଖା ଯାଇ ପାରିବ ନାହିଁ, ସଙ୍କଟ ସମୟରେ ସମସ୍ତଙ୍କୁ ସାହାଜ୍ଯ କରିବା ସମସ୍ତଙ୍କ ଧର୍ମ ଅଟେ ।

Image Courtesy: Google

ଦୁନିଆ ରେ ବର୍ତମାନ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଛି, ଏହାର ସଂଖ୍ୟା ବଢି ବଢି ଯାଉଛି, ବିଶ୍ଵସାରା କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ଯାଇ ୩୭ ଲକ୍ଷ ଠାରୁ ଅଧିକ ହୋଇଯାଇଛି, ତେବେ ଏହି ଭାଇରସ ବର୍ତମାନ ପର୍ଯ୍ୟନ୍ତ ପୁରା ଦୁନିଆ ରେ ୨ ଲକ୍ଷ ୬୧ ହଜାର ଠାରୁ ଅଧିକ ଲୋକଙ୍କୁ ମାରି ସାରିଛି ଏବଂ କେତେ ପରିବାର ଅସହାୟ କରି ସାରିଛି । ତେବେ ଆମ ଧର୍ମ ଏହା ଯେ ଆମେ ଯଦି କାହାକୁ ସାହାଯ୍ୟ କରି ପାରିବା ତେବେ ଆମକୁ କରିବା ଉଚିତ ।

Leave a Reply

Your email address will not be published. Required fields are marked *