ବର୍ଷା ଅନୁଭାବଙ୍କ ସମ୍ପର୍କ ଭିତରେ ଆସିଥିଲେ ଏହି ହିରୋଇନ, ନିଜେ ଅନୁଭବ ସ୍ଵୀକାର କଲେ ତାଙ୍କ ମେସେଜରେ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ସମ୍ପର୍କ ଭିତରେ ପଶିଆସିଥିବା ସେହି ହେରୋଇନ ଜଣକ କିଏ ଅଟନ୍ତି । ଯାହାର ନାମ ନେଇ ବର୍ଷା ଚିଠି ଲେଖିଥିଲେ ଅନୁଭବଙ୍କୁ । ତେବେ କଣ କହିଥିଲେ ବର୍ଷା ଓ କଣ ତାର ଉତ୍ତର ଦେଇଥିଲେ ଅନୁଭବ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେମାନଙ୍କ ମେସେଜ ଏହା ପ୍ରାମାଣ କରୁଛି କି ଅନୁଭବ ସତରେ ଅନ୍ୟ ଝିଅ ମାନଙ୍କ ସମ୍ପର୍କରେ ଥିଲେ । ତେବେ ଆସନ୍ତୁ ଜାଣିବା ସେମାନଙ୍କ ଏଇ ମେସେଜ ବିଷୟରେ ।

ଅନୁଭବ – ୨୦୧୬ ରେ ମୁଁ ଜଣେ ଝିଅଙ୍କ ସହିତ କଥା ହୋଇଥିଲି ସେଥିପାଇଁ ସେଇ ଝିଅର ନାମକୁ ମୋ ସହ ଯୋଡା ଯାଇଥିଲା । କିନ୍ତୁ ମୁଁ ତୁମ ଛଡା ଆଉ କାହା କଥା ଭବିନଥିଲି ଓ ସେହି ଝିଅ ସହିତ ବହୁତ କମ ଦିନର ସମ୍ପର୍କ ଥିଲା ।

Image Courtesy: Google

୨୦୧୭ ମସିହାରେ ଆଉ ଜଣେ ଝିଅଙ୍କ ସମ୍ପର୍କରେ ଆସିଥିଲି । ତାଙ୍କ ସହିତ କଥା ହେବା ପରେ ଖୁସି ହୋଇଥିଲି ଓ ତାଙ୍କ ସହିତ ଦେଖା ମଧ୍ୟ କରିଥିଲି । କିନ୍ତୁ ୨୦୧୭ ରୁ ୨୦୨୦ ଭିତରେ ମୁଁ କୌଣସି ଯୁବତୀଙ୍କ ସମ୍ପର୍କରେ ନାହିଁ । କେଉଁ ଯୁବତୀଙ୍କ ପାଖରେ ଆଗ୍ରହ ପ୍ରକାଶ କରିନି କି ଭାବିବା ପାଇଁ ସମୟ ମଧ୍ୟ ନାହିଁ ।

ବର୍ଷା – ଯଦି ତମେ ଆମ ସଂପର୍କକୁ ନେଇ ଏତେ ସିରିୟସ ଥିଲ ତାହେଲେ କାହିଁକି ଆଗ୍ରହ  ପ୍ରକାଶ କରି ନଥିଲ । ତମେ କେବଳ ମତେ ଏହି ରୁମ ଭିତରେ ଛାଡିଦେଇଥିଲ ଏକା କନ୍ଦିବା ପାଇଁ, ଗୋଟିଏ ସନ୍ତାନ ପାଇଁ ତୁମକୁ ବହୁତ ଅନୁରୋଧ କରିଥିଲି ଓ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ପାଇଁ ମଧ୍ୟ ।

Image Courtesy: Google

ତମେ ଜଣେ ଅଭିନେତ୍ରୀଙ୍କୁ କଥାଦେଇଥିଲା ମୋ ସହିତ ଶାରୀରିକ ସମ୍ପର୍କ ନ ରଖିବା ପାଇଁ ଓ ତମେ ସେୟା କଲ । ପରକୀୟ ପ୍ରୀତି ପାଇଁ ତମେ ୯ ରୁ ୧୦ ମାସ ମୋ ଠାରୁ ଦୂରେଇ ରହିଥିଲ । ଏବଂ ଏହା ମିଛ ନୁହେଁ ତମେ ଜାଣିବା ସହିତ ପରିବାର ଲୋକ ମଧ୍ୟ ଦେଖିଛନ୍ତି ।

Image Courtesy: Google

ଅନୁଭବ – ଗତ ସିତ ଅଧିବେଶନରେ ତମେ ଦିଲ୍ଲୀ ଆସିବା ପାଇଁ ରାଜି ହେଲ ନାହିଁ ତା ସହିତ ବହୁତ ବାହାନା ମଧ୍ୟ କଲ । ବଜେଟ ଅଧିବେଶନ ବେଳେ ତମେ ଦିଲ୍ଲୀ ନ ଆସି ମୋତେ ଅପମାନ ଦେଇଥିଲ । ଆଉ ତୁମ ପରିବାର ଲୋକଙ୍କ ଆଗରେ ଅପମାନିତ କରିଥିଲ । ତାପରେ ମଧ୍ୟ ମୁଁ ୫ ମାର୍ଚରେ ଦିଲ୍ଲୀରୁ ଆସିଲା ପରେ ତୁମକୁ ନେବା ପାଇଁ ଆସିଥିଲି ଓ ୭ ତାରିଖ ରାତିରେ ଫେରିବା ପାଇଁ ଟିକେଟ କରିଥିଲି ଏହା ବିଷୟରେ ତମେ ଭଲ ଭାବରେ ଜାଣିଛ ।

Image Courtesy: Google

କିନ୍ତୁ ସେଦିନ ତମେ ରାତିସାର ଝଗଡା କରିଥିଲ । ଯାହାବି ହେଉ ସକାଳେ ଉଠିଲା ପରେ ମୁଁ ବହୁତ ଆଶ୍ଚର୍ଯା ହୋଇଥିଲି ତମେ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ହୋଇନଥିଲ । ମୁଁ ତୁମକୁ ବହୁତ ଅନୁରୋଧ କଲା ପରେ ମଧ୍ୟ ତମେ ମୋ ମୁହଁକୁ ଚାହିଁ ନଥିଲ । ଭଗବାନ ଜାଣନ୍ତି ମୁ ତୁମକୁ କେତେବେଳେ ଅପମାନ ଦେଲି ,ଏଥିପାଇଁ ମୋତେ ବହୁତ କଷ୍ଟ ସହିବାକୁ ପଡିଛି ।

Image Courtesy: Google

ବର୍ଷା – ସବୁବେଳେ ଚେଷ୍ଟା କରିଛି କି ଆମ ବିବାହକୁ କେମିତି ସୁରକ୍ଷା ଦେବା ପାଇଁ ଓ ସମ୍ମାନ ଦେବା ପାଇଁ କିନ୍ତୁ ଏହିଭଳି ମେସେଜ ଦେଇ ତମେ ଅମାନବୀୟ ବ୍ୟବହାର କରିଛ । ତମେ ଜାଣିଛ ମୁଁ ଟିକେ ଦୁର୍ବଳ ଓ ମୋର ନିମ୍ନ ରକ୍ତଚାପ ସହିତ ମାନସିକ ଚାପ ଗ୍ରସ୍ତ ମଧ୍ୟ ରହିଛି ଓ ଥାଇରଏଡ ମଧ୍ୟ ଅଛି । ତଥାପି ତମେ ମୋ ସହିତ ଖେଳୁଛ । ମୁ ତୁମକୁ ସବୁବେଳେ ଭଲପାଇବା ସହିତ ସବୁକିଛି ଦେଇ ଆସିଛି କିନ୍ତୁ ତମେ ରାସ୍ତାର କୁକୁରଭଳି ମୋତେ ବ୍ୟବହାର କରିଛ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *