ଏବେ ମିଟର ରିଡ଼ିଂ ନେବା ପାଇଁ କେହି ଆସିବେନି ଆପଣଙ୍କ ଘରଙ୍କୁ, ଆସନ୍ତୁ ଜାଣିବା ନୂଆ ସ୍ମାର୍ଟ ମିଟର ବିଷୟରେ

ଜଲ୍ଦି ଆପଣଙ୍କ ଘରେ ନୂଆ ମିଟର ଲାଗିବାକୁ ଯାଉଛି । ସରକାର ଏହାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିସାରିଛନ୍ତି । ନୂଆ ମିଟର ଲାଗିବା ପରେ ସ୍ଥିର ଅବଧିରେ ବିଜୁଳିର ବିଲ ଜମା ନହୁଏ ତ ସପ୍ଲାଏ ଅଟୋମେଟିକ ବନ୍ଦ ହେଇଯିବ । ବିଲ ଜମା କଲା ପରେ ପୁଣି ଚାଲୁ ହେଇଯିବ । କୌଣସିି ଲାଇନ ଷ୍ଟାଫ ଙ୍କୁ ଏଥିପାଇଁ ଅଧିକ ସମୟ ଦେବାକୁ ପଡ଼ିବନି । କେନ୍ଦ୍ରୀୟ ଊର୍ଜା ରାଜ୍ୟ ମନ୍ତ୍ରୀ ଆରେକ ସିଂ ଭାରତ ସରକାରଙ୍କ ସ୍ମାର୍ଟ ମିଟର ନେସନାଲ ପୋଗ୍ରମ ଦ୍ଵାରା ସାରାଭାରତରେ 10 ଲକ୍ଷ ସ୍ମାର୍ଟ ମିଟର ଲଗେଇବା ପାଇଁ ଘୋଷଣା କରିଛନ୍ତି ।

ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟଣା ଓ ବିହାରରେ ଆଗରୁ କାମ କରୁଥିବା ଏହି ସ୍ମାର୍ଟ ମିଟରର ଉଦ୍ଦେଶ୍ୟ ବିଜୁଳି ବିତରଣ ପ୍ରଣାଳୀ ରେ ଅଧିକ ନିପୂର୍ଣ୍ଣ ବନେଇବା । ଯେଉଁଥିରେ ସେବାକୁ ଅଧିକ ଭଲ କରିହେବ ।

ବିଜୁଳିମନ୍ତ୍ରୀ ଏଇ ଅବସର ରେ ସ୍ମାର୍ଟ ମିଟର ନେସନାଲ ପୋଗ୍ରମ୍, ନେସନାଲ ଇଲେକ୍ଟ୍ରିକ ମୋବିଲିଟି ପୋଗ୍ରମ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି । ଏହି ଡେଶବୋର୍ଡ ଜରିଆରେ କାର୍ଯ୍ୟକ୍ରମ ର ପ୍ରଗତି ଓ ଏହାର ପ୍ରଭାବର ନିରୀକ୍ଷଣ କରାଯାଇପାରିବ ।

ସ୍ମାର୍ଟ ମିଟର ରେ କଣ ହେବ

ଘରେ ବିଜୁଳି ଓଭର ଲୋଡ ହେଲେ, ବିଜୁଳି ସପ୍ଲାଏ ତତ୍କାଳୀନ ବନ୍ଦ ହେଇଯିବ ।ଲୋଡ ପୁଣି ନିୟନ୍ତ୍ରଣ ହେଲେ,ସପ୍ଲାଏ ଚାଲୁ ହେଇଯିବ ।

କେଉଁ ଟ୍ରଂସ୍ଫର୍ମର କେତେ ବିଜୁଳି ସପ୍ଲାଏ ହେଇଚି, କେଉଁଠି କେତେ ଉପଯୋଗ ହେଉଛି, ଏସବୁ ବିଷୟରେ ଏନର୍ଜି ଅଡିଟ ହେବ ।

ସ୍ଥିର ଅବଧିରେ ବିଜୁଳିର ବିଲ ଜମା କଲେ , ସପ୍ଲାଏ ଅଟୋମେଟିକ ବନ୍ଦ ହେଇଯିବ । ବିଲ ଜମା କଲା ପରେ ପୁଣି ଚାଲୁ ହେଇଯିବ । କୌଣସିି ଲାଇନ ଷ୍ଟାଫଙ୍କୁ ଏଥିପାଇଁ ଅଧିକ ସମୟ ଦେବାକୁ ପଡ଼ିବନି ।

ରିଡିଂ ପାଇଁ କେହି ଆସିବେନି, ସବୁବେଳେ ରିଡିଂ ବିଜୁଳି କମ୍ପାନୀ ଦପ୍ତର ରେ ରିଏଲ ଟାଇମ ଦେଖିପାରିବ । ସେଇ ଆଧାରରେ ବିଲ ପ୍ରସ୍ତୁତ ହେବ ।

ବିଜୁଳି ବିଲ ଆଡଭାନ୍ସ ଜମା କରିବା ଲୋକ ଙ୍କ ପାଇଁ ପ୍ରିପେଡର ସୁବିଧା ବି ମିଟର ରେ ରହିଛି । ଏଥିରେ ଘର ବନ୍ଦ ହେବାର ସ୍ଥିତି ରେ ବିନା କାରଣରେ ବିଜୁଳି ବିଲ ଦେବାକୁ ପଡ଼ିବନି । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ

Leave a Reply

Your email address will not be published. Required fields are marked *