ବନ୍ଧୁଗଣ, ପ୍ରକୃତିକ ବିପର୍ଜୟ ଆମ ହାତର କଥା ନୁହେଁ । ପ୍ରକୃତି କେତେବେଳେ ଉଗ୍ର ରୂପ ଧାରଣ କରୁଛି ତାହା କହିବା ଅସମ୍ଭବ । ବନ୍ଧୁଗଣ ଆଜି ମଇ ମାସର ୨୬ ତାରିଖ । ଆପଣ ମାନଙ୍କୁ ଜଣାଇ ଦିଆଯାଇଥିଲା ଯେ ଆଜି ବାତ୍ୟା ହେବ । ବନ୍ଧୁଗଣ ପାଣିପାଗ ରୁ ସୂଚନା ମିଳିଥିଲା ଯେ ଏହି ବାତ୍ୟା “ୟସ” ବଙ୍ଗୋପସାଗର ରେ ସୃଷ୍ଟି ହେଉଛି ।
ବନ୍ଧୁଗଣ ଯେଉଁ ମାନେ ଟିଭି ଦେଖୁଛନ୍ତି ଅଥବା ରେଡିଓ ଶୁଣୁଛନ୍ତି, ସେମାନଙ୍କୁ ଆମ୍ଭର ଗୋଟିଏ ଅନୁରୋଧ ବାତ୍ୟା ଯେତେବେଳେ ହୋଇଥାଏ, ଥରକରେ ସବୁ ପବନ ଯାଇନଥାଏ । ବନ୍ଧୁଗଣ ଏଣୁ ବାର୍ତ୍ତମାନ ଯେଉଁ ଲ୍ୟାଣ୍ଡଫଲ ହେଉଛି ତାହା ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ କିଛି ସମୟ ଅର୍ଥାତ ୩୦ ମିନିଟ ପାଇଁ ଏହା ଟିକିଏ ମାତ୍ରାରେ ସ୍ଥିର ହୋଇପାରେ । ମାତ୍ର ଏହାକୁ ବାତ୍ୟା ବନ୍ଦ ହୋଇଗଲା ବୋଲି କେହି ମନେ କରନ୍ତୁ ନହିଁ । କାରଣ ସେହି ଝଡ ପୂର୍ବରୁ ଯେଉଁଭଳି ଏକ ଶାନ୍ତ ସ୍ଥିତି ଥାଏ ।
ବନ୍ଧୁଗଣ ଏହି ଶାନ୍ତ ଅବସ୍ଥା ପରେ ପରେ ଦ୍ଵିତୀୟ ହଲ୍କା ଜୋରରେ ପବନ ଆସିବ । ଏହା ମଧ୍ୟ ସେଭଳି ୧ ଘଣ୍ଟା ଅଥବା ୧.୩୦ ମିନିଟ ପର୍ଯ୍ୟନ୍ତ ରହିପାରେ । ବନ୍ଧୁଗଣ ଏହା ମଧ୍ୟ ହୋଇପାରେ ଯେ, ଯେଉଁ ଜାଗାରେ ବାତ୍ୟା ହେବ ସେଠାରେ ଖରା ମଧ୍ୟ ଦେଖାଯାଇଥାଏ ।
ତାକୁ ଦୟାକରି ଆମ୍ଭେ ଭୁଲରେ ମଧ୍ୟ ବାତ୍ୟା ସରିଗଲା ବୋଲି ଚିନ୍ତା କରିବା ନାହିଁ । ଦ୍ଵିତୀୟ ହାଲ୍କା ପବନ ଆସିବା ବେଳେ ଅତ୍ୟଧିକ ମାତ୍ରାରେ କ୍ଷୟକ୍ଷତି ହୋଇଛି ବୋଲି ସୂଚନା ମିଳିଛି । ଶାନ୍ତ ଅବସ୍ଥା ପରେ ଯେଉଁ ସ୍ଥିତି ଆସିବା ତାହା ବହୁତ ଭୟାନକ ହେବାର ଆଶଙ୍କା ରହିଅଛି । ଆପଣ ମାନେ ଏହାକୁ ନେଇ ମଜାକ ଆଦୌ ଉଡାନ୍ତୁ ନାହିଁ । ବନ୍ଧୁଗଣ ବାତ୍ୟା ଥମିଗଲା ଭାବି ରାସ୍ତା କୁ ଆଦୌ ବାହାରିବେ ନାହିଁ ।
ଆମ୍ବ ଅଥବା ପଣସ ଗୋଟେଇବା ଆପଣଙ୍କୁ ଭାରୀ ପଡିପାରେ । ବନ୍ଧୁଗଣ ଭଦ୍ରକ ବାଲେଶ୍ଵର ଜିଲ୍ଲାରେ ଏହାର ଅତ୍ୟଧିକ ପ୍ରଭାବ ପଡିଛି । ଏଥିପାଇଁ ସରକାର ଯେଉଁ ସୂଚନା ଦେଉଛନ୍ତି ତାହାକୁ ପାଳନ କରନ୍ତୁ । ନଚେତ ବହୁତ ଅସୁବିଧାର ସମୁଖୀନ ହେବେ ବୋଲି ଆପଣ ଜାଣିଛନ୍ତି । ବନ୍ଧୁଗଣ ବାତ୍ୟା ସମୟରେ ଦୟାକରି ଘରୁ ବାହାରନ୍ତୁ ନାହିଁ । ବାତ୍ୟାର ପ୍ରଭାବ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ରହିବ ।
ଏଣୁ ଆପଣ ଟିକିଏ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆପଣ ସାବଧାନତା ଅବଲମ୍ବନ ନ କରିବେ ତେବେ, ଆପଣ ହଇରାଣ ହେବା ସଙ୍ଗେ ସଙ୍ଗେ ପରିବାର ବର୍ଗ ଙ୍କ ପାଇଁ ବହୁତ ବଡ ଦୁଖର ବିଷୟ ସାବ୍ୟସ୍ଥ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
https://www.facebook.com/watch/?v=314582046783882