ବାତ୍ୟାର ନାମ ତିତଲି କାହିଁକି ରଖାଗଲା ? ଆଗାମୀ ବାତ୍ୟାର ନାମ କ’ଣ ?

ବାତ୍ୟାର ନାମ ତିତଲି କାହିଁକି ରଖାଗଲା

ବଙ୍ଗୋପସାଗର ସୃଷ୍ଟି ହେଇଥିବା ତିତଲି ଓଡିଶାରେ ବହୁ ଖ୍ଯାତି କରି ଏବେ 17 କିମି ବେଗରେ ପଶ୍ଚିମ ବଙ୍ଗ ମୁହାଁ ହେଇଛି । ପାଣିପାଗ ସୂଚନା ଅନୁଯାଇ ତିତଲି ପ୍ରଭାବ ଆଗାମୀ ଦୁଇଦିନ ଧରି ରହିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଦୁଇ ଦିନ ଧରି ଲାଗି ରହିବ । ହେଲେ 13 ତାରିଖରୁ ପାଣିପାଗ ପୁଣି ସାମାନ୍ଯ ହେଇଯିବ । ସବୁବେଳେ ଆପଣମାନେ ବାତ୍ୟାର ବିଭିନ୍ନ ରୋଚକ ନାମ ଶୁଣିବାକୁ ପାଇଥିବେ। କିନ୍ତୁ ଆପଣ ମାନଙ୍କ ମାନର କେବେ ଏହି ପ୍ରଶ୍ନ ଆସିଛି କି ଏହି ବାତ୍ୟା ମାନଙ୍କର ନାମକରଣ କିଏ କରେ ଓ କାହିଁକି। ତେବେ ଆସନ୍ତୁ ଜାଣିବା ପୁରା କଥାଟି।

ବହୁତ ବର୍ଷ ପୂର୍ବରୁ ବାତ୍ୟାଗୁଡ଼ିକ ନାଁ ଦିଆଯାଉ ନଥିଲା । କିନ୍ତୁ କିଛି ବର୍ଷ ହେବ ବାତ୍ୟାର ଭିନ୍ନ ଭିନ୍ନ ନାମକରଣ କରାଯାଇଛି । ଯେମିତି ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡହୁଡ୍ । ସର୍ବପ୍ରଥମ ଦିଆଯାଇଥିବା ନାଁ ହେଉଛି ‘ହରିକେନ୍‌’ । ତା’ ପରେ ‘ଟାଇଫୁନ୍‌’, ‘ସାଇକ୍ଲୋନ୍‌’ ଇତ୍ୟାଦି ।

ଆଗାମୀ ବାତ୍ୟାର ନାମ କ’ଣ

ପୁରା ଦୁନିଆରେ ୧୧ଟି ପାଣିପାଗ ଚେତାବନୀ କେନ୍ଦ୍ର ରହିଛି । ଏହି ନାଁ ସବୁ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍‌ଓ) ଆଞ୍ଚଳିକ କ୍ରାନ୍ତୀୟ ବାତ୍ୟା କମିଟିକୁ ପଠାଏ । ସବୁବେଳେ ଲୋକପ୍ରିୟ ଲୋକମତ ନାମର ଆଧାରରେ ବାତ୍ୟାଗୁଡ଼ିକ ନାଁ ଦିଆଯାଏ ।

ଏହି ସବୁ ନାମକର ପୁରାବୃ ନିରଧୃତ ହେଇ ସାରିଛି । ସମସ୍ତ ଦେଶର ପାଳି ଅନୁଯାୟୀ ନାମ କାରଣ କରାଯାଏ। ଓଡ଼ିଶାରେ ଆସୁଥିବା ବାତ୍ୟା ‘ତିତ୍‌ଲି’ର ନାମକରଣ ପାକିସ୍ଥାନ ଦେଇଛି ବୋଲି ସୂଚନା ମିଳିଛି । ‘ତିତ୍‌ଲି’ ନାମଟି ପାକିସ୍ଥାନ ବାଛିଥିବା ବେଳେ ପରବର୍ତ୍ତି ବାତ୍ୟାର ନାମକାରଣ କରିବ ଶ୍ରୀଲଙ୍କା । ଶ୍ରୀଲଙ୍କା ପକ୍ଷରୁ ପରବର୍ତ୍ତୀ ନାମ ବଛାଯାଇଛି ‘ଗଜ’ । ତା’ପର ବାତ୍ୟାର ନାମ ଦେବ ଥାଇଲାଣ୍ଡ୍‌ । ଥାଇଲାଣ୍ଡ୍‌ ‘ପେଥାଇ’ ନାମଟି ପ୍ରକାଶ କରିଛି ।

ସବୁ ବେଳେ ନାମକରଣ କରିବା ପାଇଁ ୮ଟି ଦେଶକୁ ସ୍ୱୀକୃତି ମିଳିବା ଆବଶ୍ୟକ । ଏହି ଦେଶଗୁଡିକ ହେଲା ମାଲଦୀପ, ମିଆଁମାର୍‌, ଓମାନ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲାଣ୍ଡ, ବାଂଲାଦେଶ ଓ ଭାରତ । ଭାରତ ମଧ୍ୟ ବାତ୍ୟାର ନାମ ବାଛି ସାରିଛି । ଭାରତ ତରଫରୁ ବାତ୍ୟାର ନାମ ‘ବାୟୁ’ ରଖାଯିବ ।

ଲେଖାଟି ଯଦି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *