ଲିପ୍‍ଷ୍ଟିକର ରଙ୍ଗରୁ ଜାଣନ୍ତୁ ଝିଅଙ୍କ ସ୍ୱଭାବ – ଦେଖନ୍ତୁ କେମିତି

ମୁହଁର ସୌନ୍ଦର୍ଯ୍ୟରେ ଓଠା ଆକର୍ଷଣୀୟ ଭୂମିକା ରହିଥାଏ । ସାଧାରଣତଃ ଝିଅ ମାନଙ୍କର ଲିପଷ୍ଟିକ ପାଇଁ ଅହେତୁକ ଦୁର୍ବଳତା ରହି ଥାଏ । ଓଠରେ ଲିପଷ୍ଟିକ ମୁଖର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇ ଥାଏ । ଝିଅମାନେ ବ୍ୟବହାର କରୁ ଥିବା ସାମଗ୍ରୀରେ ତାଙ୍କ ହୃଦୟର କଥା ମଧ୍ୟ ଲୁକାୟିତ ହୋଇ ରହି ଥାଏ । ବିଶେଷକରି ଲିପଷ୍ଟିକର ରଙ୍ଗରୁ ଝିଅମାନଙ୍କ ହୃଦୟରେ କ’ଣ ଚାଲିଛି ତାହା ବିଷୟରେ ଜାଣି ହୁଏ ।

ଗାଢ ଲାଲ ରଙ୍ଗର ଲିପଷ୍ଟିକ ଲଗାଉଥିବା ଝିଅମାନେ ନିଜେ ବହୁତ ଆତ୍ମନିର୍ଭରଶୀଳ ହୋଇଥାଆନ୍ତି । ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅମାନେ ସବୁବେଳେ ସମସ୍ତଙ୍କର କେନ୍ଦ୍ରବିନ୍ଦୁ ହୋଇ ରହିବାକୁ ପସନ୍ଦ କରିଥାଆନ୍ତି ।

ବାଇଗଣୀ ରଙ୍ଗର ଲିପଷ୍ଟିକ ଲଗାଉଥିବା ଝିଅମାନେ ଅଧିକ ଜଟିଳ ହୋଇଥାନ୍ତି । ଏହି ଝିଅମାନେ ସମସ୍ତଙ୍କ ଧ୍ୟାନକୁ ନିଜ ଉପରକୁ ଆଣିବାରେ ମାହିର ଥାଆନ୍ତି । ଏହି ଲିପଷ୍ଟିକ ବ୍ୟବହାର କରୁଥିବା ଝିଅମାନେ ଉଚ୍ଚ ସ୍ୱରର ସଙ୍ଗୀତ ଶୁଣିବାକୁ ଭଲପାଇଥାଆନ୍ତି । ଗୋଟିଏ କଥାକୁ ସିଧା ନକହି ବୁଲେଇ କହିବାକୁ ବେଶି ପସନ୍ଦ କରନ୍ତି ।

ଗେଲାପୀ ଅର୍ଥାତ ପିଙ୍କ ରଙ୍ଗକୁ ଝିଅ ମାନଙ୍କର ପସନ୍ଦିତା ରଙ୍ଗ ଭାବେ ଧରାଯାଏ । ଝିଅମାନଙ୍କ ମଧ୍ୟରେ ଗୋଲାପୀ ରଙ୍ଗର ଲିପଷ୍ଟିକର ସ୍ୱତନ୍ତ୍ର ଭୂମିକା ରହିଛି । ଏହି ରଙ୍ଗର ଲିପଷ୍ଟିକ ଲଗାଉଥିବା ଝିଅମାନେ ବହୁତ ଶକ୍ତିଶାଳୀ ଭାବରେ ଯେ କୌଣସି ପରିସ୍ଥିତିରେ ନିଜକୁ ଉପସ୍ଥାପିତ କରିଥାନ୍ତି । ଏହି ଝିଅମାନେ ଅସାଧାରଣ କାମ କରିବାକୁ ପସନ୍ଦ କରିଥାଆନ୍ତି ।

ବେବି ପିଙ୍କ ରଙ୍ଗର ଲିପଷ୍ଟିକ ଲଗାଉଥିବା ଝିଅମାନେ ବହୁତ ରୋମାଣ୍ଟିକ ହୋଇଥାଆନ୍ତି । ଏହି ଛିଅଙ୍କ ମଧ୍ୟରୁ ଅଧିକ କଳାକାର ସ୍ୱଭାବର ହୋଇଥାଆନ୍ତି । ଏହି ରଙ୍ଗର ଲିପ୍‍ଷ୍ଟିକ ବ୍ୟବହାର କରୁଥିବା ଝିଅମାନେ ସ୍ୱଭାବରେ ବହୁତ କୋମଳ ହୋଇଥାଆନ୍ତି ।

ଲେଖାଟି ଯଦି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *