ବୟସ ସହିତ ମହିଳାଙ୍କ ଉଚ୍ଚତା କମି କମି ଯାଉଛି, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା କଣ

ବ୍ୟକ୍ତି ର ବଢୁଥିବା ବୟସ ସହ ମଣିଷ ର ଉଚ୍ଚତା ବି ଗୋଟେ ସୀମା ମାତ୍ରା ରେ ବଢେ, କିନ୍ତୁ ଜଣେ ମହିଳା ଏମିତି ବି ଅଛନ୍ତି ଯାହାଙ୍କ ଉଚ୍ଚତା ତାଙ୍କ ବୟସ ସହ କମି ଚାଲିଛି । ଜଣେ ମହିଳା ସହ ଗୋଟେ ଏମିତିକା ଘଟଣା ହେଲା ଯେଉଁ କାରଣ ରୁ ତାଙ୍କ ଉଚ୍ଚତା କମି କମି ମାତ୍ର ୨ ଫିଟ ରହି ଯାଇଛି । ଆସନ୍ତୁ ଜାଣିବା ସେହି ମହିଳାଙ୍କ ସହ କଣ ହେଲା ଓ କେମିତି ।

କାନପୁର ର ଜଣେ ମହିଳା ଏହି ଦିନ ଚର୍ଚ୍ଚା ର ବିଷୟ ହୋଇଛନ୍ତି, ଏହି ମହିଳା ନିଜ କମୁଥିବା ଉଚ୍ଚତା କୁ ନେଇ ଆକର୍ଷଣ ରେ ଅଛନ୍ତି । କୁହାଯାଉଛି କି କାନପୁର ର ଧରଊ ଗାଁ ର ନିବାସୀ ଶାନ୍ତି ଦେବୀ ଗତ ୨୫ବର୍ଷ ରୁ ତାଙ୍କ ଉଚ୍ଚତା ହରାଉଛନ୍ତି ଆପଣ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ୨୫ବର୍ଷ ପୂର୍ବରୁ ଶାନ୍ତି ଦେବୀ ୫.୫ଇଞ୍ଚ ଥିଲେ ଯାହା ଏବେ ମାତ୍ର ୨ ଫିଟ ହେଇଯାଇଛି ।

ଏହା ତାଙ୍କ ସହ ଏକ ଘଟଣା ରେ ହେଲା, ୨୫ବର୍ଷ ପୂର୍ବେ ଶାନ୍ତି ଦେବୀ ଘର ଆଗ ରେ ଛପର କାମ ଚାଲିଥିଲା, ଶାନ୍ତି ଦେବୀ ଏବଂ ଘର ର ଅନ୍ୟ ଲୋକେ ଏହି କାମ କରୁଥିଲେ, ହଟାତ ଗୋଟେ ପଟୁ ଛପର ଖସିଲା ଓ ଆସି ଶାନ୍ତି ଦେବୀଙ୍କ ଉପରେ ପଡିଲା ।

ଏହି ଘଟଣା ରେ ଶାନ୍ତି ଦେବୀ ବହୁତ ଭୟଙ୍କର ରୂପ ରେ ଆଘାତ ହୋଇଥିଲେ । ଚିକିତ୍ସା ପରେ ଶାନ୍ତି ଦେବୀ ଭଲ ହୋଇଗଲେ କିନ୍ତୁ ଘଟଣା ୩ମାସ ପରେ ହାଡ ରେ ବହୁତ କଷ୍ଟ ହେଲା, ଏହା ପରେ ଧୀରେ ଧୀରେ ଶାନ୍ତି ଦେବୀଙ୍କ ଉଚ୍ଚତା କମିବାକୁ ଲାଗିଲା । ମାତ୍ର ଚାରି ମାସ ରେ ୦.୫ ଫିଟ ଲାମ୍ବା କମି ଗଲା । ଏବଂ ଧୀରେ ଧୀରେ ଏବେ ଏହା ଘଟି ଘଟି ତାଙ୍କ ଉଚ୍ଚତା 2 ଫୁଟ ହୋଇଗଲାଣି ।  ଡାକ୍ତର ମାନେ ବି ଏହି କଥା ପାଇଁ କିଛି କରି ହବନି ବୋଲି କହି ଦେଇଛନ୍ତି ଓ ଏବେ ତାଙ୍କ ଉଚ୍ଚତା କମି କମି ୨ଫିଟ ରହି ଯାଇଛି ।

Leave a Reply

Your email address will not be published. Required fields are marked *